ଭୁବନେଶ୍ବର: ବାତ୍ୟାର ୟସର ଲ୍ୟାଣ୍ଡଫଲ ପ୍ରକ୍ରିୟା ଶେଷ ହୋଇଛି । ଏପଟେ ବାତ୍ୟାକୁ ନେଇ ଅନେକ ଲୋକେ ପ୍ରଭାବିତ ମଧ୍ୟ ହୋଇଛନ୍ତି । ଏପରିକି ଅନେକ ଲୋକେ ଭୋକିଲା ଥାଇପାରନ୍ତି । ଏନେଇ ବାତ୍ୟା ଆଶ୍ରୟ ସ୍ଥଳ ଓ ପ୍ରଭାବିତ ଅଞ୍ଚଳରରେ ତୁରନ୍ତ ରିଲିଫ ପାଇ ପ୍ରସ୍ତୁତ ହେଉଛି ରିଲିଫ । ଚୁଡା ସହ ଗୁଡ଼ ବିସ୍କୁଟ ଛତୁଆ ସହ ମହମବତି, ଡିଆସିଲ ଆଦି ପ୍ୟାକେଟ କରି ପ୍ରଭାବିତ ଅଞ୍ଚଳରେ ପହଞ୍ଚାଇବାକୁ ରେଡକ୍ରସ ପକ୍ଷରୁ ଜୋରଦାର ପ୍ରୟାସ ଚାଲିଛି । ରେଡକ୍ରସର ଭଲ୍ୟୁଣ୍ଟରମାନେ ଏହି ପ୍ୟାକେଟ ଭୋକିଲା ବା ପ୍ରଭାବିତଙ୍କ ପାଖରେ କିପରି ସଠିକ ସମୟରେ ପହଞ୍ଚାଇପାରିବେ ସେ ନେଇ ରେଡକ୍ରସର ସେକ୍ରେଟେରୀ ସିଟିଏମ ସୁଗୁଣାଙ୍କ ସହ ଆଲୋଚନା କରିଛନ୍ତି ଆମ ଭୁବନେଶ୍ବର ସମ୍ବାଦଦାତା ତାପସ ପରିଡା ।
ଭୁବନେଶ୍ବର ତାପସ ପରିଡା, ଇଟିଭି ଭାରତ