ETV Bharat / city

‘ଫନି’ ପରେ ରାଜଧାନୀରେ ଖୋଲିଲା ଆହାର କେନ୍ଦ୍ର - puri

ବାତ୍ୟାର ୧୩ ଦିନ ପରେ ଟ୍ବିନସିଟି ସମେତ ପୁରୀରେ ପୁଣିଥରେ ଆରମ୍ଭ ହେଲା ଖାଦ୍ୟ ବିତରଣ । ଏଠାରେ ପୁଣିଥରେ ପ୍ରତିଦିନ ଯୋଗାଇ ଦିଆଯିବ ଆହାର । ଏନେଇ ସାଧାରଣ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳିଥିଲା ଉତ୍ସାହ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : May 15, 2019, 7:13 PM IST

ଭୁବନେଶ୍ବର: ବାତ୍ୟା ପରେ ଧିରେ ଧିରେ ସ୍ଥିତି ସୁଧୁରିବାରେ ଲାଗିଛି । ୧୩ ଦିନ ପରେ ଟ୍ବିନସିଟି ସମେତ ପୁରୀରେ ପୁଣିଥରେ ଆରମ୍ଭ ହେଲା ଖାଦ୍ୟ ବିତରଣ । ବାତ୍ୟା ପରେ ଆହାର କେନ୍ଦ୍ରରେ ଦେଖିବାକୁ ମିଳୁଛି ଲୋକଙ୍କ ଭିଡ଼ । ଏଠାରେ ଦୈନିକ ଭାବରେ ଆହାର ଯୋଗାଇ ଦିଆଯିବ । ଭୁବନେଶ୍ୱରର ୧୧ ଟି ସ୍ଥାନରେ ଥିବା ଆହାର କେନ୍ଦ୍ର ଗୁଡ଼ିକ ଆଜି ଖୋଲିଥିବା ବେଳେ ୪ଟି କେନ୍ଦ୍ରରେ 1 ହଜାର ଲୋକଙ୍କ ପାଇଁ ଆହାର ଯୋଗାଇ ଦିଆଯାଇଛି । ବାକି ୭ଟି କେନ୍ଦ୍ରରେ ୫୦୦ ଲୋକଙ୍କ ପାଇଁ ଆହାର ଯୋଗାଇ ଦିଆଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା ଓ କଟକ ସମେତ ଅଧିକାଂଶ ଜିଲ୍ଲାରେ ବାତ୍ୟାର ପ୍ରଭାବ ପଡିଥିଲା । ତେଣୁ ଆହାର କେନ୍ଦ୍ର ଗୁଡ଼ିକ କ୍ଷୟକ୍ଷତି ହୋଇଥିବା ବେଳେ ମରାମତି ପାଇଁ ସମୟ ଲାଗିଥିଲା । ଭୁବନେଶ୍ୱରରେ କ୍ୟାପିଟାଲ ହସ୍ପିଟାଲ୍, ବରମୁଣ୍ଡା ବସ୍ ଷ୍ଟାଣ୍ଡ, ରେଲୱେ ଷ୍ଟେସନ, କଳ୍ପନା ଛକ୍, ରସୁଲଗଡ଼, କଳିଙ୍ଗ ହସ୍ପିଟାଲ, ନୟାପଲ୍ଲୀ ଦୁର୍ଗା ମଣ୍ଡପ ବାତ୍ୟା ପ୍ରଭାବରେ ପିଇବା ପାଣି ଟାଙ୍କି ଓ କେନ୍ଦ୍ରର କିଛି ଅଂଶ ଭାଙ୍ଗି ଯାଇଥିବାରୁ ଆହାର କେନ୍ଦ୍ର ବନ୍ଦ ରହିଥିଲା ।

ତେବେ ଆଜିଠୁ ବିଧିବଦ୍ଧ ଭାବରେ ଆହାର କେନ୍ଦ୍ରରେ ଖାଦ୍ୟ ବିତରଣ କରାଯାଉଛି । ପୂର୍ବରୁ ଯେପରି ଦୈନନ୍ଦିନ ହଜାର ହଜାର ଲୋକଙ୍କ ପାଇଁ ଖାଦ୍ୟ ବିତରଣ କରାଯାଉଥିଲା ସେହିପରି ଏବେଠାରୁ ପ୍ରତି ଦିନ ଏହା ଚାଲିବ । ରାତି ଆହାର କେନ୍ଦ୍ରରେ ଖାଦ୍ୟ ବିତରଣକୁ ନେଇ ଏବେ ଯାଏଁ କୌଣସି ସୂଚନା ନାହିଁ ବୋଲି ବିଏମସିର ନୋଡାଲ ଅଧିକାରୀ ସୂଚନା ଦେଇଛନ୍ତି ।

ଆହାର ବିତରଣ କରୁଥିବା କର୍ମଚାରୀ ଖୁସି ଥିବା ବେଳେ ଖାଇବାକୁ ଆସୁଥିବା ଲୋକମାନଙ୍କ ମଧ୍ୟରେ ଉତ୍ସାହ ବଢ଼ିଛି । କ୍ୟାପିଟାଲ ହସ୍ପିଟାଲରେ ଥିବା ଆହାର କେନ୍ଦ୍ରରେ ଆଜି ଏକ ହଜାର ଲୋକଙ୍କ ପାଇଁ ଆହାର ପ୍ରସ୍ତୁତ କରାଯାଇଛି । ଭାତ, ଡାଲମା, ଓ ଖଟା ପ୍ରସ୍ତୁତ କରାଯାଇଥିଲା । ସରକାରଙ୍କ ଉଦ୍ୟମରେ ଏହା ସଫଳ ହୋଇଛି ବୋଲି ସନାତନ ଭୂୟାଁ ଆହାର ବିତରଣ କରୁଥିବା କର୍ମଚାରୀ କହିଛନ୍ତି । ଦୀର୍ଘ ଦିନ ଧରି ଆହାର କେନ୍ଦ୍ର ବନ୍ଦ ଥିବାରୁ ଅନେକ ଗରିବ ଲୋକ ଅସୁବିଧାରେ ସମ୍ମୁଖୀନ ହେଉଥିଲେ । ଆଜି ଆହାର କେନ୍ଦ୍ର ଖୋଲିବାରୁ ଅନେକ ଲୋକେ ଉପକୃତ ହେଉଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.