ETV Bharat / city

ବରିଷ୍ଠ OAS ସ୍ତରରେ ଅଦଳବଦଳ

OAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର । ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ ମଧୁସୂଦନ ଦାସଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ସଚିବ ଭାବେ ମିଳିଲା ଦାୟିତ୍ବ । ଅଧିକ ପଢନ୍ତୁ...

author img

By

Published : Oct 31, 2021, 6:43 AM IST

ବରିଷ୍ଠ OAS ସ୍ତରରେ ଅଦଳବଦଳ
ବରିଷ୍ଠ OAS ସ୍ତରରେ ଅଦଳବଦଳ

ଭୁବନେଶ୍ବର: ବରିଷ୍ଠ OAS ସ୍ତରରେ ଶନିବାର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଅଦଳବଦଳ କରାଯାଉଥିବା କୁହାଯାଇଛି ।

ବିଜ୍ଞପ୍ତି ଅନୁସାରେ, ଭଦ୍ରକ ଅତିରିକ୍ତ ଜିଲ୍ଲାପାଳ ବରିଷ୍ଠ OAS ମଧୁସୂଦନ ଦାସଙ୍କୁ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି । ସେହିପରି ସାମାଜିକ ସଶକ୍ତିକରଣ ଓ ଭିନ୍ନକ୍ଷମ ବିଭାଗର ଯୁଗ୍ମ ସଚିବ ଯଦୁମଣୀ ମହଲାଙ୍କୁ କେନ୍ଦୁଝର ଅତିରିକ୍ତ ଜିଲ୍ଲାପାଳ, ବରିଷ୍ଠ OAS ସୋନିଆ ବେହେରାଙ୍କୁ ତାଙ୍କ ସ୍ଥାନରେ ସାମାଜିକ ସଶକ୍ତିକରଣ ବିଭାଗରେ ଯୁଗ୍ମ ସଚିବ ଭାବେ ଅବସ୍ଥାପିତ କରାଯାଇଛି ।

ସେହିପରି ଭଦ୍ରକ ଉପଜିଲ୍ଲାପାଳ ପିତାମ୍ବର ସାମଲଙ୍କୁ କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି । ଢେଙ୍କାନାଳ ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ(ପ୍ରଶାସନ) ରବି ନାୟରାୟଣ ତ୍ରିପାଠୀଙ୍କୁ ରାୟଗଡ଼ ଜିଲ୍ଲା ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ, ସରୋଜ କୁମାର ଦତ୍ତଙ୍କୁ ଢେଙ୍କାନାଳ ଡିଆରଡିଏ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ(ପ୍ରଶାସନ), କ୍ଷୀରୋଦ କୁମାର ପ୍ରଧାନଙ୍କୁ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗର ସଚିବ ଏବଂ OAS ମନୋଜ କୁମାର ପାତ୍ରଙ୍କୁ ଭଦ୍ରକ ଉପଜିଲ୍ଲାପାଳ ଭାବେ ବଦଳି କରାଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.