ETV Bharat / city

୨ କୋଟିର ବେଆଇନ ସମ୍ପତ୍ତି, ଗିରଫ ହେଲେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ

author img

By

Published : Feb 9, 2022, 9:59 PM IST

Updated : Feb 9, 2022, 10:07 PM IST

ଗିରଫ ହେଲେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ କଲା ଗିରଫ । ଅଧିକ ପଢନ୍ତୁ

୨ କୋଟିର ବେଆଇନ ସମ୍ପତ୍ତି, ଗିରଫ ହେଲେ ରାଉଲକେଲା ଅତିରିକ୍ତ ଜିଲ୍ଲାପାଳ

ଭୁବନେଶ୍ବେର: ଗିରଫ ହେଲେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଥିବା ସୂଚନା । ଗତକାଲି(ମଙ୍ଗଳବାର) ଠାରୁ ଅତିରିକ୍ତ ଜିଲ୍ଲାପାଳ ମନୋରଞ୍ଜନ ନାୟକଙ୍କ ଘରେ ଚଢାଉ କରିଥିଲା ଭିଜିଲାନ୍ସ ।

ସୂଚନା ଅନୁଯାୟୀ, ଆଜି(ବୁଧବାର) ମନୋରଞ୍ଜନ ନାୟକଙ୍କୁ ପିସି ଆକ୍ଟରେ ଗିରଫ କରି ସୁନ୍ଦରଗଡ ଏସଡିଜେଏମ କୋର୍ଟକୁ ଚାଲାଣ କରିଛି ଭିଜିଲାନ୍ସ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ ଘରେ ଗତକାଲି ଭିଜିଲାନ୍ସ ଟିମ ଚଢାଉ କରିଥିଲା ‌। ଚଢାଉ ସମୟରେ ରାଉରକେଲାରେ ୧ କୋଟି ୧୦ ଲକ୍ଷର ୨ଟି କୋଠା ଜବତ କରିଛି ଭିଜିଲାନ୍ସ ।

ଏହା ମଧ୍ୟ ପଢନ୍ତୁ:- ଭିଜିଲାନ୍ସ ଜାଲରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ

ଏଥିସହ ଭୁବନେଶ୍ୱରରେ ୫୦ ଲକ୍ଷର ଫ୍ଲାଟ, ଦୁଇଟି କାର, ବାଇକ ଓ ବ୍ୟାଙ୍କ ଡିପୋଜିଟ ସହ କ୍ୟାସ ମଧ୍ୟ ଜବତ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ୨ କୋଟିରୁ ଊର୍ଦ୍ଧ୍ବ ହେବ ବୋଲି । ତେବେ ସୁନ୍ଦରଗଡ ସ୍ପେଶାଲ ଜଜଙ୍କ ଅନୁମତି କ୍ରମେ ରାଉରକେଲା କଳିଙ୍ଗ ବିହାର ଦୁଇଟି ସ୍ଥାନରେ, ରାଉରକେଲା ଅଫିସ ଚାମ୍ବର ସମେତ ଯାଜପୁରର କଳିଙ୍ଗ ନଗରରେ ଥିବା ଘର ସହ ଭୁବନେଶ୍ୱର ଗୋଠପାଟଣାରେ ଥିବା ଫ୍ଲାଟରେ ମଧ୍ୟ ଚଢାଉ କରିଥିଲା ଭିଜିଲାନ୍ସ ଟିମ । ଭିଜିଲାନ୍ସ ଆଡିସନଲ ଏସପିଙ୍କ ନେତୃତ୍ବରେ ଚଢାଉ କରାଯାଇଥିବାବେଳେ ଏଥିରେ ୫ ଜଣ ଡିଏସପିଙ୍କ ସହ ୫ ଜଣ ଇନ୍ସପେକ୍ଟର ସାମିଲ ଥିଲେ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

Last Updated : Feb 9, 2022, 10:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.