ETV Bharat / city

ସୁରେଶଙ୍କ କାର୍ଯ୍ୟକାଳ ବୃଦ୍ଧି, ବଢିବ ପ୍ରଶାସନିକ ଅସନ୍ତୋଷ !

author img

By

Published : Aug 25, 2022, 10:23 PM IST

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ ଦ୍ଵିତୀୟ ଥର ଲାଗି 6 ମାସ ବୃଦ୍ଧି କରାଯାଇଛି । ଆସନ୍ତାବର୍ଷ ଫେବୃୟାରୀ ପହିଲା ପର୍ଯ୍ୟନ୍ତ ସୁରେଶଙ୍କ କାର୍ଯ୍ୟକାଳ ବଢାଯାଇଛି । ଏହାକୁ ନେଇ ପାୱାର କରିଡରରେ ଅସନ୍ତୋଷ କୁହୁଳିବାରେ ଲାଗିଥିବା ଚର୍ଚ୍ଚା ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

Etv Bharat
Etv Bharat

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ ଦ୍ଵିତୀୟ ଥର ଲାଗି 6 ମାସ ବୃଦ୍ଧି କରାଯାଇଛି । ଆସନ୍ତାବର୍ଷ ଫେବୃୟାରୀ ପହିଲା ପର୍ଯ୍ୟନ୍ତ ସୁରେଶଙ୍କ କାର୍ଯ୍ୟକାଳ ବଢାଯାଇଛି । ଏହାକୁ ନେଇ ପାୱାର କରିଡରରେ ଅସନ୍ତୋଷ କୁହୁଳିବାରେ ଲାଗିଥିବା ଚର୍ଚ୍ଚା ଆରମ୍ଭ ହୋଇଛି । ଯାହା ଆଗାମୀ ଦିନରେ ଭୟଙ୍କର ରୂପ ନେଇପାରେ ବୋଲି ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସନିକ ଅଧିକାରୀ ସତର୍କ କରାଇଛନ୍ତି ।

ସୁରେଶଙ୍କ କାର୍ଯ୍ୟକାଳ ବୃଦ୍ଧି, ବଢିବ ପ୍ରଶାସନିକ ଅସନ୍ତୋଷ !

କେନ୍ଦ୍ର ସରକାରଙ୍କ ଅନୁମୋଦନ ପରେ ବଢିଛି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ । 2022 ସେପ୍ଟେମ୍ବର 1ରୁ 2023 ଫେବୃୟାରୀ 28 ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଛି । 2021 ଜାନୁୟାରୀରେ ମୁଖ୍ୟ ସଚିବ ଦାୟିତ୍ୱ ସମ୍ଭାଳିଥିବା ସୁରେଶ 2022 ଫେବୃୟାରୀ 28ରେ ଚାକିରୀରୁ ଅବସର ନେଇଥାନ୍ତେ । ମାତ୍ର ରାଜ୍ୟ ସରକାର ପ୍ରଥମ ଦଫାରେ ଅଗଷ୍ଟ 31 ଯାଏଁ ତାଙ୍କର କାର୍ଯ୍ୟକାଳ ବୃଦ୍ଧି କରିଥିଲେ । ଏବେ ପୁନର୍ବାର ଦ୍ୱିତୀୟ ଥର ଲାଗି ଆଉ 6 ମାସ ବୃଦ୍ଧି କରିଛନ୍ତି । ବରିଷ୍ଠତା ଭିତ୍ତିରେ ଓଡ଼ିଶା କ୍ୟାଡ଼ରର 8 ଜଣ ଅଫିସର ଅଛନ୍ତି ।

ସେମାନେ ହେଲେ ଜିଭିଭି ଶର୍ମା, ତୁହିନକାନ୍ତ ପାଣ୍ଡେ, ନିକୁଞ୍ଜ କିଶୋର ସୁନ୍ଦରାୟ, ରାଜକୁମାର ଶର୍ମା, ରାଜେଶ ବର୍ମା, ସି.ଜେ ବେଣୁଗୋପାଳ, ପ୍ରଦୀପ୍ତ କୁମାର ମହାପାତ୍ର ଓ ପ୍ରଦୀପ ଜେନା । ତେବେ ଏମାନଙ୍କ ମଧ୍ୟରୁ ଜିଭିଭି ଶର୍ମା ଚଳିତବର୍ଷ ଅକ୍ଟୋବରରେ, ନିକୁଞ୍ଜ ସୁନ୍ଦରାୟ ଆସନ୍ତା ବର୍ଷ ମାର୍ଚ୍ଚରେ ଓ ଆରକେ ଶର୍ମା 2023 ଅଗଷ୍ଟରେ ଅବସର ନେବାର ଅଛି । ନିୟମ ଅନୁସାରେ, ଅବସରକୁ 6 ମାସ ଥିଲେ ମୁଖ୍ୟ ଶାସନ ସଚିବ ନିଯୁକ୍ତି ହୋଇପାରିବେ । ତେଣୁ ମୁଖ୍ୟ ଶାସନ ସଚିବ ପଦ ରେସରୁ ଜିଭିଭି ଶର୍ମା ଓ ନିକୁଞ୍ଜ ସୁନ୍ଦରାୟ ବାଦ ପଡୁଛନ୍ତି । ସେମିତିରେ ସେମାନେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି । ଅନ୍ୟପକ୍ଷରେ ରାଜକୁମାର ଶର୍ମା ଅସୁସ୍ଥ ହୋଇ ଚିକିତ୍ସିତ ହେଉଛନ୍ତି । ତୁହିନକାନ୍ତ ପାଣ୍ଡେ, ରାଜେଶ ବର୍ମା, ପ୍ରଦୀପ୍ତ କୁମାର ମହାପାତ୍ର ଓ ପ୍ରଦୀପ କୁମାର ଜେନାଙ୍କ ନାଁ ଚର୍ଚ୍ଚାରେ ଥିଲା । ନିକଟରେ ରାଜେଶ ବର୍ମାଙ୍କୁ ରାଷ୍ଟ୍ରପତିଙ୍କ ପ୍ରମୁଖ ସଚିବ ଭାବେ ନିଯୁକ୍ତି ମିଳିଥିବାବେଳେ ତୁହିନକାନ୍ତ ପାଣ୍ଡେ ଏବେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି ।

ସେହିପରି ପ୍ରଦୀପ୍ତ କୁମାର ମହାପାତ୍ର ରାଜ୍ୟ ସରକାରଙ୍କର ଗୁଡ଼ବୁକରେ ଆଉ ନାହାନ୍ତି । 2024 ଯାଏଁ ତାଙ୍କର କାର୍ଯ୍ୟକାଳ ଥିଲେ ମଧ୍ୟ ତାଙ୍କୁ ମୁଖ୍ୟ ଶାସନ ସଚିବ କରିବା ସପକ୍ଷରେ ନାହିଁ ପାୱାର କରିଡର । ତେଣୁ ସେ କେନ୍ଦ୍ରୀୟ ଡେପୁଟେସନ ଯିବା ନେଇ ଆବେଦନ କରିଥିବା ଚର୍ଚ୍ଚା ହେଉଛି । ବରିଷ୍ଠତା ଭିତ୍ତିରେ କେବଳ ଉନ୍ନୟନ କମିଶନର ବା ଏସଆରସି ପ୍ରଦୀପ କୁମାର ଜେନା ହିଁ ମୁଖ୍ୟ ଶାସନ ସଚିବ ପଦ ନିମନ୍ତେ ଏକମାତ୍ର ଦାବିଦାର । 2024 ଜାନୁୟାରୀରେ ପ୍ରଦୀପ ଜେନା ଚାକିରୀରୁ ଅବସର ନେବେ । ପିପୁଲ୍ସ ଫ୍ରେଣ୍ଡଲି ସ୍ଵଭାବ ଓ ମୁହାଁମୁହିଁ ଜବାବ ଦେବାରେ ପ୍ରଦୀପ୍ତ ଜଣାଶୁଣା । ହୁଏତ ଏହି ସ୍ଵଭାବ ତାଙ୍କୁ ସର୍ବୋଚ୍ଚ ପଦରୁ ଦୁରେଇ ରଖିବାରେ କାରଣ ହୋଇଥାଏ ।

ସେହିଭଳି 2023 ଫେବୃଆରୀ ପହିଲାରେ ସୁରେଶଙ୍କ ବର୍ତ୍ତମାନ ଧାର୍ଯ୍ୟ ଅବସର ସମୟରେ ମଧ୍ୟ ପ୍ରଦୀପ୍ତ ଏକମାତ୍ର ଦାବିଦାର ରହିବେ । ପ୍ରଦୀପ୍ତଙ୍କୁ ମୁଖ୍ୟ ଶାସନ ସଚିବ ପଦବୀରେ ନିଯୁକ୍ତି ନଦେଇ ପୁଣିଥରେ ସୁରେଶଙ୍କ କାର୍ଯ୍ୟକାଳକୁ ବୃଦ୍ଧି, ପ୍ରଶାସନିକ ମହଲରେ ଅସନ୍ତୋଷ କୁହୁଳିବାରେ ସହାୟକ ହେବ । ରାଜ୍ୟରେ ଏକାଧିକ ମୁଖ୍ୟ ଶାସନ ସଚିବ ରାଙ୍କର ଅଫିସର ଥିଲେ ମଧ୍ୟ ସୁରେଶଙ୍କ କାର୍ଯ୍ୟକାଳ ରାଜ୍ୟ ସରକାର ବାରମ୍ବାର କାହିଁକି ବୃଦ୍ଧି କରି ଚାଲିଛନ୍ତି ? ଏଥିରେ ପ୍ରଶାସନିକ ଆବଶ୍ୟକତା ନା ବାଧ୍ୟବାଧକତା ଅଛି ସେ ନେଇ ପ୍ରଶ୍ନ ଉଠିଛି । ଆଉ ଏହି ପ୍ରଶ୍ନ ଉଠାଇଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ ।

ସହଦେବ କହିଛନ୍ତି ଯେ, ମୁଖ୍ୟ ସଚିବ ଅବସର ନେଲେ ତାଙ୍କ ସ୍ଥାନରେ ବରିଷ୍ଠତା ଭିତ୍ତିରେ ଅଫିସରଙ୍କୁ ନିଯୁକ୍ତି ଦେବାର ପରମ୍ପରା ରହିଆସିଛି । ଜଣେ ବ୍ୟକ୍ତିଙ୍କର କାର୍ଯ୍ୟକାଳ ବାରମ୍ବାର ବୃଦ୍ଧି ନିଷ୍ପତ୍ତି ଶାସନ ପାଇଁ ଭଲ ଲକ୍ଷଣ ନୁହେଁ । ଶାସନରେ ଶୃଙ୍ଖଳା ରହିବା ଜରୁରୀ । ପ୍ରଶାସନ ଲାଇନ ଅଫ କମାଣ୍ଡରେ କାମ କରିଥାଏ । ଯେଉଁମାନେ ମୁଖ୍ୟ ସଚିବ ପାଇଁ ଯୋଗ୍ୟ ବା ଆଶାୟୀ ସେହି ଅଫିସରମାନେ ଏହା ଦ୍ୱାରା ହତୋତ୍ସାହିତ ହେବେ । ସେମାନଙ୍କର କାର୍ଯ୍ୟ କରିବାର ସ୍ପୃହା ରହିବ ନାହିଁ ଓ ପ୍ରଶାସନିକ କଳ ଉପରେ ଚାପ ପଡିବ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯାହାଙ୍କର ଦକ୍ଷତା ଅଛି ବୋଲି କଣ ତାଙ୍କୁ ସରକାର ମୃତ୍ୟୁ ପର୍ଯ୍ୟନ୍ତ ଚାକିରୀରେ ରଖିବେ କି ? ଯଦି ସେ ଏତେ ଭଲ ତାଙ୍କୁ ଅନ୍ୟ ଦାୟିତ୍ୱ ଦିଆଯାଉ । ଯୋଗ୍ୟତା ଅନୁସାରେ ନୁହେଁ, ନିଜ କଥା ମାନୁଥିବା ଲୋକଙ୍କୁ ନିଯୁକ୍ତି ଦିଆଯାଉଛି । ଯାହାର ପ୍ରତିକୂଳ ପ୍ରଭାବ ବରିଷ୍ଠ ଆଇଏଏସ ଅଫିସରଙ୍କ କାର୍ଯ୍ୟଶୈଳୀକୁ ପ୍ରଭାବିତ କରୁଛି । ଯେଉଁଥିପାଇଁ ରାଜ୍ୟରେ ପ୍ରଶାସନିକ ବିଶୃଙ୍ଖଳା ଓ ଅସନ୍ତୋଷ କୁହୁଳିବାରେ ଲାଗିବ । ବାରମ୍ବାର ଅବଧି ବୃଦ୍ଧି ନୈତିକତା ବାହାର କାର୍ଯ୍ୟ ବୋଲି ସେ କହିଛନ୍ତି ।

ଅନ୍ୟପଟେ ସରକାରଙ୍କ ନିଷ୍ପତ୍ତିକୁ କଟାକ୍ଷ କରିଛନ୍ତି ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟ । ସେ କହିଛନ୍ତି ଯେ, ଯିଏ ଭଲ ତେଲେଇ ପାରିବ ସେ ରହିବ । ମୋଦୀ-ନବୀନ ସମ୍ପର୍କ ନିବିଡ । କାର୍ଯ୍ୟକାଳ ବୃଦ୍ଧି ଲାଗି ଚିଠି ଗଲା । ସଙ୍ଗେ ସଙ୍ଗେ ଅନୁମୋଦନ ହୋଇଗଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.