ETV Bharat / city

ରାଜସ୍ୱ ବିଭାଗ ସମୀକ୍ଷା ବୈଠକ: ତ୍ବରାନ୍ବିତ ହେବ ରାଜପଥ ଜମି ଅଧିଗ୍ରହଣ, କ୍ୟାପିଟାଲ ରିଜିଅନ ରିଂ ରୋଡ କାର୍ଯ୍ୟ

author img

By

Published : May 9, 2022, 9:28 PM IST

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଶେଷ ହେଲା ସମୀକ୍ଷା ବୈଠକ ।ଜାତୀୟ ରାଜପଥ ପ୍ରାଧିକରଣ ପ୍ରକଳ୍ପ ପାଇଁ ଜମି ଅଧଗ୍ରହଣ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ଓ ଜମି ହସ୍ତାନ୍ତର କାର୍ଯ୍ୟକୁ ଅଗ୍ରାଧିକାର ଭିତ୍ତିରେ ସରିବାକୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ରାଜସ୍ୱ ବିଭାଗ ସମୀକ୍ଷା ବୈଠକ: ତ୍ବରାନ୍ବିତ ହେବ ରାଜପଥ ଜମି ଅଧିଗ୍ରହଣ, କ୍ୟାପିଟାଲ ରିଜିଅନ ରିଂ-ରୋଡ କାର୍ଯ୍ୟ

ଭୁବନେଶ୍ୱର: ଜାତୀୟ ରାଜପଥ ପ୍ରାଧିକରଣ ପ୍ରକଳ୍ପ ପାଇଁ ଜମି ଅଧଗ୍ରହଣ କାର୍ଯ୍ୟକୁ ତ୍ୱରାନ୍ବିତ କରିବା ଓ ଜମି ହସ୍ତାନ୍ତର କାର୍ଯ୍ୟକୁ ଅଗ୍ରାଧିକାର ଭିତ୍ତିରେ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ସମସ୍ତ କ୍ଷେତ୍ରଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ଜମି ଅଧଗ୍ରହଣ ତ୍ଵରାନ୍ଵିତ କରିବା ପାଇଁ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଅଛି ।

ବିଗତ ୪ ମାସ ମଧ୍ୟରେ ଜାତୀୟ ରାଜପଥ-୨୧୫ରେ ପାଣିକୋଇଲି-ରିମୁଳି ମଧ୍ୟରେ ଜମି ମାଲିକମାନଙ୍କୁ ୨୩୭ କୋଟି ପ୍ରାପ୍ୟ ବଣ୍ଟନ କରାଯାଇ ୧୩୦ ଗାଁରେ ଓ ରିମୁଳି-କୋଇଡା ମଧ୍ୟରେ ୬୧ କୋଟି ପ୍ରାପ୍ୟ ବଣ୍ଟନ କରାଯାଇ ୨୧ ଗ୍ରାମରେ, କୋଇଡା-ରଜାମୁଣ୍ଡା ମଧ୍ୟରେ ୨୫ଟି ଗ୍ରାମରେ ଜମି ଅଧିଗ୍ରହଣ ସମ୍ପୂର୍ଣ୍ଣ କରାଯାଇଛି । ଜାତୀୟ ରାଜପଥ-୬ ରେ ସିଂହଡା–ବିଞ୍ଜବାହାଲ ମଧ୍ୟରେ ପାଟଣା ତହସିଲରେ ୧୧, କେନ୍ଦୁଝର ତହସିଲରେ ୧୪ ଗ୍ରାମ, ବାଂଶପାଳ ତହସିଲରେ ୯ ଗ୍ରାମ ଓ ତେଲକୋଇ ତହସିଲରେ ୫ ଗ୍ରାମ, କରଞ୍ଜିଆ ତହସିଲରେ ୬ ଗ୍ରାମରେ ଜାତୀୟ ରାଜପଥ ପାଇଁ ଅଧିଗ୍ରହଣ ସମ୍ପୂର୍ଣ୍ଣ ହୋଇପାରିଛି ।

ଜାତୀୟ ରାଜପଥ-୬ ରେ ବାହାର ଗୋରା–ସିଂହଡା ମଧ୍ୟରେ ୮୭ ଗ୍ରାମରେ ଜମି ଅଧଗ୍ରହଣ ସମ୍ପୂର୍ଣ ହୋଇ ଜାତୀୟ ରାଜପଥ ପ୍ରାଧିକରଣକୁ ଜମି ହସ୍ତାନ୍ତର କରାଯାଇଛି । ଜାତୀୟ ରାଜପଥ-୬ ରେ ତିଳେଇବଣି – ସମ୍ବଲପୁର ମଧ୍ୟରେ ୨ଗାଁ, ବିଞ୍ଜବାହାଲ–ତିଳେଇବଣି ମଧ୍ୟରେ ବାରକୋଟ ତହସିଲରେ ୨୭ ଗାଁ,ଦେବଗଡ ତହସିଲରେ ୨୧ ଗାଁ ଓ ଅନଗୁଳ ତହସିଲରେ ୯ ଗାଁ ଜମି ଅଧିଗ୍ରହଣ ସମ୍ପୂର୍ଣ୍ଣ ହୋଇପାରିଛି ।

ସେହିପରି ଜାତୀୟ ରାଜପଥ ୨୩ରେ ରଜାମୁଣ୍ଡା-ବାରକୋଟ ମଧ୍ୟରେ ୧୯ ଗାଁରେ ଜମି ଅଧଗ୍ରହଣ ସମ୍ପୂର୍ଣ୍ଣ ହୋଇପାରିଛି । ଜାତୀୟ ରାଜପଥ ୪୨ରେ କଟକ – ଅନୁଗୁଳ ମଧ୍ୟରେ ଢେଙ୍କାନାଳ ତହସିଲରେ ୬୨ ଗାଁ, ଅନଗୁଳ ତହସିଲରେ ୨୧ ଗାଁ ଓ କଟକ ତହସିଲରେ ୨୪ ଗାଁ ଜମି ଅଧିଗ୍ରହଣ ସମ୍ପୂର୍ଣ୍ଣ ହୋଇସାରିଛି । ସେହିପରି ଜାତୀୟ ରାଜପଥ ୪୨ରେ ଅନୁଗୁଳ-ସମ୍ବଲପୁର ମଧ୍ୟରେ ଜମି ମାଲିକମାନଙ୍କୁ ୪୩୮ କୋଟି ପ୍ରାପ୍ୟ ବଣ୍ଟନ କରାଯାଇ ୧୧୬ ଗାଁରେ ଜମି ଅଧିଗ୍ରହଣ ସମ୍ପୂର୍ଣ୍ଣ ହୋଇସାରିଛି । ଜାତୀୟ ରାଜପଥ ୨୩ ରେ ବୀରମିତ୍ରପୁର – ବ୍ରାହ୍ମଣୀ ବାଇପାସ ମଧ୍ୟରେ ୫୧ ଗାଁରେ ଓ ରଜାମୁଣ୍ଡା-ବାରକୋଟ ମଧ୍ୟରେ ୨୨ ଗ୍ରାମରେ ଜମି ଅଧିଗ୍ରହଣ ସମ୍ପୂର୍ଣ୍ଣ ହେଇଛି ।

ସେହିପରି ଦକ୍ଷିଣାଞ୍ଚଳ ରାଜସ୍ୱ ଡିଭିଜନରେ ଜାତୀୟ ରାଜପଥ ୧୩୦ –CDରେ ଧନରା-କାଳିଆଗୁଡ଼ା ମଧ୍ୟରେ ୫୦ ଗ୍ରାମରେ, କାଳିଆଗୁଡା-ଆଲୁରୁ ମଧ୍ୟରେ ୧୨ ଗ୍ରାମରେ, କାଳିଆଗୁଡା-ବରଜ ମଧ୍ୟରେ ୧୪ ଗ୍ରାମରେ, କର୍କୀ-କାଳିଆଗୁଡା ମଧ୍ୟରେ ୬ ଗ୍ରାମରେ ଓ କାଳିଆଗୁଡ଼ା-ବଉନଗୁଡା ମଧ୍ୟରେ ୧୧ ଗ୍ରାମରେ ଜମି ଅଧିଗ୍ରହଣ ସମ୍ପୂର୍ଣ୍ଣ ହୋଇସାରିଛି । ଜାତୀୟ ରାଜପଥ ୨୦୦ରେ ତାଳଚେର-କାମାକ୍ଷାନଗର-ଡୁବୁରୀ ମଧ୍ୟରେ ୮ ଗ୍ରାମରେ ଜମି ଅଧିଗ୍ରହଣ ସମ୍ପୂର୍ଣ୍ଣ ହୋଇ ଜାତୀୟ ରାଜପଥ ପ୍ରାଧିକରଣକୁ ଜମି ହସ୍ତାନ୍ତର ହୋଇସାରିଛି । ଜାତୀୟ ରାଜପଥ–୧୬ରେ ଚଣ୍ଡିଖୋଲ-ଜଗତପୁର-ଭୁବନେଶ୍ଵର ମଧ୍ୟରେ ୫୯ ଗ୍ରାମରେ ଜମି ପ୍ରାଧିକରଣକୁ ହସ୍ତାନ୍ତର ହୋଇଯାଇଛି । ବାଲେଶ୍ଵର- ଝାରପୋଖରିଆ ମଧ୍ୟରେ ୨୭ ଗ୍ରାମରେ ଜମି ଅଧିଗ୍ରହଣ ସମ୍ପୂର୍ଣ୍ଣ ହୋଇସାରିଛି ।

ଜାତୀୟ ରାଜପଥ ପ୍ରାଧିକରଣର ସମସ୍ତ ପୁରୁଣା ପ୍ରକଳ୍ପରେ ଜମି ଅଧଗ୍ରହଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଯାଇଥିବାରୁ ଜାତୀୟ ରାଜପଥ ଅଧିକାରୀମାନେ କିଛି ନୂଆ ପ୍ରକଳ୍ପ ଯଥା କ୍ୟାପିଟାଲ ରିଜିଅନ ରିଂ ରୋଡ, ସମ୍ବଲପୁର ନେକଲେସ ରୋଡ, ପୁରୀ-ଭୁବନେଶ୍ଵର ରୋଡ, ଗୋପାଳପୁର-ଛତ୍ରପୁର ମଧ୍ୟରେ ଜମି ଅଧିଗ୍ରହଣ ତ୍ଵରାନ୍ବିତ ପାଇଁ ରାଜସ୍ୱ ବିଭାଗକୁ ଅନୁରୋଧ କରିଥିଲେ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏହି ସବୁ ପ୍ରକଳ୍ପର ଜମି ଅଧିଗ୍ରହଣରେ କୌଣସି ବିଳମ୍ବ ନ କରିବାକୁ ସମସ୍ତ କ୍ଷେତ୍ରାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ହିତାଧିକାରୀଙ୍କୁ ନିୟମ ଅନୁଯାୟୀ ପ୍ରାପ୍ୟ ବଣ୍ଟନ ପରେ ତତ୍କାଳ ଦାଖଲ ଖାରଜ ଫଇସଲା କରି ଜାତୀୟ ରାଜପଥ ପ୍ରାଧିକରଣକୁ ଜମି ହସ୍ତାନ୍ତର ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା ।

ଭୁବନେଶ୍ବରରୁ ରୁଦ୍ର ନାରାୟଣ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.