ETV Bharat / city

RRB ପରୀକ୍ଷାର୍ଥୀଙ୍କ ପାଇଁ କୋହଳ ହେଲା କ୍ୱାରେଣ୍ଟାଇନ କଟକଣା - ପରୀକ୍ଷାର୍ଥୀଙ୍କ ପାଇଁ କ୍ୱାରେଣ୍ଟାଇନ କଟକଣା କୋହଳ

ଆସନ୍ତାକାଲି (ବୁଧବାର) ଠାରୁ ଆରମ୍ଭ ଛତିଶଗଡ ବିଳାସପୁର ରେଳବାଇ ବୋର୍ଡର ଆରଆରବି ପରୀକ୍ଷା । ଛାତ୍ରଛାତ୍ରୀଙ୍କ ପାଇଁ କ୍ୱାରେଣ୍ଟାଇନ କଟକଣା ହେଲା କୋହଳ । ଅଧିକ ପଢନ୍ତୁ...

RRB ପରୀକ୍ଷାର୍ଥୀଙ୍କ ପାଇଁ କୋହଳ ହେଲା କ୍ୱାରେଣ୍ଟାଇନ କଟକଣା

author img

By

Published : Mar 2, 2021, 9:14 PM IST

ଭୁବନେଶ୍ୱର: ରେଳ ପରୀକ୍ଷାର୍ଥୀଙ୍କ ପାଇଁ କୋହଳ ହେଲା କୋରୋନା ଗାଇଡଲାଇନ । ପରୀକ୍ଷା ଦେବାକୁ ଆସିଥିବା ଛାତ୍ରଛାତ୍ରୀଙ୍କୁ କ୍ୱାରେଣ୍ଟାଇନ ମନା । ଛତିଶଗଡ, ବିଳାସପୁର ରେଳବାଇ ବୋର୍ଡ ଭୁବନେଶ୍ୱରରେ ଏହି ପରୀକ୍ଷା କରୁଛି ।

RRB ପରୀକ୍ଷାର୍ଥୀଙ୍କ ପାଇଁ କୋହଳ ହେଲା କ୍ୱାରେଣ୍ଟାଇନ କଟକଣା
RRB ପରୀକ୍ଷାର୍ଥୀଙ୍କ ପାଇଁ କୋହଳ ହେଲା କ୍ୱାରେଣ୍ଟାଇନ କଟକଣା
ସୂଚନା ଅନୁଯାୟୀ ଛତିଶଗଡର ବିଳାସପୁର, ରେଳବାଇ ନିଯୁକ୍ତି ବୋର୍ଡର ଆରଆରବି ପରୀକ୍ଷା ପାଇଁ ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କ ଆସନ୍ତାକାଲି(ବୁଧବାର) ଠାରୁ 31 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ପରୀକ୍ଷା ହେବ । ଏଥିପାଇଁ ଛତିଶଗଡ ବୋର୍ଡ ପକ୍ଷରୁ ପରୀକ୍ଷାର୍ଥୀଙ୍କୁ ଭୁବନେଶ୍ବରରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏଥିପାଇଁ ରେଳ ଷ୍ଟେସନ ଏବଂ ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇ ଥିବାବେଳେ ପରୀକ୍ଷାର୍ଥୀଙ୍କ ପାଇଁ କ୍ୱାରେଣ୍ଟାଇନ ନିୟମକୁ କୋହଳ କରାଯାଇଛି ।

ଆରଆରବି ପରୀକ୍ଷା ଆଡମିଟ୍ କାର୍ଡର ଏକ କପି ସହିତ ନିଜର ପରିଚୟ ଦେଖାଇ ପ୍ରବେଶ କରିପାରିବେ ପରୀକ୍ଷାର୍ଥୀ । ଅନ୍ୟପଟେ ଭୁବନେଶ୍ୱରରେ ହେବାକୁ ଥିବା ରେଳବାଇ ପରୀକ୍ଷାରେ ୧୦୫୦୦ ପରୀକ୍ଷାର୍ଥୀ ଆଡମିଟ୍ କାର୍ଡ ପାଇଥିବା ଜଣାପଡିଛି ।

ଭୁବନେଶ୍ୱରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.