ଓଡିଆ ବୈଜ୍ଞାନିକ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ, ଶୋକ ଜଣାଇଲେ ନବୀନ-ଧର୍ମେନ୍ଦ୍ର - Naveen condolence on Trilochan Pradhan demise
ପଦ୍ମଭୂଷଣ ତଥା ଓଡ଼ିଆ ବୈଜ୍ଞାନିକ ଡଃ. ତ୍ରିଲୋଚନ ପ୍ରଧାନଙ୍କ ପରଲୋକ । ବିଶିଷ୍ଟ ଓଡ଼ିଆ ବୈଜ୍ଞାନିକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ଅଧିକ ପଢନ୍ତୁ
ଭୁବନେଶ୍ବର: ପଦ୍ମଭୂଷଣ ଓଡ଼ିଆ ବୈଜ୍ଞାନିକ ଡଃ. ତ୍ରିଲୋଚନ ପ୍ରଧାନଙ୍କ ପରଲୋକ । ଶନିବାର ସକାଳେ ୯୨ ବର୍ଷ ବୟସରେ ଇହଧାମ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।
ନୟାଗଡ ଜିଲ୍ଲାରେ ଜନ୍ମିତ ଓଡ଼ିଆ ବୈଜ୍ଞାନିକ ଡଃ. ତ୍ରିଲୋଚନ ପ୍ରଧାନ ପଦାର୍ଥ ବିଜ୍ଞାନ ପ୍ରତିଷ୍ଠାନ, ଭୁବନେଶ୍ବରର (Institute of Physics, Bhubaneswar) ନିର୍ଦ୍ଦେଶକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ସେ ଦେଶର ଗବେଷଣା କ୍ଷେତ୍ରରେ ଏକ ପରିଚିତ ନାମ ଥିଲେ । ୧୯୯୦ ମସିହାରେ ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ହୋଇଥିଲେ । ସେ ଆମେରିକାର ୟୁନିରର୍ଭିସିଟି ଅଫ ଚିକାଗୋରୁ ପିଏଚଡି ହାସଲ କରିଥିଲେ ।
ବିଜ୍ଞାନ କ୍ଷେତ୍ରରେ ତାଙ୍କ ଯଥେଷ୍ଠ ଅବଦାନ ରହିଛି ତାଙ୍କୁ ବହୁ ସମ୍ମାନରେ ସମ୍ମାନିତ କରାଯାଇଛି। ୨୦୧୮ ମସିହାରେ କଳିଙ୍ଗ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା ।
ବିଶିଷ୍ଟ ଓଡ଼ିଆ ବୈଜ୍ଞାନିକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି। ପଦ୍ମଭୂଷଣ ସମ୍ମାନରେ ସମ୍ମାନିତ ସୁଖ୍ୟାତ ଓଡ଼ିଆ ବୈଜ୍ଞାନିକ ଡଃ. ତ୍ରିଲୋଚନ ପ୍ରଧାନଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ବିଜ୍ଞାନ ଜଗତ ପ୍ରତି ତାଙ୍କର ବହୁମୂଲ୍ୟ ଅବଦାନ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଇଛନ୍ତି ।
-
ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ ସୁଖ୍ୟାତ ଓଡ଼ିଆ ବୈଜ୍ଞାନିକ ଡଃ. ତ୍ରିଲୋଚନ ପ୍ରଧାନଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ବିଜ୍ଞାନ ଜଗତ ପ୍ରତି ତାଙ୍କର ବହୁମୂଲ୍ୟ ଅବଦାନ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଉଛି।
— Naveen Patnaik (@Naveen_Odisha) December 4, 2021 " class="align-text-top noRightClick twitterSection" data="
">ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ ସୁଖ୍ୟାତ ଓଡ଼ିଆ ବୈଜ୍ଞାନିକ ଡଃ. ତ୍ରିଲୋଚନ ପ୍ରଧାନଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ବିଜ୍ଞାନ ଜଗତ ପ୍ରତି ତାଙ୍କର ବହୁମୂଲ୍ୟ ଅବଦାନ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଉଛି।
— Naveen Patnaik (@Naveen_Odisha) December 4, 2021ପଦ୍ମ ଭୂଷଣ ସମ୍ମାନରେ ସମ୍ମାନିତ ସୁଖ୍ୟାତ ଓଡ଼ିଆ ବୈଜ୍ଞାନିକ ଡଃ. ତ୍ରିଲୋଚନ ପ୍ରଧାନଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ବିଜ୍ଞାନ ଜଗତ ପ୍ରତି ତାଙ୍କର ବହୁମୂଲ୍ୟ ଅବଦାନ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ସମବେଦନା ଜଣାଉଛି।
— Naveen Patnaik (@Naveen_Odisha) December 4, 2021
ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଟ୍ବିଟ୍ କରି ଶୋକ ବ୍ୟକ୍ତ କରିଛନ୍ତି ।
-
ଖ୍ୟାତିସମ୍ପନ୍ନ ବୈଜ୍ଞାନିକ, ଶିକ୍ଷାବିତ୍ ପଦ୍ମଭୂଷଣ ପ୍ରଫେସର ଡଃ. ତ୍ରିଲୋଚନ ପ୍ରଧାନଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ସାଧାରଣ ଲୋକଙ୍କ ମଧ୍ୟରେ ବିଜ୍ଞାନକୁ ଆଦୃତ କରିବାରେ ଉଲ୍ଲେଖନୀୟ ଅବଦାନ ପାଇଁ ସେ ଚିର ସ୍ମରଣୀୟ ହୋଇରହିବେ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଉଛି ।
— Dharmendra Pradhan (@dpradhanbjp) December 4, 2021 " class="align-text-top noRightClick twitterSection" data="
">ଖ୍ୟାତିସମ୍ପନ୍ନ ବୈଜ୍ଞାନିକ, ଶିକ୍ଷାବିତ୍ ପଦ୍ମଭୂଷଣ ପ୍ରଫେସର ଡଃ. ତ୍ରିଲୋଚନ ପ୍ରଧାନଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ସାଧାରଣ ଲୋକଙ୍କ ମଧ୍ୟରେ ବିଜ୍ଞାନକୁ ଆଦୃତ କରିବାରେ ଉଲ୍ଲେଖନୀୟ ଅବଦାନ ପାଇଁ ସେ ଚିର ସ୍ମରଣୀୟ ହୋଇରହିବେ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଉଛି ।
— Dharmendra Pradhan (@dpradhanbjp) December 4, 2021ଖ୍ୟାତିସମ୍ପନ୍ନ ବୈଜ୍ଞାନିକ, ଶିକ୍ଷାବିତ୍ ପଦ୍ମଭୂଷଣ ପ୍ରଫେସର ଡଃ. ତ୍ରିଲୋଚନ ପ୍ରଧାନଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ସାଧାରଣ ଲୋକଙ୍କ ମଧ୍ୟରେ ବିଜ୍ଞାନକୁ ଆଦୃତ କରିବାରେ ଉଲ୍ଲେଖନୀୟ ଅବଦାନ ପାଇଁ ସେ ଚିର ସ୍ମରଣୀୟ ହୋଇରହିବେ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଉଛି ।
— Dharmendra Pradhan (@dpradhanbjp) December 4, 2021
ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ