ETV Bharat / city

ସାବଧାନ ! ରାସ୍ତାରେ ଜୋରରେ ହର୍ଣ୍ଣ ମାରିଲେ ଗୋଡାଇ ଧରିବ ଆରଟିଓ

ରାସ୍ତାରେ ଅତିକ୍ରମବେଳେ ବାଜୁଛି ବିକଟାଳ ହର୍ଣ୍ଣ । ହୁସିଆର ଏମିତି ହର୍ଣ୍ଣ ବଜାଉଥିବା ଗାଡି ଉପରେ ଆରଟିଓ ରଖିଛି ନଜର । ଯାହାକୁ ନେଇ ଆଜି ରାଜଧାନୀରେ ହୋଇଛି ବଡଧରଣର ଚଢାଉ । ରାଜଧାନୀର ବାଣୀବିହାର ଓଭରବ୍ରିଜ ନିକଟରେ ଜୋରଦାର ଚେକିଂ କରିଛି ଆରଟିଓ ବିଭାଗ ।

author img

By

Published : Jul 6, 2019, 9:55 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଏଣିକି ରାଜଧାନୀରେ ଜୋରରେ ହର୍ଣ୍ଣ ବଜାଇବା ମନା । ଜୋରରେ ହର୍ଣ୍ଣ ମାରୁଥିବା ଗାଡି ଉପରେ କଡା ନଜର ରଖିଛି ଆରଟିଓ । ଏନେଇ ଆଜି ଆରଟିଓ ପକ୍ଷରୁ ରାଜଧାନୀରେ ବଡ ଧରଣର ଚଢାଉ କରାଯାଇଛି । ବିଭିନ୍ନ ଛକ, ରାସ୍ତା ଗଳିକନ୍ଦିରେ ଆରଟିଓ ପକ୍ଷରୁ ଚଢାଉ କରାଯାଉଛି । ବିଶେଷ କରି ଜନଗହଳିପୂର୍ଣ୍ଣ ବାଣୀବିହାର ଓଭର ବ୍ରିଜ ନିକଟରେ ଜୋରଦାର ଚେକିଂ କରାଯାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଆରଟିଓ ପକ୍ଷରୁ 25ରୁ ଊର୍ଦ୍ଧ୍ବ ଗାଡି ଗୁଡିକୁ ଯାଞ୍ଚ କରାଯାଇଛି । ଯେଉଁ ଗାଡିର ହର୍ଣ୍ଣ 90 ଡେସିମିଲରୁ ଅଧିକ ସାଉଣ୍ଡ କରୁଛି ସେହି ହର୍ଣ୍ଣ ଗୁଡିକକୁ ମଧ୍ୟ ଜବତ କରାଯାଇଥିଲା । ଦୈନନ୍ଦିନ ରାଜଧାନୀର ପ୍ରମୁଖ ରାସ୍ତା ଦେଇ ଯାତାୟତ କରୁଥିବା ଗାଡି ଗୁଡିକ ବିକଟାଳ ହର୍ଣ୍ଣ ମାରନ୍ତି । ଯେଉଁଥି ପାଇଁ ଧ୍ବନି ପ୍ରଦୂଷଣ ହେବା ସହ ସାଧାରଣ ଲୋକେ ନାନା ହଇରାଣ ହୋଇଥାନ୍ତି । ଏନେଇ କେତେକ ପୋଲିସ ନିକଟରେ ଅଭିଯୋଗ ମଧ୍ୟ କରିଛନ୍ତି । ଏହା ଉପରେ ରୋକ୍ ଲଗାଇବା ପାଇଁ ଅଣ୍ଟା ଭିଡିଛି ଆରଟିଓ । ରାଜଧାନୀର ପ୍ରମୁଖ ରାସ୍ତା, ଛକ ମାନଙ୍କରେ ଏଭଳି ଚଢାଉ କରାଯାଇଛି । ଆଗକୁ ଆହୁରି ଏପରି ଚଢାଉ କରାଯିବ ବୋଲି ଆରଟିଓ ଅଧିକାରୀ କହିଛନ୍ତି ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Intro:ରାସ୍ତାରେ ବାଜୁଛି ବିକଟାଳ ହର୍ଣ୍ଣ,ଗୋଡାଇ ଧରୁଛି ଆରଟିଓ
Body:
ରାସ୍ତାରେ ଅତିକ୍ରମ ବେଳେ ବାଜୁଛିକି ବିକଟାଳ ହର୍ଣ୍ଣ। ହୁସିଆର ଏମିତି ହର୍ଣ୍ଣ ବଜାଉଥିବା ଗାଡି ଉପରେ ଆରଟିଓ ରଖିଛି ନଜର। ଯାହାକୁ ନେଇ ଆଜି ରାଜଧାନୀରେ ହୋଇଛି ବଡଧରଣର ଚଢାଉ। ରାଜଧାନୀର େଏନଏଚ ଉପରେ ବାଣିବିହାର ଓଭରବ୍ରିଜ ନିକଟରେ ଜୋରଦାର ଚେକିଂ କରିଛି ଆରଟିଓ ବିଭାଗ। ଗାଡିକୁ ଅଟକାଇ ଗାଡିରେ ଲାଗିଥିବା ହର୍ଣ୍ଣ ଚେକ୍ କରିବା ସହ 90 ଡେସିମଲରୁ ଅଧିକ ସାଉଣ୍ଡ କରୁଥିବା ସମସ୍ତ ହର୍ଣ୍ଣକୁ ଜବତ କରାଯାଇଛି। ଆଜି ଏନେଇ ଆରଟିଓ ଚେକି ବେଳ ପ୍ରାୟ ୨୫ରୁ ଉର୍ଧ ଗାଡିକୁ ଚେକି କରାଯାଇଛି। ତେବେ ନିତିଦିନ ରାଜଧାନିର ଏନଏଚ ଉପରେ ଦେଇଯାଉଥିବା ଅନେକ ଗାଡି ବିଶେଷ କରି ଯାତ୍ରୀବାହି ଓ ମାଲବାହି ଗାଡି ସହ ସହର ଭିତରେ ବିଭିନ୍ନ ଛକରେ ରସୁଲଗଡ,ମାଷ୍ଟରକାଣ୍ଟିନ,ବାଣିବିହାର ପଟିଆ,କଳ୍ପନା,ରାଜମହଲ ଆଦି ଗହଳି ସ୍ଥାନରେ ଅନେକ ଗାଡିରେ ବିକଟାଳ ହର୍ଣ୍ଣ ଯୋଗୁଁ ଲୋକଂକୁ ନାହିଁ ନଥିବୀ ଅସୁବିଧା ହେଉଛି । ଯାହାକୁ ନେଇ ଅତିଷ୍ଠ ହୋଇ ଲୋକେ ଅନେକ ସମୟରେ ପୋଲିସ କୁ ମଧ୍ଯ ଜଣାଉଛନ୍ତି। ଯାହାକୁ ନେଇ ଆରଟିଓ ୧ ପକ୍ଷରୁ ଏନେଇ ଚଢାଉ ଜୋରଦାର କରାଯାଇଛି।ଏଇଭଳି ଚେକିଂ ରୁଟିନ ଆଧାରରେ ଜାରି ରହିବ ବୋଲି ଆରଟିଓ ୧ପ୍ରଦୀପ କୁମାର ମହାନ୍ତି କହିଛନ୍ତି

ବାଇଟ-ପ୍ରଦୀପ କୁମାର ମହାନ୍ତି ,ଆରଟିଓ ୧Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.