ETV Bharat / city

ଅର୍ଥନୈତିକ ଦୁର୍ବଳ ବର୍ଗର ପିଲାଙ୍କୁ ସହାୟକ ହେବ ଆରଟିଇ ପାରଦର୍ଶୀ ପୋର୍ଟାଲ

author img

By

Published : Feb 24, 2021, 3:21 PM IST

ଅର୍ଥନୈତିକ ଦୁର୍ବଳ ବର୍ଗ ଓ ଅନଗ୍ରସର ବର୍ଗର ପିଲାମାନଙ୍କ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆରଟିଇ ପାରଦର୍ଶୀ ପୋର୍ଟାଲର ଶୁଭାରମ୍ଭ । ଅଧିକ ପଢନ୍ତୁ...

ଆରଟିଇ ପାରଦର୍ଶୀ ପୋର୍ଟାଲ
ଆରଟିଇ ପାରଦର୍ଶୀ ପୋର୍ଟାଲ

ଭୁବନେଶ୍ବର: ଅର୍ଥନୈତିକ ଦୁର୍ବଳ ବର୍ଗ ଓ ଅନଗ୍ରସର ବର୍ଗର ପିଲାମାନଙ୍କୁ ସହାୟକ ହେବ ଆରଟିଇ ପାରଦର୍ଶୀ ପୋର୍ଟାଲ । ଏହି ପୋର୍ଟାଲର ଶୁଭାରମ୍ଭ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।

ଆରଟିଇ ପାରଦର୍ଶୀ ପୋର୍ଟାଲ

ବେସରକାରୀ ବିଦ୍ୟାଳୟଗୁଡ଼ିକ ଅନଗ୍ରସର ବର୍ଗର ପିଲାମାନଙ୍କୁ ଏବଂ ଆର୍ଥିକ ସ୍ତରରେ ଦୁର୍ବଳ ପିଲାମାନଙ୍କ ପ୍ରବେଶ ସ୍ତର ଶ୍ରେଣୀରେ ମୋଟ୍ ସିଟର 25% ସଂରକ୍ଷିତ ସିଟ ରହିବା ବାଧ୍ୟତାମୂଳକ । ବର୍ତ୍ତମାନ ଗଣଶିକ୍ଷା ବିଭାଗ ଅଫଲାଇନ ମୋଡରେ ଚାଲିଛି । 2021-22 ଶିକ୍ଷାବର୍ଷରୁ ଏହା ଓଡିଶା ସରକାରଙ୍କ 5T ପଦକ୍ଷେପର ଏକ ଅଂଶ ଭାବରେ ସ୍ବଚ୍ଛତା ଏବଂ ଉତ୍ତରଦାୟିତ୍ବ ସୁନିଶ୍ଚିତ କରିବା ପାଇଁ ଏକ ଦକ୍ଷ ଅନଲାଇନ୍ ପ୍ରକ୍ରିୟାକୁ ସ୍ଥାନାନ୍ତରିତ ହୋଇଛି ।

ବର୍ତ୍ତମାନଠାରୁ 25% ସଂରକ୍ଷିତ ସିଟ୍ ଆଡମିଶନ ପ୍ରକ୍ରିୟା ଅନଲାଇନ୍ RTE ପାରଦର୍ଶୀ ପୋର୍ଟାଲ WWW.steparadarshi.odisha.gov.in ମାଧ୍ୟମରେ କାର୍ଯ୍ୟକାରୀ ହେବ । ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଅନଲାଇନ୍ ଆବେଦନ ପରେ ସମ୍ପୃକ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ହାର୍ଡ କପି ଡକ୍ୟୁମେଣ୍ଟ ଯାଞ୍ଚ ଓ ଯୋଗ୍ୟତା ଯାଞ୍ଚ ଆରମ୍ଭ କରିବେ ଏବଂ ସେହି ଯୋଗ୍ୟ ପିଲାମାନଙ୍କୁ ରାଜ୍ୟ ସ୍ତରରେ ଅନଲାଇନ୍ କେନ୍ଦ୍ରୀଭୂତ ଲଟେରୀ ପାଇଁ ଅନୁମୋଦନ କରିବେ । ଲଟେରୀ ବିଜେତା ପିଲାମାନେ ବିଦ୍ୟାଳୟରେ ସିଧାସଳଖ ଆଡମିଶନ ପାଇଁ ଏକ ସୁଯୋଗ ପାଇବେ।

ଅଷ୍ଟମ ଶ୍ରେଣୀ ଶିକ୍ଷା ସମାପ୍ତ କରିବା ପର୍ଯ୍ୟନ୍ତ ପିଲାମାନେ ପଠାପଢି ପାରିବେ । ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ “ଏହା ଘରୋଇ ବିଦ୍ୟାଳୟରୁ ବଞ୍ଚିତ ପିଲାମାନଙ୍କ ପାଇଁ 25 ପ୍ରତିଶତ ସଂରକ୍ଷଣ କୋଟା ଅଧୀନରେ ଆଡମିଶନ ପ୍ରକ୍ରିୟାକୁ ସରଳ କରିବ ଏବଂ ଏହି ପ୍ରକ୍ରିୟାରେ ସ୍ଵଚ୍ଛତା ମଧ୍ୟ ବୃଦ୍ଧି କରିବ । ମାନ୍ୟବର ମନ୍ତ୍ରୀ 080-45683355 ହେଲ୍ପ ଲାଇନ ନମ୍ବର ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ କୌଣସି ସାହାଯ୍ୟ ଆବଶ୍ୟକ ହେଲେ ମିସ୍ କଲ୍ ଦେଇ ପିଲାମାନେ ସମସ୍ତ ତଥ୍ୟ ପାଇ ପାରିବେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.