ETV Bharat / city

ଜଗନ ଷ୍ଟାଇଲରେ ନୂଆ ଟିମ ଗଠନ କରିବେ ନବୀନ: ଆଜି ସମସ୍ତ ମନ୍ତ୍ରୀଙ୍କ ଇସ୍ତଫା, କାଲି ଶପଥ - ମନ୍ତ୍ରୀ ମଣ୍ଡଳ ଅଦଳବଦଳ

ବିଜେଡି ନେତୃତ୍ବାଧୀନ ବିଜେଡି ସରକାର ପଞ୍ଚମ ପାଳିର ତୃତୀୟ ବର୍ଷ ପୂରଣ କରିଛି । ଗତ ବର୍ଷେ ହେଲା ମନ୍ତ୍ରୀ ମଣ୍ଡଳ ଅଦଳବଦଳ ହେବ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ବିଭିନ୍ନ କାରଣରୁ ଏହାର ବିଳମ୍ବ ହୋଇଛି । ରାଜ୍ୟସଭା ନିର୍ବାଚନ ଓ ବ୍ରଜରାଜନଗର ଉପନିର୍ବାଚନ ଫଳାଫଳ ବାହାରିବା ମାତ୍ରେ ମନ୍ତ୍ରୀ ମଣ୍ଡଳ ଅଦଳବଦଳ ହେବ । ଏନେଇ ଗତ 31 ତାରିଖରେ ଇଟିଭି ଭାରତରେ ଖବର ପ୍ରକାଶିତ ହୋଇଥିଲା । ଅଧିକ ପଢନ୍ତୁ

ମନ୍ତ୍ରୀ ମଣ୍ଡଳରେ ଅଦଳବଦଳ ! ଇସ୍ତଫା ଦେଲେ ବାଚସ୍ପତି

author img

By

Published : Jun 4, 2022, 2:21 PM IST

Updated : Jun 4, 2022, 4:32 PM IST

ଭୁବନେଶ୍ବର: ମନ୍ତ୍ରୀମଣ୍ଡଳର ପୁନର୍ବିନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ଷ୍ଟାଇଲରେ ହୋଇଛି ରାଜ୍ୟ ମନ୍ତ୍ରୀ ସମୂହ ଇସ୍ତଫା । ଏନେଇ ମନ୍ତ୍ରୀ ମଣ୍ଡଳର ସମସ୍ତ ସଦସ୍ୟ ଇସ୍ତଫା ଦେବାକୁ ନବୀନ ଦେଇଥିଲେ ନିର୍ଦ୍ଦେଶ । ଆସନ୍ତାକାଲି ନବୀନଙ୍କ ମନ୍ତ୍ରିମଣ୍ଡଳ ଶପଥ ପାଠ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ଉପ ବାଚସ୍ପତି ରଜନିକାନ୍ତ ସିଂଙ୍କୁ ଇସ୍ତଫା ପତ୍ର ଦେଇଥିବା ସୂଚନା ରହିଛି ।

ବିଜେଡି ନେତୃତ୍ବାଧୀନ ବିଜେଡି ସରକାର ପଞ୍ଚମ ପାଳିର ତୃତୀୟ ବର୍ଷ ପୂରଣ କରିଛି । ଗତ ବର୍ଷେ ହେଲା ମନ୍ତ୍ରୀ ମଣ୍ଡଳ ଅଦଳବଦଳ ହେବ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ବିଭିନ୍ନ କାରଣରୁ ଏହାର ବିଳମ୍ବ ହୋଇଛି । ରାଜ୍ୟସଭା ନିର୍ବାଚନ ଓ ବ୍ରଜରାଜନଗର ଉପନିର୍ବାଚନ ଫଳାଫଳ ବାହାରିବା ମାତ୍ରେ ମନ୍ତ୍ରୀ ମଣ୍ଡଳ ଅଦଳବଦଳ ହେବ । ଏନେଇ ଗତ 31 ତାରିଖରେ ଇଟିଭି ଭାରତରେ ଖବର ପ୍ରକାଶିତ ହୋଇଥିଲା । ଇଟିଭି ଭାରତର ଆକଳନ ସତ ପ୍ରମାଣିତ ହୋଇଛି । ଉଭୟ ନିର୍ବାଚନ ଫଳାଫଳ ବାହାରିବାର ଦିନକ ପରେ ମନ୍ତ୍ରିମଣ୍ଡଳର ଅଦଳବଦଳ ପ୍ରକ୍ରିୟା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ମନ୍ତ୍ରିମଣ୍ଡଳର ସବୁ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ମନ୍ତ୍ରୀମାନେ ନିଜ ନିଜର ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଇଛନ୍ତି । ଏମିତିକି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ରାଜ୍ୟବାହାରେ ରହି ଇସ୍ତଫା ଦେଇଛନ୍ତି । ସେହିପରି ଉପବାଚସ୍ପତି ରଜନୀକାନ୍ତ ସିଂ ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଉଭୟ ମନ୍ତ୍ରୀମଣ୍ଡଳରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି । ଆସନ୍ତାକାଲି ଅର୍ଥାତ ରବିବାର 11.45ରେ ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବ ବୋଲି ଜଣାପଡ଼ିଛି । ରାଜଭବନରେ ଶପଥ ପାଠ ହେବ । ରାଜ୍ୟପାଳ ନୂଆ ମନ୍ତ୍ରୀଙ୍କୁ ଶପଥ ପାଠ କରାଇବେ । ଏ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ସମାନ ଢଙ୍ଗରେ ସମସ୍ତ ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ନିର୍ଦ୍ଦେଶ ଦେଇ ପରେ ନୂଆ ମନ୍ତ୍ରିମଣ୍ଡଳ ଗଢିଥିଲେ । ଏବେ ନବୀନ ସମାନ ଢଙ୍ଗରେ ନିଜର ମନ୍ତ୍ରିମଣ୍ଡଳ ଗଠନ କରିବାକୁ ଯାଉଥିବା ଜଣାପଡିଛି ।

ରାଜ୍ୟ ମନ୍ତ୍ରିମଣ୍ଡଳରେ 10ରୁ ଅଧିକ ନୂଆ ମୁହଁ ସାମିଲ ହେବାକୁ ଥିବା ବେଳେ ଅନ୍ୟ କିଛି ମନ୍ତ୍ରୀଙ୍କର ବିଭାଗ ପରିବର୍ତ୍ତନ ହେବା ସହ କ୍ଷମତା ହ୍ରାସ ହେବ । 8ରୁ 10 ପୁରୁଣା ମନ୍ତ୍ରୀଙ୍କ ବିଭାଗ ବଦଳିବ ବୋଲି ଚର୍ଚ୍ଚା ହେଉଛି । 2024 ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ମନ୍ତ୍ରିମଣ୍ଡଳର ନବକଳେବର ଆବଶ୍ୟକ ମନେ କରିଛନ୍ତି ନବୀନ । ସୂଚନାନୁସାରେ ବିଭିନ୍ନ ବିବାଦରେ ଛନ୍ଦି ହୋଇଥିବା 10 ମନ୍ତୀଙ୍କୁ ମନ୍ତ୍ରୀ ମଣ୍ଡଳରୁ ବିଦା କରାଯିବ । ଚଳିତ ଥର ମନ୍ତ୍ରୀ ସଂଖ୍ୟା 20 ନୁହଁ 21 ହେବ ବୋଲି ଜଣାପଡିଛି । କିଏ ମନ୍ତ୍ରିମଣ୍ଡଳରରେ ପୁନର୍ବାର ସ୍ଥାନ ପାଇବେ ଆଉ କିଏ ଯିବେ ସେ ନେଇ ଚର୍ଚ୍ଚା ଜାରୀ ରହିଛି । ଗତ କିଛି ବର୍ଷ ମଧ୍ୟରେ ଭଲ ପ୍ରଦର୍ଶନ କରିଥିବା ନୂଆ ଚେହେରାଙ୍କୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯିବ । ଏ ନେଇ ବ୍ଲ୍ୟୁ ପ୍ରିଣ୍ଟ ପ୍ରସ୍ତୁତ ହୋଇସାରିଛି ।

ମନ୍ତ୍ରୀ ମଣ୍ଡଳରୁ ବିଦା କରିବା ପାଇଁ ମାନଦଣ୍ଡ ସ୍ଥିର ହୋଇଛି । ଯେଉଁ ମନ୍ତ୍ରୀଙ୍କ ଇଣ୍ଟିଗ୍ରିଟି ଡାଉଟଫୁଲ, କାର୍ଯ୍ୟ ଦକ୍ଷତା ଭଲ ନଥିବ, ଘୋଟଲାରେ ସାମିଲ, ବିବାଦୀୟ ଓ ପଞ୍ଚାୟତ, ପୌର ନିର୍ବାଚନରେ ଦକ୍ଷତା ପ୍ରତିପାଦନ କରିନଥିବେ । ସେମାନଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରି ନିଜର ଓ ଦଳର ଛବି ସୁଧାରିବାକୁ ଚେଷ୍ଟା କରିବେ ନବୀନ । ଲୋକାଭିମୁଖୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇ ସରକାରଙ୍କ ଛବି ସୁଧାରିଥିବା ମନ୍ତ୍ରୀଙ୍କୁ ପୁରସ୍କାର ମିଳିବ । ଭଲ ପ୍ରଦର୍ଶନ କରିଥିବା ବିଭାଗର ମନ୍ତ୍ରୀଙ୍କୁ ଅପେକ୍ଷାକୃତ ଭଲ ବିଭାଗ ଆବଣ୍ଟନ କରାଯିବ । ଏହା ସହ ସାଙ୍ଗଠନିକ ଦକ୍ଷତା ଥିବା ମନ୍ତ୍ରୀଙ୍କୁ 2017 ପରି ମନ୍ତ୍ରିମଣ୍ଡଳରୁ ବାହାର କରି ଦଳୀୟ ଦାଇତ୍ବ ଦିଆଯିବ ।

ମନ୍ତ୍ରୀମଣ୍ଡଳକୁ ନଫେରିବା ତାଲିକା ବେଶ ଲମ୍ବା ରହିଛି । ସେଥିରେ ରହିଛନ୍ତି ଜଳସମ୍ପଦ ତଥା ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ, ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ପଞ୍ଚାୟତିରାଜ ଓ ଆଇନ ମନ୍ତ୍ରୀ ପ୍ରତାପ ଜେନା, କୃଷି ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ, ଦକ୍ଷତା ବିକାଶ ମନ୍ତ୍ରୀ ପ୍ରେମାନନ୍ଦ ନାଏକ, ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ବୟନ ଶିଳ୍ପ ବିକାଶ ମନ୍ତ୍ରୀ ପଦ୍ମିନୀ ଦିଆନ, ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରାଣେନ୍ଦ୍ର ପ୍ରତାପ ସ୍ବାଇଁ, ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି, ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବିଦ୍ୟାଳୟ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଓ ଯୁବ ଏବଂ କ୍ରୀଡା ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରା ।

ମନ୍ତ୍ରୀ ହେବା ତାଲିକାରେ ରହିଛନ୍ତି ପ୍ରଦୀପ ଅମାତ, ବଦ୍ରିନାରାୟଣ ପାତ୍ର, ଅତନୁ ସବ୍ୟସାଚୀ ନାୟକ, ବାସନ୍ତୀ ହେମ୍ବ୍ରମ, ଅଶ୍ବିନୀ ପାତ୍ର, ଲତିକା ପ୍ରଧାନ । ଦଳୀୟ ଓ ସରକାରୀ କାର୍ଯ୍ୟକ୍ରମରେ ଭଲ ପ୍ରଦର୍ଶନ କରିଥିବା ପ୍ରଫୁଲ୍ଲ ମଲ୍ଲିକ, ସୁଶାନ୍ତ ସିଂହ, ଟୁକୁନି ସାହୁଙ୍କୁ ପ୍ରମୋସନ ମିଳିବ ବୋଲି ଚର୍ଚ୍ଚା ହେଉଛି । ସମିକରଣ ଦୃଷ୍ଟିରୁ କିଛି ମନ୍ତ୍ରୀ ଯେଉଁ ମନ୍ତ୍ରୀ ମନ୍ତ୍ରିମଣ୍ଡଳକୁ ନଫେରିବା ନେଇ ଚର୍ଚ୍ଚା ହେଉଛି । ସେମାନଙ୍କୁ ମନ୍ତ୍ରୀ ମଣ୍ଡଳରେ ରଖି ବିଭାଗ କାଟ କରିପାରନ୍ତି ନବୀନ । ସେହି ଲିଷ୍ଟରେ ଅରୁଣ ସାହୁ ଓ ରଣେନ୍ଦ୍ର ପ୍ରତାପ ସ୍ବାଇଁ ରହିଛନ୍ତି । ଅନ୍ୟପଟେ ଦଳରେ ରହି ସରକାରଙ୍କୁ ଅକଳରେ ପକାଉଥିବା ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ପରି ବିଧାୟକଙ୍କୁ ମନ୍ତ୍ରୀ ମଣ୍ଡଳ ଲଡୁ ଦେଇ ଚୁପ କରେଇ ପାରନ୍ତି ବିଜେଡି ସୁପ୍ରିମୋ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Jun 4, 2022, 4:32 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.