ETV Bharat / city

ଚଳିତ ଆର୍ଥିକ ବର୍ଷ ଓଡିଶାକୁ କମ ମିଳିଛି ସ୍ୱତନ୍ତ୍ର କେନ୍ଦ୍ରୀୟ ସହାୟତା

author img

By

Published : Mar 16, 2021, 10:30 PM IST

ବିଗତ 3 ଆର୍ଥିକ ବର୍ଷ ତୁଳନାରେ 2020-21 ଆର୍ଥିକ ବର୍ଷରେ ସ୍ବତନ୍ତ୍ର କେନ୍ଦ୍ରୀୟ ସହାୟତା (SCA) ସ୍କିମ ଅଧୀନରେ ଓଡିଶାକୁ କମ ପାଣ୍ଠି ଜାରି କରିଛି କେନ୍ଦ୍ର । ଅଧିକ ପଢନ୍ତୁ..

ଚଳିତ ଆର୍ଥିକ ବର୍ଷ  ଓଡିଶାକୁ କମ ମିଳିଛି ସ୍ୱତନ୍ତ୍ର କେନ୍ଦ୍ରୀୟ ସହାୟତା
ଚଳିତ ଆର୍ଥିକ ବର୍ଷ ଓଡିଶାକୁ କମ ମିଳିଛି ସ୍ୱତନ୍ତ୍ର କେନ୍ଦ୍ରୀୟ ସହାୟତା

ଭୁବନେଶ୍ବର: ବିଗତ 3 ଆର୍ଥିକ ବର୍ଷ ତୁଳନାରେ 2020-21 ଆର୍ଥିକ ବର୍ଷରେ ସ୍ବତନ୍ତ୍ର କେନ୍ଦ୍ରୀୟ ସହାୟତା (SCA) ସ୍କିମ ଅଧୀନରେ ଓଡିଶାକୁ କମ ପାଣ୍ଠି ଜାରି କରିଛି କେନ୍ଦ୍ର ।

ଗୃହମନ୍ତ୍ରୀ ଜି କିଶନ ରେଡ୍ଡୀ ଲୋକସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ପ୍ରଦାନ କରିଥିବା ତଥ୍ୟ ଅନୁଯାୟୀ , 2020-21 ଆର୍ଥିକ ବର୍ଷରେ ଓଡିଶା 14.25 କୋଟି ଟଙ୍କା ପାଇଛି । ସେହିଭଳି କେନ୍ଦ୍ରର SCA ଅଧିନରେ 2017-18 ରେ ଓଡିଶା 10 କୋଟି, 2018-19 ରେ 66.67 କୋଟି ଓ 2019-20 ରେ 66.66 କୋଟି ଟଙ୍କା ପାଇଛି ।

କେନ୍ଦ୍ର ମନ୍ତ୍ରୀ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ, ଏପ୍ରିଲ୍ -2018 ରେ ସମୀକ୍ଷା ଅନୁଯାୟୀ ସୁରକ୍ଷା ସମ୍ବନ୍ଧୀୟ ବ୍ୟୟ (SRE) ଯୋଜନା ପରିସରକୁ ବାମପନ୍ଥୀ ଉଗ୍ରବାଦ (LWE) ପ୍ରଭାବିତ ଜିଲ୍ଲାଗୁଡିକୁ ଅଣାଯାଇଛି ।

2018 ଏପ୍ରିଲ୍ 1 ଠାରୁ SRE ଯୋଜନା ଅଧୀନରେ ଓଡିଶା ସମେତ 15 ଟି ଜିଲ୍ଲା ଅଛି । ଏଥିରେ ରହିଥିବା ଜିଲ୍ଲାଗୁଡିକ ମଧ୍ୟରେ ଅନୁଗୋଳ, ବରଗଡ, ବଲାଙ୍ଗୀର, ବୌଦ୍ଧ, ଦେଓଗଡସ କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲାକାନଗିରି, ନବରଙ୍ଗପୁର, ନୟାଗଡ , ନୂଆପଡା, ରାୟଗଡା, ସମ୍ବଲପୁର, ସୁନ୍ଦରଗଡ ଆଦି ରହିଛି ।

ଏଥିମଧ୍ୟରୁ 2020 ରେ ବୌଦ୍ଧ, ସମ୍ବଲପୁର, ନୟାଗଡ଼, ଅନୁଗୋଳ, ଦେଓଗଡ, ନବରଙ୍ଗପୁର ଏବଂ ସୁନ୍ଦରଗଡ ଭଳି ସାତୋଟି ଜିଲ୍ଲାରେ LWE ହିଂସା ଘଟଣା ରିପୋର୍ଟ ହୋଇନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.