ଭୁବନେଶ୍ବର: ସାତକୋଶିଆ-ନାଲଦା ରାସ୍ତାର ମହୁଲଦିଆ ନିକଟରୁ ଏକ ବଜ୍ରକାପ୍ତା ଉଦ୍ଧାର କରାଯାଇଛି । ବିକ୍ରି ଉଦ୍ଦେଶ୍ୟରେ ଅଣାଯାଇଥିବା ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିଛି ଏସଟିଏଫ୍ । ଏଥିରେ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି ପୋଲିସ । ମୟୂରଭଞ୍ଜ ଜିଲ୍ଲା ସାତକୋଶିଆ ରେଞ୍ଜ ଅଧିକାରୀଙ୍କ ସହଯୋଗରେ ଏସଟିଏଫ୍ ଚଢ଼ାଉ କରି ବଜ୍ରକାପ୍ତା ଉଦ୍ଧାର କରିଛି ।
ବ୍ୟବସାୟୀ ଜଣଙ୍କ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳର ନୀଳମଣି ଦେହୁରୀ । ଉଦ୍ଧାର ବଜ୍ରକାପ୍ତାକୁ କରଞ୍ଜିଆ ଡିଏଫଓଙ୍କୁ ହସ୍ତାନ୍ତର କରାଯାଇଛି । ସେପଟେ ୨୦୨୦ ଠାରୁ ୨୧ଟି କଲରାପତରିଆ ବାଘ ଛାଲ, ୧୧ଟି ହାତୀ ଦାନ୍ତ, ୨ଟି ହରିଣ ଛାଲ, ୮ଟି ଜୀବନ୍ତ ବଜ୍ରକାପ୍ତା, ୧୫ କେଜି ବଜ୍ରକାପ୍ତା କାତି ଜବତ ହୋଇଛି । ୪୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଏସଟିଏଫ ଏସପି ଟି.ଆର ପଟେଲ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ