ETV Bharat / city

Re-Polling: ନିର୍ବାଚନ ବାତିଲ ହୋଇଥିବା ସ୍ଥାନରେ 23ରେ ପୁନଃମତ ଗ୍ରହଣ

ବିଭିନ୍ନ କାରଣ ଯୋଗୁଁ ନିର୍ବାଚନ ବାତିଲ ହୋଇଥିବା ସ୍ଥାନରେ ଆସନ୍ତା ୨୩ରେ ପୁଣି ଭୋଟ ଦେବେ ଭୋଟର । ଅଧିକ ପଢନ୍ତୁ

author img

By

Published : Feb 21, 2022, 1:36 PM IST

Re-Polling: ନିର୍ବାଚନ ବାତିଲ ହୋଇଥିବା ସ୍ଥାନରେ 23ରେ ପୁନଃମତ ଗ୍ରହଣ
Re-Polling: ନିର୍ବାଚନ ବାତିଲ ହୋଇଥିବା ସ୍ଥାନରେ 23ରେ ପୁନଃମତ ଗ୍ରହଣ

ଭୁବନେଶ୍ବର: ପ୍ରଥମ ପର୍ଯ୍ୟାୟ ଓ ଦ୍ବିତୀୟ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନବେଳେ ବିଭିନ୍ନ କାରଣରୁ ନିର୍ବାଚନ ବାତିଲ ହୋଇଛି । ଯେଉଁ ଯେଉଁ ସ୍ଥାନମାନଙ୍କରେ ବିଭିନ୍ନ ପ୍ରକାରର ଗଣ୍ଡଗୋଳ ଯୋଗୁଁ ନିର୍ବାଚନକୁ ବାତିଲ କରିଦିଆଯାଇଥିଲା ସେସବୁ ଭୋଟ ଗ୍ରହଣ କେନ୍ଦ୍ରଗୁଡ଼ିକରେ ପୁନଃଭୋଟ ଗ୍ରହଣ କରାଯିବ । ଆସନ୍ତା ୨୩ ତାରିଖରେ ପୁନଃଭୋଟ ଗ୍ରହଣ କରାଯିବ ବୋଲି ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛନ୍ତି ।

ପୁନଃଭୋଟ ଗ୍ରହଣ କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ସକାଳ ୯ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମତଦାନ ଗ୍ରହଣ କରାଯିବ । ବିଭିନ୍ନ କାରଣ ଯୋଗୁଁ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବେଳେ ବାତିଲ ହୋଇଥିବା ଭଦ୍ରକ ଜିଲ୍ଲାର ଭଦ୍ରକ ବ୍ଲକର ୪ଟି, ବନ୍ତ ବ୍ଲକର ଗୋଟିଏ, ଢେଙ୍କାନାଳ ଜିଲ୍ଲ ଗନ୍ଦିଆ ବ୍ଲକର ୪ଟି, ଯାଜପୁର ଜିଲ୍ଲାର ଯାଜପୁର ବ୍ଲକର ୯ଟି, ଧର୍ମଶାଳା ବ୍ଲକର ୨ଟି, ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକର ଗୋଟିଏ, କୃଷ୍ଣପ୍ରସାଦ ବ୍ଲକର ଗୋଟିଏ, କଣାସ ବ୍ଲକର ୩ଟି ମତଦାନ କେନ୍ଦ୍ରରେ ପୁନଃମତ ଗ୍ରହଣ କରାଯିବ ।

ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ବିଭିନ୍ନ କାରଣରୁ ନିର୍ବାଚନ ବାତିଲ ହୋଇଥିବା ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ଗୋଟିଏ, ବୌଦ୍ଧ ଜିଲ୍ଲାର ବୌଦ୍ଧ ବ୍ଲକର ଗୋଟିଏ, ବଲାଙ୍ଗୀର ଲୋଇସିଂହା ବ୍ଲକର ଗୋଟିଏ, ଜଗତସିଂହପୁର ଜିଲ୍ଲାର ଜଗତସିଂହପୁର ବ୍ଲକ୍‌ର ୩ଟି, ଯାଜପୁର ଦଶରଥପୁର ବ୍ଲକର ୧୦ଟି, କେନ୍ଦୁଝର ତେଲକୋଇ ବ୍ଲକର ଗୋଟିଏ ଓ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକର ଗୋଟିଏ, ଶୁଳିଆପଦା ବ୍ଲକର ଦୁଇଟି ସ୍ଥାନରେ ପୁଣି ଭୋଟ ଗ୍ରହଣ କରାଯିବାକୁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.