ଭୁବନେଶ୍ବର: 5ଟି ସଚିବ ଭିକେ ପାଣ୍ଡିଆନ ଆଜି(ସୋମବାର) ଭୋରରୁ ଲିଙ୍ଗରାଜ ମନ୍ଦିର ଓ ଏହାର ଚତୁଃପାର୍ଶ୍ବରେ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ବିଶେଷକରି ହାତକୁ ନିଆଯାଇଥିବା ପ୍ରକଳ୍ପର ଅଗ୍ରଗତି ନେଇ ସେ ଆଲୋଚନା କରିଛନ୍ତି।
ଉଠା ଦୋକାନୀ ଓ ବିକଳ୍ପ ରାସ୍ତା ନିଟମାନ ନେଇ ସେ ଗୁରୁତ୍ବ ଦେଇଛନ୍ତି । ସେହିଭଳି ତୁରନ୍ତ ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ସେ ଜୋର ଦେଇଛନ୍ତି। ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଠାକୁ ଆସି ପ୍ରକଳ୍ପ କାର୍ଯ୍ୟ ବୁଲି ଦେଖିଥିଲେ। ସନ୍ତୋଷ ପ୍ରକାଶ କରିଥିଲେ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ