ETV Bharat / city

ଅକ୍ଷୟ ତୁମେ ଅକ୍ଷୟ... - ଅକ୍ଷୟ ମହାନ୍ତି ଜନ୍ମଦିନ

ଓଡିଆ ସଙ୍ଗୀତ ଜଗତର ମୁକୁଟ ବିହୀନ ବାଦଶାହ ତଥା ସଙ୍ଗୀତ ସମ୍ରାଟ ଅକ୍ଷୟ ମହାନ୍ତି । ଯାହାଙ୍କ କଣ୍ଠର ଯାଦୁରେ ଝୁମି ଉଠିଥିଲେ ଦର୍ଶକ । ଏକାଧାରରେ ଜଣେ ମହାନ ସଙ୍ଗୀତଜ୍ଞ, ଗାଳ୍ପିକ ତଥା ଔପନାସିକ ଥିବା ଖୋକା ଭାଇଙ୍କ ଆଜି ଜନ୍ମଦିନ । ଅଧିକ ପଢନ୍ତୁ...

ଅକ୍ଷୟ ତୁମେ ଅକ୍ଷୟ...
ଅକ୍ଷୟ ତୁମେ ଅକ୍ଷୟ...
author img

By

Published : Oct 12, 2021, 8:55 AM IST

ଭୁବନେଶ୍ବର: ଓଡିଆ ସଙ୍ଗୀତ ଜଗତର ମୁକୁଟ ବିହୀନ ସମ୍ରାଟ ଅକ୍ଷୟ ମହାନ୍ତି । ଓଡିଆ ସଙ୍ଗୀତର ମାଧୁର୍ଯ୍ୟତା ଓ ପରିପୂର୍ଣ୍ଣତାର ଅନନ୍ୟ ପରିଚୟ । ଏକାଧାରରେ ସେ ଥିଲେ ଜଣେ ଲେଖକ, ସଙ୍ଗୀତ ନିର୍ଦ୍ଦେଶକ ଓ ଗାୟକ । ତାଙ୍କ ଗୀତ ବାଜିବା ମାତ୍ରେ ଝୁମି ଉଠୁଥିଲେ ଶ୍ରୋତା । ତାଙ୍କ କଣ୍ଠର ଯାଦୁ ବାନ୍ଧି ରଖୁଥିଲା ପ୍ରତିଟି ଓଡିଆ ମନକୁ । ନିଜ ଜୀବନ କାଳ ମଧ୍ୟରେ ରୋମାଣ୍ଟିକ ଗୀତଠୁ ଆରମ୍ଭ କରି ଭଜନ ଯାଏଁ ସବୁଥିରେ ନିଜର କଣ୍ଠଦାନ କରିଛନ୍ତି ଏହି କିମ୍ବଦନ୍ତୀ ପୁରୁଷ । ଆଜି ସେହି ମହାନ ସଙ୍ଗୀତଜ୍ଞ, ଗାଳ୍ପିକ ତଥା ଔପନାସିକ ଖୋକା ଭାଇଙ୍କ ଜନ୍ମଦିନ ।

1937 ମସିହା ଅକ୍ଟୋବର 12 ତାରିଖରେ କଟକଠାରେ ତାଙ୍କର ଜନ୍ମ । ପିତା ବିଚିତ୍ରାନନ୍ଦ ମହାନ୍ତି ଓ ମାଆ ସୁବର୍ଣ୍ଣମଞ୍ଜରୀ ମହାନ୍ତି । ଷ୍ଟୁଆର୍ଡ ସାଇନ୍ସ କଲେଜରେ ଆଇଏସସି ଓ ରେଭେନ୍ସା କଲେଜରେ ବିଏ ଅଧ୍ୟୟନ କରିଥିଲେ ଅକ୍ଷୟ ମହାନ୍ତି । ପଢା ସରିବା ପରେ ସେ ଚାକିରୀରେ ଯୋଗ ଦେଇଥିଲେ ସତ ହେଲେ କିଛି ବର୍ଷ ପରେ ସଙ୍ଗୀତ ପାଇଁ ଚାକିରୀ ଛାଡି ଦେଇଥିଲେ । କୌଣସି ପ୍ରକାର ଆନୁଷ୍ଠାନିକ ସଙ୍ଗୀତ ଶିକ୍ଷା ନ ନେଇଥିଲେ ମଧ୍ୟ ସେ ସଙ୍ଗୀତ ଜଗତରେ ଏକ ବିପ୍ଲବ ଆଣିଥିଲେ ।

ମା' ଚଳଚ୍ଚିତ୍ରର ଗୋରୀ ଗୋରୀ ଥିଲା ତାଙ୍କର ପ୍ରଥମ ପ୍ରଚ୍ଛଦ ସଙ୍ଗୀତ । ସେ ମଲାଜହ୍ନ ଚଳଚ୍ଚିତ୍ରରେ ପ୍ରଥମେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ମୋଟ 12ଟି ଓଡିଆ ଫିଲ୍ମରେ କଣ୍ଠଦାନ କରିଛନ୍ତି ଅକ୍ଷୟ ମହାନ୍ତି । ସେହିପରି 92ଟି ଫିଲ୍ମ ପାଇଁ ସଙ୍ଗୀତ ଲେଖିଛନ୍ତି ଓ 75ଟି ଫିଲ୍ମର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି । ସାହିତ୍ୟ କ୍ଷେତ୍ରକୁ ମଧ୍ୟ ରହିଛି ତାଙ୍କର ଅନନ୍ୟ ଅବଦାନ । ସେ ଅନେକ ଉପନ୍ୟାସ, କବିତା ଓ ଗଳ୍ପ ସଂକଳନ କରିଛନ୍ତି । ରାଜାଝିଅ ସଙ୍ଗେ, ଯାଯାବର, ସ୍ମୃତି ତୁମେ, ପୁଣ୍ୟର ନଦୀ ତୀରେ, ହେ ଫଗୁଣ ତୁମେ ଗଲା ପରେ, ହୃଦୟର ଏହି ଶୂନ୍ୟତାକୁ, ‘ବୟସର କୃଷ୍ଣଚୂଡ଼ା ରଙ୍ଗ ତୁମ ମନ୍ଦ ନୁହେଁ’ ଆଦି ସଙ୍ଗୀତ ତାଙ୍କର ଅନନ୍ୟ କୃତିତ୍ବ ।

2002 ମସିହା ନଭେମ୍ବର 17 ତାରିଙ୍କରେ ଓଡିଆ ସଙ୍ଗୀତ ଜଗତର ଏହି କିମ୍ବଦନ୍ତୀ ପୁରୁଷଙ୍କ ପରୋଲୋକ ଘଟିଥିଲା । ଆଜି ଖୋକା ଭାଇ ନାହାନ୍ତି ସତ ହେଲେ ତାଙ୍କର ସଙ୍ଗୀତ ଆଜି ବି ଅଗଣିତ ଓଡିଆଙ୍କ ହୃଦୟରେ ସାଇତି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.