ETV Bharat / city

10 ପ୍ରତିଶତ ବଢିଛି ସଡକ ଦୁର୍ଘଟଣା, ଏଣିକି ମୃତକ-ଆହତଙ୍କୁ ମିଳିବ ସହାୟତା

ରାଜ୍ୟରେ ଦୁର୍ଘଟଣାର ମାତ୍ରା ଦିନକୁ ଦିନ ବଢୁଥିବାବେଳେ ସୋମବାର ଏନେଇ ରୋଡ ସେଫ୍ଟି କାଉନସିଲର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସଡକ ଦୁର୍ଘଟଣାକୁ କିପରି କମ କରାଯାଇପାରିବ ସେ ଦିଗରେ ଆଲୋଚନା କରାଯାଇଥିଲା । ଏଥିସହିତ ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିବା ଏବଂ ଗୁରୁତରଙ୍କୁ ସହାୟତା ରାଶି ପ୍ରଦାନ କରାଯିବ ।

author img

By

Published : Jul 8, 2019, 9:48 PM IST

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ରାଜ୍ୟରେ ଦୁର୍ଘଟଣାର ମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି । ସୋମବାର ରାଜ୍ୟର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି କିଛି ଲୋକଙ୍କ ପ୍ରାଣହାନି ଘଟିଥିବାବେଳେ ଅନେକ ଏଥିରେ ଆହତ ହୋଇଛନ୍ତି । ବେପରୁଆ ଗାଡି ଚାଳନ, ମଦ୍ୟପାନ ଓ ମୋବାଇଲ ଜନିତ କାରଣରୁ ଏହି ଦୁର୍ଘଟଣା ଘଟୁଛି । ଗତବର୍ଷ ତୁଳନାରେ ଚଳିତ ବର୍ଷ ସଡକ ଦୁର୍ଘଟଣା 10 ପ୍ରତିଶତ ବୃଦ୍ଧି ପାଇଛି । ସୋମବାର ରୋଡ ସେଫ୍ଟି କାଉନସିଲର ପ୍ରଥମ ବୈଠକରେ ଏ ସମ୍ପର୍କରେ ସୂଚନା ଦିଆଯାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଏହି ବୈଠକରେ ସଡକ ଦୁର୍ଘଟଣାକୁ କିପରି କମ କରାଯାଇପାରିବ ସେ ଦିଗରେ ଆଲୋଚନା କରାଯାଇଥିଲା । ଏଥିପାଇଁ ଏନଫୋର୍ସମେଣ୍ଟ ଉପରେ ଅଧିକ ଗୁରୁତ୍ବ ଦିଆଯିବା ସହ ଇ-ଚାଲାଣକୁ ପ୍ରତ୍ୟେକ ଦିନ ମନିଟରିଂ କରାଯିବ । ଏଥିସହିତ ବ୍ଲାକସ୍ପଟ୍ ଚିହ୍ନଟ କରାଯାଇ ସେହି ସ୍ଥାନ ଗୁଡିକରେ ପୋଲିସ ମୁତୟନ କରାଯିବ । ସେହିପରି ହିଟ୍ ଆଣ୍ଡ ରନରେ ମୃତ୍ୟୁ ହୋଇଥିବା ପରିବାରକୁ ୨ ଲକ୍ଷ ଟଙ୍କା ସହାୟତା ଦିଆଯିବ ସହ ଗୁରୁତରଙ୍କୁ ୫୦ ହଜାର ଟଙ୍କା ସହାୟତା ମିଳିବ । ଏହିକ୍ରମରେ ସଡକ ଦୁର୍ଘଟଣାରେ ଆହତ ହୋଇଥିବା ଜଣେ ପୀଡିତଙ୍କୁ ଆଜି ୫୦ ହଜାର ଟଙ୍କା ପ୍ରଦାନ କରାଯାଇଛି ।

ସୂଚନାଯୋଗ୍ୟ, ରାଜ୍ୟରେ 2016 ମସିହାରେ 10 ହଜାର 532ଟି ସଡକ ଦୁର୍ଘଟଣା ଘଟିଥିବାବେଳେ 2017 ରେ 10,855ଟି ଦୁର୍ଘଟଣା ହୋଇଛି । ସେହିପରି 2018ରେ ମଧ୍ୟ 10 ପ୍ରତିଶତ ଦୁର୍ଘଟଣା ବୃଦ୍ଧି ପାଇଥିଲା । 11,262ଟି ଦୁର୍ଘଟଣା ଘଟିଥିବା ବେଳେ 5,315 ଜଣ ଏଥିରେ ପ୍ରାଣ ହରାଇଥିଲେ । 2019ରେ ମଧ୍ୟ ରାଜ୍ୟରେ ଦୁର୍ଘଟଣାର ହାର ବୃଦ୍ଧି ପାଇଛି । ଯାହାକି ଗତବର୍ଷ ତୁଳନାରେ 13.14 ପ୍ରତିଶତ ଅଧିକ ରହିଛି । ବୈଠକରେ ଦୁର୍ଘଟଣାଜନିତ ରିପୋର୍ଟ ପ୍ରକାଶ ପାଇବା ପରେ ଲୋକଙ୍କୁ ଏଥିପ୍ରତି ବ୍ୟାପକ ସଚେତନ କରାଯିବ ବୋଲି ନିଷ୍ପତ୍ତି ହୋଇଛି ।

ଭୁବନେଶ୍ବରରୁ ତପନ ଦାସ ଓ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ରୋଡ ସେପଟ୍ କାଉନସିଲ ମିଟିଂ ରେ ସଡକ ଦୃର୍ଘଟଣା କୁ କମ୍ କରିବା ପାଇଁ ପ୍ରୟାସ ।ଆଜି ତାର ପ୍ରଥମ ବୈଠକ ବସିଥିଲା ।ଏହି ମିଟିଂ ରେ ଏନଫୋର୍ସମେଣ୍ଟ ଉପରେ ଅଧିକ ଗୁରୁତ୍ୱ ଦିଆଯିବ ।ଏହା ସହ ଇ ଚାଲାଣ କୁ ଡେଲି ମନିଟଙ୍ଗି କରାଯିବ । ଜାତୀୟ ହାର ଠାରୁ ୪୦ ପ୍ରତିଶତ ଜାତୀୟ ହାର ଠାରୁ ବଢୁଥିବା ଜଣାପଡିଛି ।ଏହା ସହ ବ୍ଲାକ୍ ସ୍ପଟ କୁ ଚିହ୍ନଟ କରାଯାଇଛି ।ସେଠାରେ ପୋଲିସ ମୁତୟନ କରାଯାଇଛି ।ଏହା ସହ ପ୍ରଥମ ଥର ପାଇଁ ହିଟ୍ ଏଣ୍ଡ ରନ ରେ ମୃତ୍ୟୁ ହୋଇଥିବା ପରିବାର କୁ ୨ଲକ୍ଷ ଟଙ୍କା ସହାୟତା ଦିଆଯିବ ଏହାସହ ଗୁରୁତର ଆହତ ହୋଇଥିବା ପିଡୀତଙ୍କ ୫୦ ହଜାର ଟଙ୍କା ସହାୟତା ଦିଆଯାଇଛି ।ଆଜି ଜଣେ ଆହାତ ଙ୍କୁ ୫୦ ହଜାର ଟଙ୍କା ଦିଆଯାଇଛି ।

Body:। ରାଜ୍ୟରେ ଗତ ବର୍ଷ ତୁଳନାରେ ୧୦ ପ୍ରତିଶତ ଦୁର୍ଘଟଣା ବଢିଛି ।
ସୂଚନା ଅନୁସାରେ ,ରାଜ୍ୟରେ ୨୦୧୬ ମସିହାରେ ୧୦ହଜାର ୫୩୨ଟି ସଡକ ଦୁର୍ଘଟଣା ଘଠିଥିବା ବେଳେ ୨୦୧୭ ରେ ୧୦୮୫୫ ଦୁର୍ଘଟଣା ହୋଇଛି ।୨୦୧୮ରେ ମଧ୍ୟ ୧୦ ପ୍ରତିଶତ ଅଧିକ ଦୃର୍ଘଟଣା ହୋଇଛି । ୨୦୧୮ରେ ମୋଟ ୧୧ ହଜାର ୨୬୨ଟି ଦୁର୍ଘଟଣା ଘଟିଥିବା ବେଳେ ୫ ହଜାର ୩୧୫ ଜଣ ପ୍ରାଣ ହରାଇଥିଲେ

୨୦୧୯ ରେ ବି ରାଜ୍ୟର ଦୁର୍ଘଟଣା ହାର ଗତବର୍ଷ ଅପେକ୍ଷା ୧୦ ପ୍ରତିଶତ ବଢିଛି ।ଚଳିତ ବର୍ଷ ଜାନୁଆରୀ ରୁ ମେ ମାସ ମଧ୍ୟରେ ରାଜ୍ୟରେ ୨ହଜାର ୫୩୨ ଜଣପ୍ରାଣ ହରାଇ ଛନ୍ତି ।ଯାହାକି ଗତବର୍ଷ ତୁଳନାରେ ୧୩.୧୪ ପ୍ରତିଶତ ଅଧିକ ।

Conclusion:

ଲୋକଙ୍କ ପାଇଁ ବ୍ୟାପକ ସଚେତନତା କରାଯିବ ।ବିଶେଷ କରି ମଦପାନ ,ଓଭର ସ୍ପିଡ୍ ,ଓଭର ଟେକ୍ ବିଶେଷ କରି ଗାଡି ଚଳାଇବା ମୋବାଇଲ ଫୋନ ରେ କଥା ,ପାଇଁ ଦୁର୍ଘଟଣା ବଢୁଛି । ରାଜ୍ୟରେ ଗତ ବର୍ଷ ତୁଳନାରେ ୧୦ ପ୍ରତିଶତ ଦୁର୍ଘଟଣା ବଢିଛି ।

ବାଇଟ୍ -୧- ପଦ୍ମନାଭ ବେହେରା
୨.ଦେବେନ୍ଦ୍ର ସାହୁ ,ବସ ଆସୋସିଏସନ ସଭାପତି

୩.ଏସ.ବସ୍ତିଆ ,ଦୁର୍ଘଟଣା ପିଡୀତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.