ଭୁବନେଶ୍ବର: ଓଡିଶାର ବାତ୍ୟାଞ୍ଚଳ ପରିଦର୍ଶନ କରି ପରେ ସମୀକ୍ଷା କରିବା ପରେ ରାଜ୍ୟକୁ 500 କୋଟି ଟଙ୍କାର ଅଗ୍ରୀମ ପ୍ୟାକେଜ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ସରକାରୀ କଳରୁ କିଛି ପ୍ରତିକ୍ରିୟା ମିଳି ନଥିବା ବେଳେ ବିଜେପି କହିଛି ଆଗାକୁ ଆହୁରି ମିଳିବ । ଅନ୍ୟପଟେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ୟାକେଜ ଉପରେ ନିଜର ମତ ରଖି ରାଜ୍ୟ ମୋଦିଙ୍କୁ ଧନ୍ୟବାଦ ଦେବା ସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । 500 କୋଟି ବି ଯଥେଷ୍ଟ ନୂହେଁ ବୋଲି କାଳେ ରାଜ୍ୟ ସରକାର ଦାବି ରଖିବେ ବୋଲି କଟାକ୍ଷ କରିଛନ୍ତି ନିରଞ୍ଜନ ।
ତେବେ ବାତ୍ୟା ଅଞ୍ଚଳ ପରିଦର୍ଶନ କରି ରାଜ୍ୟକୁ କେନ୍ଦ୍ରର ଅଗ୍ରୀମ ସାହାଯ୍ୟ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ନିରଞ୍ଜନ । ଅନ୍ୟପଟେ ରାଜ୍ୟରେ ବାତ୍ୟା ପାଇଁ ଅନେକ ଚାଷୀଙ୍କ ବ୍ୟାପକ କ୍ଷୟକ୍ଷତି ହୋଇଛି ବୋଲି କହିଛନ୍ତି ନିରଞ୍ଜନ । ରାଜ୍ୟ ସରକାର ପକ୍କା କରିଛନ୍ତି ବୋଲି ପ୍ରଚାର ପ୍ରସାର କରୁଛନ୍ତି ତା ସତ୍ତ୍ବେ ଏତେ ମାତ୍ରାରେ ଚାଳଘର ଆସୁଛି କୁଆଡୁ ବୋଲି ପ୍ରଶ୍ନ କରିଛନ୍ତି ପିସିସ ସଭାପତି । ସେହିପରି ବାତ୍ୟା ଫନିର ସହାୟତା ଏଯାବତ ମଧ୍ୟ କାହିଁକି ଲୋକଙ୍କ ପାଖରେ ପହଞ୍ଚିନାହିଁ ରାଜ୍ୟ ସରକାରଙ୍କୁ ଟାର୍ଗଟେ କରିଛନ୍ତି ନିରଞ୍ଜନ । ସେହିପରି ସମୀକ୍ଷା ବୈଠକରେ କଣ ପାଇଁ ରାଜ୍ୟ ମନ୍ତ୍ରୀମାନେ ଉପସ୍ଥିତ ନଥିଲେ ବୋଲି ପ୍ରଶ୍ନ ଉଠାଇଛନ୍ତି ନିରଞ୍ଜନ ।
ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ