ଭୁବନେଶ୍ବର: ଉପାନ୍ତ ଅଞ୍ଚଳରେ ଛୋଟ ଛୋଟ ଗ୍ରୁପ ମାଧ୍ୟମରେ ଅଫଲାଇନ କ୍ଲାସ କରିବାକୁ ନିର୍ଦ୍ଦେଶ । ଯୁକ୍ତ ଦୁଇ ପରୀକ୍ଷା ପୂର୍ବରୁ ଅନଲାଇନରେ ପାଠପଢାଇବାକୁ ଯୋଜନା । ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଏନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଛାତ୍ରଛାତ୍ରୀ କେମିତି ପଢିବେ ସେ ଦାୟିତ୍ବ ନେବେ ଶିକ୍ଷକ।
ଅର୍ଥାତ ଛୋଟ ଛୋଟ ଗ୍ରୁପ କରି ଜଣେ ଲେଖାଏଁ ଶିକ୍ଷକ ଏହାର ଦାୟିତ୍ବ ନେବେ। ପିଲା କେମିତି ପଢିବେ ଏବଂ କାହିଁକି ପଢି ପାରୁ ନାହାନ୍ତି ତାହା ଉପରେ ନଜର ରଖିବେ। ଉପାନ୍ତ ଅଞ୍ଚଳରେ ଅଭିଭାବକଙ୍କ ଅନୁମତି ନେଇ ଛୋଟ ଛୋଟ ଗ୍ରୁପ ମାଧ୍ୟମରେ ଅଫଲାଇନ କ୍ଲାସ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ରାଜ୍ୟର ଜିଲ୍ଲା ଶିକ୍ଷା ଅଧିକାରୀ, 17 ଟି ସରକାରୀ ହାଇଅର ସେକେଣ୍ଡାରୀ ସ୍କୁଲର ଅଧ୍ୟକ୍ଷ ଏବଂ ତିନି ଆଞ୍ଚଳିକ ଶିକ୍ଷା ନିର୍ଦେଶକ ଉପସ୍ଥିତ ଥିଲେ।
ଭୁବନେଶ୍ବରୁ ବିକାଶ ଦାସ, ଇଟିଭି ଭାରତ