ଭୁବନେଶ୍ବର: ଅପରାଧ ରୋକିବାକୁ କମିଶନରେଟ ପୋଲିସ ଅଫିସରେ ଅଦଳବଦଳ । ୫ ଜଣ ଏସିପି ରାଙ୍କ୍ର ଅଫିସରଙ୍କୁ ଇନଚାର୍ଜ IICରୁ ACP ପଦବୀକୁ ସ୍ଥାନାନ୍ତର କରାଯାଇଛି । ସେହିଭଳି ୨ ଜଣ ଏସିପିଙ୍କୁ ନୂଆ ସ୍ଥାନକୁ ବଦଳି କରାଯାଇଥିବା ବେଳେ ସେହିପରି SIରୁ IICକୁ ପ୍ରମୋସନ ପାଇଥିବା ଅଫିସରଙ୍କୁ ଥାନା ଚାର୍ଜ ଦିଆଯାଇଛି ।
21 ଇନସ୍ପେକ୍ଟରଙ୍କ ମଧ୍ଯରେ ବଦଳି ହୋଇ ଭୁବନେଶ୍ୱର ସମସ୍ତ ଥାନାରେ IIC ନିଯୁକ୍ତ କରାଯାଇଛି । ସେହିପରି ୩ ଜଣ SIଙ୍କୁ ମିଳିଛି ନୂଆ ଥାନାକୁ ବଦଳି କରାଯାଇଛି । କ୍ୟାପିଟାଲ ଥାନା ଚାର୍ଜରେ ଥିବା ଏସିପି ଗିରିଜା ଚକ୍ରବର୍ତ୍ତୀଙ୍କୁ ସିପି ହେଡ୍କ୍ବାଟର କ୍ରାଇମ ୟୁନିଟକୁ ବଦଳି କରାଯାଇଛି ।
ଅରୁଣ ସ୍ବାଇଁଙ୍କୁ ଜୋନ-1 କଟକ ଏସିପି ଭାବେ ନିଯୁକ୍ତି ଦିଆଯାଇଛି । ଶୁଭନାରାୟଣ ମୁଦୁଲିଙ୍କୁ ଜୋନ୍ ୪ ଏସିପି ଭୁବନେଶ୍ୱର ଭାବେ ବଦଳି ହୋଇଛି । ସେହିପରି ଜୋନ୍-୪ ଏସିପି ଥିବା ପରେଶ ରାଉତଙ୍କୁ ସିପି ମୁଖ୍ୟାଳୟକୁ ବଦଳି କରାଯାଇଛି । ଏସିପି ବିଶ୍ବରଞ୍ଜନ ସେନାପତିଙ୍କୁ ସିପି ହେଡ୍କ୍ବାଟର କ୍ରାଇମ ୟୁନିଟ୍ ଭୁବନେଶ୍ୱରକୁ ବଦଳି କରାଯାଇଛି ।
କ୍ୟାପିଟାଲ ଥାନାକୁ ଖଣ୍ଡଗିରରିର IIC ପଦ୍ମନାଭ ପ୍ରଧାନଙ୍କୁ ବଦଳି କରାଯାଇଛି । ସେହିପରି ଜଟଣୀ IIC ଦୟା ନାୟକ ଖଣ୍ଡଗିରି ଥାନାକୁ ବଦଳି ହୋଇଛନ୍ତି । ବିଜୟ ବାରିକଙ୍କୁ ଇନ୍ଫୋଭ୍ୟାଲି ଥାନା ଦାୟିତ୍ବ ମିଳିଛି । ସୁଚିତ୍ରା ପରିଡାଙ୍କୁ ପାହାଳ ଥାନା ଦାୟିତ୍ବ ମିଳିଛି । ତୃପ୍ତି ରଞ୍ଜନ ନାୟକକୁ ବଡଗଡ଼ ଥାନା ଓ ବିଶ୍ବରଞ୍ଜନ ନାୟକକୁ ନନ୍ଦନକାନନ ଥାନାକୁ ବଦଳି କରାଯାଇଛି ।
ସୌମ୍ୟକାନ୍ତ ବଳିଆରସିଂଙ୍କୁ ଜଟଣୀ ଥାନା, ପ୍ରକାଶ ଚନ୍ଦ୍ରମାଝିଙ୍କୁ ଚନ୍ଦ୍ରଶେଖରପୁର ସହ ରଜନିକାନ୍ତ ମିଶ୍ରକୁ ଖାରବେଳନଗର ଥାନାଧିକାରୀ ଦାୟିତ୍ବ ମିଳିଛି ।ଗୋପାଳକୃଷ୍ଣ ଜେନାଙ୍କୁ କ୍ରାଇମ ୟୁନିଟ୍ ସିପି ହେଡ୍କ୍ବାଟର୍କୁ ବଦଳି କରାଯାଇଛି । ସେହିପରି SI ଷ୍ଟାଲିନ ବିଶ୍ବାଳକୁ କ୍ୟାପିଟାଲ ଥାନା, ପୁଷ୍ପାରାଣି ନାୟକଙ୍କୁ ମହିଳା ଥାନାକୁ ବଦଳି ହୋଇଛି । ତେବେ କ୍ରାଇମ୍ ୟୁନିଟକୁ ୩ ଅଧିକାରୀ ନିଯୁକ୍ତ ହେବାପରେ ଏବେ ସହରର କ୍ରାଇମ ଉପରେ ଏବେ ବିଶେଷ ଫୋକସ ରହିବ।