ETV Bharat / city

ଦଳ ଛାଡିବା ଚର୍ଚ୍ଚାର ଅନ୍ତ, ସ୍ପଷ୍ଟୀକରଣ ଦେଲେ ପ୍ରଦୀପ ମାଝୀ - ଭୁବନେଶ୍ବର

ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ଦଳ ଛାଡିବା ନେଇ ବେଶ କିଛିଦିନ ହେବ ଜୋରଦାର ଚର୍ଚ୍ଚା ଚାଲିଛି । ଦଳ ଛାଡିବାକୁ ନେଇ ଚର୍ଚ୍ଚା ହେଉଥିଲା ତାହା ଉପରେ ବିରାମ ଲଗାଇଛନ୍ତି ପ୍ରଦୀପ । ଅଧିକ ପଢନ୍ତୁ...

ଦଳ ଛାଡିବା ଚର୍ଚ୍ଚାର ଅନ୍ତ, ସ୍ପଷ୍ଟୀକରଣ ଦେଲେ ପ୍ରଦୀପ ମାଝୀ

author img

By

Published : Jul 17, 2020, 6:39 PM IST

ଭୁବନେଶ୍ବର: ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ଦଳ ଛାଡିବା ନେଇ ବେଶ କିଛିଦିନ ହେବ ଜୋରଦାର ଚର୍ଚ୍ଚା ଚାଲିଛି । ଦଳ ଛାଡିବାକୁ ନେଇ ଚର୍ଚ୍ଚା ହେଉଥିଲା ତାହା ଉପରେ ବିରାମ ଲଗାଇଛନ୍ତି ପ୍ରଦୀପ । ପ୍ରଦୀପ ମାଝୀ ଏନେଇ ଶୁକ୍ରବାର ପ୍ରତିକ୍ରିୟା ଦେଇଛନ୍ତି ।

ଦଳ ଛାଡିବା ଚର୍ଚ୍ଚାର ଅନ୍ତ, ସ୍ପଷ୍ଟୀକରଣ ଦେଲେ ପ୍ରଦୀପ ମାଝୀ

ପ୍ରଦୀପ ମାଝୀ କହିଛନ୍ତି ଯେ, ଦଳର ସଂଗଠନକୁ ମଜଭୁତ କରିବା ସହ ସରକାରଙ୍କ ବିରୋଧରେ ଜୋରଦାର ଲଢେଇ କରାଯିବ । ମୁଁ ଦଳର ଜଣେ ଶୃଙ୍ଖଳିତ କର୍ମୀ । ଦଳ ଛାଡିବାର ପ୍ରଶ୍ନ ଉଠୁନାହିଁ ବୋଲି ସିଧା କହିଛନ୍ତି ପ୍ରଦୀପ ମାଝି । ସେ ଦଳର ଶୃଙ୍ଖଳିତ କର୍ମୀ ଭାବରେ କାର୍ଯ୍ୟ କରୁଥିଲେ ଓ ଆଗକୁ ମଧ୍ୟ କାର୍ଯ୍ୟ କରିବେ ବୋଲି କହିଛନ୍ତି ।

ସୂଚନା ଅନୁସାରେ, ରାଜସ୍ଥାନରେ ରାଜନୈତିକ ସଂକଟ ସମୟରେ ପ୍ରଦୀପ କେନ୍ଦ୍ରୀୟ ନେତୃତ୍ବକୁ ନେଇ ପ୍ରଶ୍ନ ଉଠାଇଥିଲେ । ଏପରିକି ଦଳର ପରିଚାଳନାକୁ ନେଇ ଅସନ୍ତୋଷ ବ୍ୟକ୍ତ କରୁଥିଲେ ।

ଭୁବନେଶ୍ବରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.