ETV Bharat / city

୨୩ରୁ ଭୁବନେଶ୍ବରରେ ଖୋଲିବ ଧର୍ମାନୁଷ୍ଠାନ - ରାଜଧାନୀରେ ମନ୍ଦିର ଖୋଲିବା ଅନୁମତି

ଆସନ୍ତା ୨୩ ତାରିଖରୁ ରାଜଧାନୀ ଭୁବନେଶ୍ବରରେ ସମସ୍ତ ଧର୍ମାନୁଷ୍ଠାନ ଖୋଲିବା ନେଇ ବିଏମସିର ସୂଚନା । ଅଧିକ ପଢନ୍ତୁ...

୨୩ ରୁ ଭୁବନେଶ୍ବରରେ ଖୋଲିବ ମନ୍ଦିର
୨୩ ରୁ ଭୁବନେଶ୍ବରରେ ଖୋଲିବ ମନ୍ଦିର
author img

By

Published : Aug 9, 2021, 7:57 PM IST

Updated : Aug 9, 2021, 8:51 PM IST

ଭୁବନେଶ୍ବର: ୨୩ରୁ ଭୁନେଶ୍ବରର ଅର୍ଥାତ ବିଏମସି ଅଞ୍ଚଳରେ ଖୋଲିବ ଧାର୍ମିକ ଅନୁଷ୍ଠାନ । ଏନେଇ BMC ପକ୍ଷରୁ ମାର୍ଗଦର୍ଶିକା ଜାରି କାରଯାଇଛି । ଧାର୍ମିକ ଅନୁଷ୍ଠାନ ଯିବା ସମୟରେ କୋଭିଡ ଗାଇଡଲାଇନ ପାଳନ ଜରୁରୀ । ୨୩ ପରେ ଲିଙ୍ଗରାଜ ମନ୍ଦିର ଖୋଲିବା ନେଇ ମନ୍ଦିର ଟ୍ରଷ୍ଟ ବୋର୍ଡ ନେଇପାରିବେ ନିଷ୍ପତ୍ତି । ଏନେଇ ବିଭିନ୍ନ ଧର୍ମର ନେତୃବୃନ୍ଦଙ୍କ ସହ ଭର୍ଚୁଆଲରେ ଆଲୋଚନା ମଧ୍ୟ ହୋଇଛି ।

୨୩ ରୁ ଭୁବନେଶ୍ବରରେ ଖୋଲିବ ମନ୍ଦିର
୨୩ ରୁ ଭୁବନେଶ୍ବରରେ ଖୋଲିବ ମନ୍ଦିର

ସହିପରି ସିଂହଦ୍ଵାର ଓ ଆଡକାଠ ଭକ୍ତଙ୍କ ଦର୍ଶନ ପାଇଁ ଅନୁମତି ରହିଥିବା ମାର୍ଗଦର୍ଶିକାରେ ଦର୍ଶା ଯାଇଥିବା ବେଳେ ଗର୍ଭଗୃହରେ ପ୍ରବେଶକୁ ନିଷେଧ କରାଯାଇଛି । ସେହିପରି ଭୋଗ ଲାଗିବା ନେଇ ରୋକ ଲଗାଇଛି ବିଏମସି । ଦର୍ଶନ ସମୟରେ ସାମାଜିକ ଦୂରତା ଓ ମାସ୍କ ବାଧ୍ୟତାମୂଳକ କରାଯାଇଥିବାବେଳେ ଧାର୍ମିକ ଅନୁଷ୍ଠାନ ପରିସରରେ ୨୫ରୁ ଅଧିକ ଭକ୍ତଙ୍କ ଏକାଠି ହେବା ଉପରେ ମଧ୍ୟ ରୋକ ଲଗାଯାଇଛି । ସେହିପରି ଛେପ ପକାଇବା ଓ ଗୁଟଖା ଖାଇବା ମଧ୍ୟ ବାରଣ ରହିଛି । ଅନ୍ୟପଟେ ବରିଷ୍ଠ ନାଗରିକ, ଗର୍ଭବତୀ ମହିଳା, ୧୮ବର୍ଷରୁ କମ ବୟସ୍କ ଓ ଅନ୍ୟ ସମ୍ବେଦନଶୀଳ ବର୍ଗଙ୍କୁ ଧାର୍ମିକ ଅନୁଷ୍ଠନ ଯିବା ଉପରେ ବି ମାର୍ଗଦର୍ଶିକାରେ ବାରଣ କରାଯାଇଥିବା ଜଣାପଡିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ ଓ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Aug 9, 2021, 8:51 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.