ETV Bharat / city

କୋରୋନା ମୁକାବିଲାରେ କାଉନସେଲିଂ ବ୍ୟବସ୍ଥାର ଭୂମିକା

ରାଜଧାନୀରେ କୋରୋନା ସଂକ୍ରମଣ ବେଲଗାମ । ଏ ପରିସ୍ଥିତିରେ ଗୃହ ସଙ୍ଗରୋଧରେ ଥିବା କୋଭିଡ ଲକ୍ଷଣହୀନ ବ୍ୟକ୍ତିମାନଙ୍କୁ ୧୯୨୯ ସେଲ ଦ୍ୱାରା କାଉନସେଲିଂ କରାଯାଉଛି ।

କୋରୋନା ମୁକାବିଲାରେ କାଉନସେଲିଂ ବ୍ୟବସ୍ଥାର ଭୂମିକା
କୋରୋନା ମୁକାବିଲାରେ କାଉନସେଲିଂ ବ୍ୟବସ୍ଥାର ଭୂମିକା
author img

By

Published : Aug 25, 2020, 11:00 PM IST

ଭୁବନେଶ୍ବର: ରାଜଧାନୀରେ କୋରୋନା ସଂକ୍ରମଣ ବେଲଗାମ । ଏ ପରିସ୍ଥିତିରେ ଗୃହ ସଙ୍ଗରୋଧରେ ଥିବା କୋଭିଡ ଲକ୍ଷଣହୀନ ବ୍ୟକ୍ତିମାନଙ୍କୁ ୧୯୨୯ ସେଲ ଦ୍ୱାରା କାଉନସେଲିଂ କରାଯାଉଛି । ଏହି ସମୟରେ ମାନସିକ ସନ୍ତୁଳନକୁ ଗୁରୁତ୍ୱ ଦେବା ପାଇଁ ସେମାନଙ୍କୁ ବୁଝାଯାଉଛି । ସେମାନେ ମାନସିକ ଚାପର କିଭଳି ବଶବର୍ତ୍ତୀ ନ ହେବେ ସେନେଇ ୧୯୨୯ କାର୍ଯ୍ୟ କରୁଥିବା ମନୋ-ବିଜ୍ଞାନୀ ଏବଂ କାଉନସେଲର ମାନେ ଲାଗି ପଡିଛନ୍ତି ।

ଲକ୍ଷଣହୀନ କୋଭିଡ ପଜିଟିଭ ଆକ୍ରାନ୍ତ ଗୃହ ସଙ୍ଗରୋଧରେ ରହିଲେ ଏକାନ୍ତ ବୋଧ ଅନୁଭବ କରିବା ସ୍ୱାଭାବିକ । ଏଭଳି ପରିସ୍ଥିତିରେ କାଉନସିଲରମାନେ ସେମାନଙ୍କୁ ସକାରାତ୍ମକ ମନୋଭାବ ପୋଷଣ, ସୃଜନାତ୍ମକ କାର୍ଯ୍ୟରେ ନିୟୋଜିତ ରହିବା, ବ୍ୟସ୍ତ ବିବ୍ରତ ନ ହୋଇ ସମୟର ଚାପକୁ ସମ୍ଭାଳିବା ଏବଂ ନିୟମ ମାନି ରହିବାକୁ ସେନାନଙ୍କୁ ବୁଝାଇଥାନ୍ତି ।

କୋରୋନା ମୁକାବିଲାରେ କାଉନସେଲିଂ ବ୍ୟବସ୍ଥାର ଭୂମିକା
ହୋମ ଆଇସୋଲେସନରେ ଥିବା ଅଧିକାଂଶ ବ୍ୟକ୍ତି କଲ ସେଣ୍ଟରକୁ କଲ ଫୋନ କରି ବର୍ତ୍ତମାନ ନିଜର ସୁବିଧା ଅସୁବିଧା ବିଷୟରେ ଜାଣୁଛନ୍ତି ଏବଂ ସେମାନଙ୍କର କାଉନସେଲିଂ ପାଇଁ ଆଇସୋଲେସନରେ ଥିବା ନାଗରିକମାନେ ଏବେ ଖୁବ ସନ୍ତୋଷଜନକ ଭାବେ କହୁଛନ୍ତି ଯେ ଲକ୍ଷଣ ବିହୀନ ଏବଂ ସ୍ବଳ୍ପ କୋଭିଡ ଲକ୍ଷଣଯୁକ୍ତ ପାଇଁ ସଙ୍ଗରୋଧ ଉପାଦେୟ ।କାଉନସେଲରମାନେ ହସ୍ପିଟାଲ ସିଫଟିଂ ପାଇଁ ସହଯୋଗ କରୁଥିବା ବେଳେ ତିନି ଜଣ କାଉନସେଲର, ୨ ଜଣ କ୍ଲିନିକାଲ ମନୋବିଜ୍ଞାନୀ, ଜଣେ ମନୋ ସାମାଜିକ କର୍ମୀ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ ନିୟୋଜିତ ହୋଇ ଭୁବନେଶ୍ୱର ସ୍ମାର୍ଟସିଟି କାର୍ଯ୍ୟାଳୟରେ ଥିବା ୧୯୨୯ କଲ ସେଣ୍ଟରର କାର୍ଯ୍ୟ ତୁଲାଉଛନ୍ତି । ଆସୁଥିବା କଲ ମନୋ ସାମାଜିକ ପରିପ୍ରେକ୍ଷୀରେ ଉତ୍ତର ଦେଇ ମହାମାରୀ କୋରୋନା ସମ୍ପର୍କିତ ବ୍ୟକ୍ତିଗତ ସମସ୍ୟାକୁ ଯଥାସମ୍ଭବ ସମାଧାନ କରୁଛନ୍ତି ।

ସୂଚନାଥାଉ କି, ଭୁବନେଶ୍ୱରରେ ୨୩ ଅଗଷ୍ଟ ସୁଦ୍ଧା ୧୮୨୮ ଜଣ ହୋମ ଆଇସୋଲେସନରେ ରହିଥିବା ବେଳେ ୯୮୮ ଜଣ ଅରୋଗ୍ୟ ହୋଇଛନ୍ତି ଏବଂ ୮୪୦ ଜଣ ସକ୍ରିୟ ରହିଛନ୍ତି।

ଭୁବନେଶ୍ବରରୁ ସଞ୍ଜିବ ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.