ଭୁବନେଶ୍ବର/ନୂଆଦିଲ୍ଲୀ: ବ୍ରହ୍ମପୁରକୁ ବିମାନ ସଂଯୋଗ ପ୍ରସଙ୍ଗ ଉଠାଇଲେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ଶୁକ୍ରବାର ରଙ୍ଗେଇଲୁଣ୍ଡା ଏୟାର ଷ୍ଟ୍ରୀପକୁ ବିମାନ ବନ୍ଦରରେ ପରିଣତ କରିବା ପାଇଁ ଦାବି କରିଛନ୍ତି ସସ୍ମିତ।
ଏହା ଦ୍ୱାରା ବ୍ରହ୍ମପୁର ସମେତ ଦକ୍ଷିଣ ଓଡିଶାକୁ ବିମାନ ସଂଯୋଗ ହେବ। ଲୋକଙ୍କ ସୁବିଧା ଦୃଷ୍ଟିରୁ ସରକାର ଏଭଳି ପ୍ରସ୍ତାବ ଗ୍ରହଣ କରିବାର ଆବଶ୍ୟକତା ରହିଛି। ପ୍ରୟାଗରାଜ ଭଳି ଏହି ବିମାନ ବନ୍ଦର ପ୍ରତିଷ୍ଠା କରିବାରେ ସମସ୍ୟା ହେବ ନାହିଁ ବୋଲି ସସ୍ମିତ ଯୁକ୍ତି ବାଢିଛନ୍ତି ।
ବ୍ୟୁରୋ ଇନପୁଟ ସହ ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ