ETV Bharat / city

ଫସିରହିଥିବା 40 ହଜାର ପ୍ରବାସୀ ଓଡ଼ିଆଙ୍କ ପାଖରେ ପହଞ୍ଚିଛି ପ୍ରଶାସନ - migrant Odias

ଫସିରହିଥିବା 40 ହଜାର ପ୍ରବାସୀ ଓଡ଼ିଆଙ୍କ ପାଖରେ ପହଞ୍ଚିଛି ପ୍ରଶାସନ

author img

By

Published : Mar 31, 2020, 11:58 AM IST

Updated : Mar 31, 2020, 1:02 PM IST

11:53 March 31

ଫସିରହିଥିବା 40 ହଜାର ପ୍ରବାସୀ ଓଡ଼ିଆଙ୍କ ପାଖରେ ପହଞ୍ଚିଛି ପ୍ରଶାସନ

ଭୁବନେଶ୍ବର: ବାହାରେ ଫସିଥିବା ପ୍ରବାସୀ ଓଡ଼ିଆଙ୍କ ସ୍ଥିତି ନେଇ ସମୀକ୍ଷା ବୈଠକ । ଏବେ ଯାଏଁ 5 ହଜାର 200 କଲ କଣ୍ଟ୍ରୋଲ ରୁମକୁ ଆସିଥିବା ବୈଠକ ପରେ ସୂଚନା ଦେଇଛନ୍ତି ଗୃହ ବିଭାଗ ସଚିବ । ଅନେକ ଲୋକଙ୍କ ପାଖରେ ପହଞ୍ଚିଛି ପ୍ରଶାସନ ।  

ଲକଡାଉନ ଯୋଗୁଁ ଓଡିଶା ବାହାରେ ଫସିଥିବା 40 ହଜାର ଲୋକଙ୍କ ପାଖରେ ପ୍ରଶାସନ ପହଞ୍ଚିଥିବା ଗୃହ ବିଭାଗ ସଚିବଙ୍କ ପକ୍ଷରୁ ସୂଚନା ଦିଆଯାଇଛି । 1 ଲକ୍ଷ 50 ହାଜର ଲୋକ ରାଜ୍ୟ ବାହାରେ ଅଛନ୍ତି । ବିଭିନ୍ନ ରାଜ୍ୟ ପାଇଁ ଥିବା ନୋଡାଲ ଅଫିସର ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଉଛନ୍ତି । ସ୍ଥିତି ସାମାନ୍ୟ ନହେଲା ପର୍ଯ୍ୟନ୍ତ ପ୍ରସାଶନ କାର୍ଯ୍ୟ ଜାରି ରଖିବ ବୋଲି କୁହାଯାଇଛି । 100ରୁ ଅଧିକ ଲୋକ ଏକତ୍ରିତ ଥିବା 230ଟି ଓଡ଼ିଆ ଗ୍ରୁପ ଚିହ୍ନଟ ହୋଇଛି । ଏମାନଙ୍କ ମଧ୍ୟରୁ ଦିଲ୍ଲୀ, ଗୁଜରାଟ ଓ ମୁମ୍ବାଇରେ ଅଧିକ ଓଡ଼ିଆ ଥିବା ସ୍ପଷ୍ଟ ହୋଇଛି ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

Last Updated : Mar 31, 2020, 1:02 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.