ETV Bharat / city

ରାଜଧାନୀରେ ସକ୍ରିୟ ବନଜାରା ଗ୍ୟାଙ୍ଗ୍, RPF ହାତରେ ଧରାପଡିଲେ ୫ ମହିଳା - ରାଜଧାନୀରେ ମାତିଛନ୍ତି ଲୁଟେରା

ଚିନ୍ତା ବଢାଉଛି ବନଜାରା ଗ୍ୟାଙ୍ଗ । ପୂଜା ପୂର୍ବରୁ ରାଜଧାନୀରେ ମାତିଛନ୍ତି ଲୁଟେରା । ଗହଳି ଦେଖି ଲୁଟି ନେଉଛନ୍ତି ସର୍ବସ୍ବ । ତେବେ ଟାର୍ଗେଟରେ ବୃଦ୍ଧ, ମହିଳା ଓ ଛୁଆ ଧରିଥିବା ବ୍ୟକ୍ତି । ଅଧିକ ପଢନ୍ତୁ

ହିନସ୍ତା କଲେଣି ବନଜାରା ଗ୍ୟାଙ୍ଗ୍, RPF ହାତରେ ଧରାପଡିଲେ 5 ମହିଳା

author img

By

Published : Oct 3, 2022, 5:05 PM IST

ଭୁବନେଶ୍ବର: ଚିନ୍ତା ବଢାଉଛି ବନଜାରା ଗ୍ୟାଙ୍ଗ୍‌ । ପୂଜା ପୂର୍ବରୁ ରାଜଧାନୀରେ ମାତିଛନ୍ତି ଲୁଟେରା । ସହର ପରେ ଏବେ ଷ୍ଟେସନରେ ଆତଙ୍କ ସୃଷ୍ଟି କରିଛି ଏହି ଗ୍ୟାଙ୍ଗ୍‌ । ଏବେ ପୂଜାର ମାହୋଲ ଥିବାରୁ ଲୋକଙ୍କ ଗହଳି ଦେଖି ଲୁଟ୍‌ ପାଇଁ ବିଭିନ୍ନ ବାଟ ଆପଣାଉଛନ୍ତି ଲୁଟେରା । ଗହଳି ଦେଖି ଲୁଟି ନେଉଛନ୍ତି ସର୍ବସ୍ବ । ତେବେ ଟାର୍ଗେଟରେ ବୃଦ୍ଧ, ମହିଳା ଓ ଛୁଆ ଧରିଥିବା ଲୋକ । ଏଭଳି ଏକ ୫ଜଣିଆ ଗ୍ୟାଙ୍ଗ୍‌କୁ କାବୁ କରିଛି ପୋଲିସ ।

ତେବେ ସୂଚନା ଅନୁଯାୟୀ, ଜଣେ ହୋମିଓପାଥି ଡାକ୍ତରାଣିଙ୍କୁ ଲୁଟ୍‌ ପରେ ସାମ୍ନାକୁ ଆସିଛି ଏହି ଗ୍ୟାଙ୍ଗ୍‌ । ଟ୍ରେନ୍‌ରେ ଚଢୁଥିବାବେଳେ ଗହଳି କରି ଲୁଟିଥିଲେ ମନି ପର୍ସ । ଯେଉଁଥିରେ ଥିଲା ୪୦ ହଜାର ଟଙ୍କାର ମୋବାଇଲ, ୫୦ହଜାର ଟଙ୍କାର ଗହଣା ଓ ନଗଦ ୧୦ହଜାର ଟଙ୍କାର । ତେବେ ଏନେଇ ଧରାପଡିବା ପରେ ଏସବୁକୁ ଜବତ କରିଛି ଆରପିଏଫ ଟିମ୍ । ତେବେ ଏମାନେ ବିଶେଷ କରି ପଶ୍ଚିମବଙ୍ଗ ଅଞ୍ଚଳର ପୂଜା ମୌକାରେ ଭୁବନେଶ୍ବର ଆସିଥିବା ନେଇ ଜଣାପଡିଛି । ଏଥିସହ ଏମାନେ ଷ୍ଟେସନ ଆଖପାଖ ଅଞ୍ଚଳରେ ଏମାନେ ରହି ବୁଲାବୁଲି କରିବା ସହ ଷ୍ଟେସନକୁ ଆସିଥିବା ଲୋକଙ୍କୁ ଟାର୍ଗେଟ କରିଥାନ୍ତି ।

ଯେପରିକି ବୃଦ୍ଧ, ଛୁଆ କାଖେଇଥିବା ମହିଳା ଓ ଯୁବତୀଙ୍କର‌ ପିଛା କରନ୍ତି ସେମାନେ । ପ୍ରଥମେ ଧ୍ୟାନ‌ ଭଟକାନ୍ତି ଗହଳି କରନ୍ତି ଆଉ ଲୁଟ୍‌ କରନ୍ତି । କେହି ଜାଣିବା ପରି ନୀରିହ ଚେହେରାରେ ଖସିଯାନ୍ତି । କେବଳ‌ ଏହି ୫ଜଣ ନୁହଁନ୍ତି ମିଳିଥିବା ତଥ୍ୟ ଅନୁସାରେ ଏମାନଙ୍କର ଗ୍ୟାଙ୍ଗରେ ଆଉ କିଛି ରହିଛନ୍ତି, ଯେଉଁମାନଙ୍କୁ ଖୋଜୁଛି ଆରପିଏଫ କ୍ରାଇମବ୍ରାଞ୍ଚ ଟିମ ।

ତେବେ କେବଳ ଷ୍ଟେସନ ନୁହେଁ ସହର ଭିତରେ ଏହିପରି ବନଜାରା ଗ୍ୟାଙ୍ଗ୍‌ର ଲୁଟପାଟ କରୁଥିବା ନଜର‌ ରହିଛି । ପୂଜା ପୁର୍ବରୁ ସହିଦନଗର ଥାନା ଅଞ୍ଚଳରେ ମୋ ବସ୍‌ରେ ଜଣେ କିଡନୀ ରୋଗୀଠୁ ୧୫ହଜାର‌ ଲୁଟ, ଦୁଇ ରମାଦେବୀ ଛାତ୍ରୀଙ୍କଠୁ ମୋବାଇଲ ଲୁଟ୍‌ ପରେ ଯାଜପୁରରେ ରହୁଥିବା ବନଜାରା ଗ୍ୟାଙ୍ଗର ଖୁଲାସା କରିଥିଲା କମିଶନରେଟ ପୋଲିସ । ସେତେବେଳେ ପୋଲିସ ଜାଣିବାକୁ ପାଇଥିଲା କିଛି ମହିଳା ମଧ୍ୟ ଅଛନ୍ତି ଏମାନଙ୍କ ଗ୍ୟାଙ୍ଗରେ ।

ଯେଉଁମାନେ କି ବ୍ରିଜ ତଳେ ନିଛାଟିଆ ଘରେ ଓ ଶୁନଶାନ୍‌ ଇଲାକାରେ ରାସ୍ତା କଡରେ ରୁହଁନ୍ତି ଏବଂ ସହରରେ ବୁଲି ବୁଲି ଲୁଟ୍‌ପାଟ କରନ୍ତି । ପୂଜାର‌ ମୌକା ଚାଲିଥିବାବେଳେ, ଏମାନଙ୍କ ଗ୍ୟାଙ୍ଗର ଏବେବି ଅନେକ ବାହାରେ ବୁଲୁଛନ୍ତି । ଏନେଇ ସତର୍କ ରହିବାକୁ ମଧ୍ୟ ପୂର୍ବରୁ ସତର୍କ ଜାରି କରିଥିଲା କମିଶନରେଟ ପୋଲିସ । ଏଥିସହ ଏମାନଙ୍କ ଉପରେ ପୋଲିସ କଡା ନଜର ରଖିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.