ETV Bharat / city

ବିଜେଡି ପରିଷଦ ବୈଠକରେ ସ୍ଥିର ହେଲା ରୋଡ ମ୍ୟାପ୍‌; କର୍ମୀଙ୍କ ମତାମତରେ କାମ କରିବ ଦଳ

ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟ ବାର୍ତ୍ତା ସାଧାରଣ କର୍ମୀଙ୍କ ମତାମତ ଅନୁସାରେ ଦଳ କାର୍ଯ୍ୟ କରିବ । ଏନେଇ ଆଜି ବିଜେଡି ରାଜ୍ୟ ପରିଷଦ ବୈଠକରେ ସମସ୍ତ କର୍ମୀଙ୍କୁ ସରକାର ଓ ଦଳୀୟ ସଙ୍ଗଠନକୁ ମଜବୁତ କରିବାକୁ ପ୍ରସ୍ତାବ ମାଗିଛନ୍ତି ଦଳୀୟ ସୁପ୍ରିମୋ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ...

author img

By

Published : Dec 21, 2020, 5:23 PM IST

ବିଜେଡି ପରିଷଦ ବୈଠକରେ ସ୍ଥିର ହେଲା ରୋଡ ମ୍ୟାପ

ଭୁବନେଶ୍ବର: ଆଜି ବିଜେଡି ରାଜ୍ୟ ପରିଷଦ ପକ୍ଷରୁ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆଗାମୀ ଦିନରେ ସରକାର ଓ ଦଳୀୟ ସଙ୍ଗଠନ କିପରି କାର୍ଯ୍ୟକରିବ ସେନେଇ ମତାମତ ଲୋଡିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ସ୍ପଷ୍ଟ ବାର୍ତ୍ତା ସାଧାରଣ କର୍ମୀଙ୍କ ମତାମତ ଅନୁସାରେ ଦଳ କାର୍ଯ୍ୟ କରିବ ।

ସରକାର ଓ ଦଳୀୟ ସଙ୍ଗଠନ ଉପରେ ପ୍ରତ୍ୟେକ ରାଜ୍ୟ ପରିଷଦ ସଭ୍ୟ ଗୋଟିଏ ଲେଖାଏଁ ପ୍ରସ୍ତାବ ଦେବା ସହ ଅନ୍ୟାନ୍ୟ ଜିଲ୍ଲା କମିଟି ଠାରୁ ମଧ୍ୟ ପ୍ରସ୍ତାବ ଆହ୍ବାନ କରାଯାଇଥିଲା । ଏଥିସହ 33 ସାଙ୍ଗଠନିକ ଜିଲ୍ଲା ପାଖରୁ ଆସିଛି ପ୍ରସ୍ତାବ । ପ୍ରତ୍ୟେକ ସଭ୍ୟ ନିକଟରୁ ଦୁଇଟି ପ୍ରସ୍ତାବ ଦେଇଛନ୍ତି । ସେଥିମଧ୍ୟରେ ଗୋଟିଏ ଦଳ ପାଇଁ ଅନ୍ୟଟି ସରକାରଙ୍କ ଉଦ୍ଦେଶ୍ୟରେ ରହିଥିଲା ।

ଏହି ପ୍ରସ୍ତାବଗୁଡିକ ମଧ୍ୟରେ ନୂଆ ଭୋଟରଙ୍କୁ ଫୋକସ କରିବାକୁ କୁହାଯାଇଛି । ଦଳର ସଙ୍ଗଗଠନକୁ ମଜବୁତ କରିବାକୁ ସରକାରଙ୍କ ଉନ୍ନତିମୂଳକ କାର୍ଯ୍ୟକୁ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ପଡିବ । ସେହିପରି ଦଳର ସଭାପତିଙ୍କ ନେତୃତ୍ବରେ ଖୁସି ହୋଇ ଜାତୀୟ ଦଳର ନେତା ବିଜେଡିରେ ସାମିଲ ହୋଇଛନ୍ତି ।

ଓଡିଶା ମୋ ପରିବାର ଲୋକଙ୍କ ପାଖରେ ପହଞ୍ଚିବା ସହ ଭଲ କାର୍ଯ୍ୟ କରିଥିବାବେଳେ ଆଗାମୀ ଦିନରେ ଏହି କାର୍ଯ୍ୟକୁ ଜୋରଦାର କରିବାକୁ ପ୍ରସ୍ତାବ ମିଳିଛି । କଳାହାଣ୍ଡିରେ 36ଟି ଜିଲ୍ଲା ପରିଷଦ ଜୋନରେ ପର୍ଯ୍ୟବେକ୍ଷକ ନିଯୁକ୍ତ ସହ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି କରିବାକୁ କହିଛନ୍ତି ଦଳର କର୍ମୀ । ଏଥିସହ ସମସ୍ତ ଜିଲ୍ଲାର ଗଠନ କରିବାକୁ ପ୍ରସ୍ତାବ ଦିଆଯାଇଛି ।

ସମସ୍ତ ଜିଲ୍ଲା ସଭାପତି ନିଜର ମତାମତ ବାକ୍ସରେ ରଖିଛନ୍ତି । ମହିଳା ସଶକ୍ତିକରଣ ଜଳ ସେଚନ ଉପରେ ଫୋକସ । କୋଭିଡ ଟୀକା କରଣ ସୁ-ବ୍ୟବସ୍ଥିତ କରିବାକୁ ପ୍ରସ୍ତାବ ଦିଆଯାଇଛି । ଦଳ ବିରୋଧୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି । ଏହିଭଳି ଅନେକ ପ୍ରସ୍ତାବକୁ ଦଳ ବିଚାରକୁ ନେବା ସହ କାର୍ଯ୍ୟକାରୀ କରିବା ପାଇଁ ଦଳ ପାଖରୁ ମତାମତ ଆସିଛି ବୋଲି ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଶ୍ରୀମୟୀ ମିଶ୍ର, ପ୍ରୀତି ରଞ୍ଜନ ଘଡେଇ, ରମେଶ ମାଝିଙ୍କ ସହ ମାନସ ମଙ୍ଗରାଜ ଉପସ୍ଥିତ ରହିଥିଲେ । ଦଳୀୟ ରାଜ୍ୟ ପରିଷଦ ବୈଠକ ପରେ ଦଳୀୟ ନିଷ୍ପତ୍ତି ଉପରେ ଆଲୋଚନା କରିଥିଲେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.