ଭୁବନେଶ୍ବର: ଗତ ମାସରେ ବରଗଡ ଜିଲ୍ଲା ବିଜେପୁର ବିଧାନସଭା ଆସନରୁ ନିର୍ବାଚିତ ହୋଇ ବିଧାନସଭାକୁ ଆସିଥିବା ବିଧାୟିକା ରୀତା ସାହୁ ଆଜି ବିଧାୟିକା ଭାବେ ଶପଥ ଗ୍ରହଣ କରିଛନ୍ତି । ବିଧାନସଭା ଅଧିବେଶନର ଅବ୍ୟବହିତ ପୂର୍ବରୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ତାଙ୍କ ପ୍ରକୋଷ୍ଠରେ ରୀତା ସାହୁ୍ଙ୍କୁ ଶପଥ ପାଠ କରାଇଛନ୍ତି ।
ଏହି ଅବସରରେ ରୀତା ବିଜେପୁରବାସୀଙ୍କ ସମସ୍ତ ସମସ୍ୟା ବିଧାନସଭାରେ ଉପସ୍ଥାପନା କରିବେ ଓ ସମାଧାନ ପାଇଁ ଉଦ୍ୟମ କରିବେ ବୋଲି କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ