ETV Bharat / city

ସୁନ୍ଦରଗଡର ସରକାରୀ ସ୍କୁଲରେ ଗୁଣାତ୍ମକ ଶିକ୍ଷାକୁ ପ୍ରୋତ୍ସାହନ, ଆଜି ବସିବ ସମୀକ୍ଷା ବୈଠକ - ସରକାରୀ ସ୍କୁଲରେ ଗୁଣାତ୍ମକ ଶିକ୍ଷାକୁ ପ୍ରୋତ୍ସାହନ

ସୁନ୍ଦରଗଡ ଜିଲ୍ଲା ସରକାରୀ ସ୍କୁଲରେ ମିଳିବ ଗୁଣାତ୍ମକ ଶିକ୍ଷାକୁ ପ୍ରୋତ୍ସାହନ । ରାଜ୍ୟ ସରକାରଙ୍କ ‘୫-ଟି’ ଓ ‘ମୋ ସରକାର’ ଅଭିଯାନ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାରେ ‘ହାଇସ୍କୁଲ ଟ୍ରାନ୍ସଫରମେସନ’ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଅଧିକ ପଢନ୍ତୁ...

ର ସରକାରୀ ସ୍କୁଲରେ ଗୁଣାତ୍ମକ ଶିକ୍ଷା
ର ସରକାରୀ ସ୍କୁଲରେ ଗୁଣାତ୍ମକ ଶିକ୍ଷା
author img

By

Published : Apr 10, 2021, 10:28 AM IST

ଭୁବନେଶ୍ବର: ସୁନ୍ଦରଗଡ ଜିଲ୍ଲା ସରକାରୀ ସ୍କୁଲରେ ମିଳିବ ଗୁଣାତ୍ମକ ଶିକ୍ଷାକୁ ପ୍ରୋତ୍ସାହନ । ରାଜ୍ୟ ସରକାରଙ୍କ ‘୫-ଟି’ ଓ ‘ମୋ ସରକାର’ ଅଭିଯାନ ଅଧୀନରେ ସୁନ୍ଦରଗଡ଼ ଜିଲ୍ଲାରେ ‘ହାଇସ୍କୁଲ ଟ୍ରାନ୍ସଫରମେସନ’ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ୍ ଆଜି(ଶନିବାର) ଏହି କାର୍ଯ୍ୟକ୍ରମର ସମୀକ୍ଷା କରିବେ ।

ଆଜି ପୂର୍ବାହ୍ନ ୧୧ଟାରେ ଭିଡିଓ କନଫରେନ୍ସ ଜରିଆରେ ହେବାକୁ ଥିବା ଏହି ସମୀକ୍ଷା ବୈଠକରେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ସହିତ ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ସାମିଲ ହେବେ । ଜିଲ୍ଲାରେ ଥିବା ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡ଼ିକର ଭିତ୍ତିଭୂମି ଓ ଶୈକ୍ଷିକ ପରିବେଶରେ ଉନ୍ନତି ପାଇଁ ଖସଡ଼ା ପ୍ରସ୍ତୁତ କରାଯାଉଛି । ଏହାଦ୍ବାରା ସ୍କୁଲର ପରିବେଶକୁ ଆକର୍ଷଣୀୟ କରାଯିବ । ଗୁଣାତ୍ମକ ଶିକ୍ଷାକୁ ପ୍ରୋତ୍ସାହନ ମିଳିବ ।

ସୁନ୍ଦରଗଡ଼ ଜିଲ୍ଲାରେ ଥିବା ସରକାରୀ ହାଇସ୍କୁଲ ଗୁଡ଼ିକର ଉନ୍ନତିକରଣ ସହ ସ୍କୁଲ ପରିବେଶକୁ ସମ୍ପୂର୍ଣ୍ଣ ନୂଆ ରୂପ ଦେବା ପାଇଁ ‘୫-ଟି’ ଅଧୀନରେ ରାଜ୍ୟ ସରକାର ଅଭିଯାନ ଆରମ୍ଭ କରିଛନ୍ତି । ଜିଲ୍ଲାରେ ଥିବା ସମସ୍ତ ସରକାରୀ ହାଇସ୍କୁଲକୁ ଏହି ରୂପାନ୍ତରଣ କାର୍ଯ୍ୟକ୍ରମରେ ସାମିଲ କରାଯିବ । ଆବଶ୍ୟକ ଭିତ୍ତିଭୂମିକୁ ସୁନିଶ୍ଚିତ କରିବା ସହ ଶିକ୍ଷାନୁଷ୍ଠାନ କିପରି ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ ଆକର୍ଷଣୀୟ ହୋଇପାରିବ ସେନେଇ ଗୁରୁତ୍ବ ଦିଆଯାଉଛି । ପ୍ରଥମ ପର୍ଯ୍ୟାୟରେ ୪୦ଟି ସ୍କୁଲର ରୂପାନ୍ତରଣ କାର୍ଯ୍ୟ ହାତକୁ ନେଇଛି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ।

ବିଦ୍ୟାଳୟରେ ସ୍ମାର୍ଟ କ୍ଲାସରୁମରେ ପାଠପଢ଼ା ସହ ଇ-ଲାଇବ୍ରେରି, ବିଜ୍ଞାନାଗାର, ଖେଳପଡ଼ିଆ, ପାନୀୟ ଜଳ ଏବଂ ସ୍ବଚ୍ଛ ଶୌଚାଳୟ ବ୍ୟବସ୍ଥାରେ ସୁଧାର ଲାଗି ପ୍ରାଥମିକତା ଦିଆଯାଉଛି । ଆଦିବାସୀ ବହୁଳ ସୁନ୍ଦରଗଡ଼ ଜିଲ୍ଲାରରେ ମୋଟ ୪୮୨ଟି ଉଚ୍ଚ ବିଦ୍ୟାଳୟ ରହିଛି । ଏହା ଭିତରୁ ସରକାରୀ, ଅନୁଦାନପ୍ରାପ୍ତ ଓ ଟିଆର୍‌ଡବ୍ଲ୍ୟୁ ହାଇସ୍କୁଲକୁ ମିଶାଇ ମୋଟ ୩୮୩ଟି ସ୍କୁଲରେ ଏହି ନବୀକରଣ କାର୍ଯ୍ୟ କରାଯିବ । ଏହି କାର୍ଯ୍ୟକ୍ରମ ପାଇଁ ଡିଏମ୍‌ଏଫ ଏବଂ ଓମ୍ବାଡ୍‌ସ ପାଣ୍ଠିରୁ ଆର୍ଥିକ ସହାୟତା ପ୍ରଦାନ କରାଯିବ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.