ETV Bharat / city

ଓଡିଶାର ୬ ସ୍ବାଧୀନତା ସଂଗ୍ରାମୀଙ୍କ ନାମରେ ଉନ୍ମୋଚନ ହେଲା ଡାକ ଲଫାପା

author img

By

Published : Oct 13, 2021, 9:48 PM IST

୬ ସ୍ବାଧୀନତା ସଂଗ୍ରାମୀଙ୍କ ନାମରେ ଡାକ ଲଫାପା ଉନ୍ମୋଚନ କଲା ଭାରତୀୟ ଡାକ ବିଭାଗ । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଉନ୍ମୋଚନ କରାଯାଇଛି । ଅଧିକ ପଢନ୍ତୁ...

unsung heroes of odisha
ଓଡିଶାର ୬ ସ୍ବାଧୀନତା ସଂଗ୍ରାମୀଙ୍କ ନାମରେ ଉନ୍ମୋଚନ ହେଲା ଡାକ ଲଫାପା

ଭୁବନେଶ୍ବର: ଓଡିଶାର ୬ ସ୍ବାଧୀନତା ସଂଗ୍ରାମୀଙ୍କ ନାମରେ ଉନ୍ମୋଚନ ହେଲା ଡାକ ଲଫାପା । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଉନ୍ମୋଚନ କରିଛନ୍ତି । ସ୍ବାଧୀନତାର ୭୫ତମ ବର୍ଷ ପାଳନ ଅବସରରେ ସ୍ବତନ୍ତ୍ର ଲଫାପା ଉନ୍ମୋଚନ କରାଯାଇଛି ।

  • ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରିବା ଅବସରରେ ଆଜି “ଡ଼ାକ ଟିକଟ ସଂଗ୍ରହ ଦିବସ” ଅବସରରେ ମୋର ସହଯୋଗୀ @AshwiniVaishnaw ଜୀଙ୍କ ସହ ଇତିହାସ ପୃଷ୍ଠାରେ ଅନାଲୋଚିତ ଓଡ଼ିଶାର 6 ଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ନାମରେ ସ୍ୱତନ୍ତ୍ର ଡ଼ାକ ଲଫାପାକୁ ଉନ୍ମୋଚନ କରିବା ସହ ସେମାନଙ୍କ ଦାୟାଦ ଓ ପରିବାର ସଦସ୍ୟଙ୍କ ସହ କଥା ହୋଇ ମୁଁ ଆନନ୍ଦିତ । pic.twitter.com/nbMC3XaYbA

    — Dharmendra Pradhan (@dpradhanbjp) October 13, 2021 " class="align-text-top noRightClick twitterSection" data=" ">

ଆଜାଦି କା ଅମୃତ ମହୋତ୍ସବର ଏକ ଅଂଶ ସ୍ବରୂପ ଭାରତୀୟ ଡାକ ବିଭାଗ ଦେଶର ସ୍ଵାଧୀନତା ସଂଗ୍ରାମରେ ମହତ ଅବଦାନ ଥିବା 6 ଜଣ ଓଡିଆ ସ୍ବାଧୀନତା ସଂଗ୍ରାମୀଙ୍କ ନାମରେ ଡାକ ଲଫାପା ଉନ୍ମୋଚନ କରିଛି । ଓଡିଶାର ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବକ୍ସି ଜଗବନ୍ଧୁ , ଶହୀଦ ଜୟୀ ରାଜଗୁରୁ, ଶହୀଦ ଚାଖି ଖୁଣ୍ଟିଆ, ଶହୀଦ ଚକରା ବିଷୋୟୀ, ବାଜି ରାଉତ ଏବଂ ପାର୍ବତୀ ଗିରିଙ୍କ ଉପରେ 103ଟି ସ୍ଵତନ୍ତ୍ର ଲଫାପା ଉନ୍ମୋଚନ କରାଯାଉଛି । ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସଂଚାର ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ଦ୍ଵାରା ନୂଆଦିଲ୍ଲୀସ୍ଥିତ ଡାକ ଭବନରେ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଉନ୍ମୋଚନ କରାଯାଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଡାକ ଭବନ ଦିଲ୍ଲୀ ସହ ମୁଖ୍ୟ ଡାକ ବିଭାଗ ଓଡ଼ିଶା , ପୁରୀ ଡାକବିଭାଗ , ଢେଙ୍କାନାଳ ଡାକବିଭାଗ , ବ୍ରହ୍ମଗିରି ଡାକବିଭାଗ , ଆସ୍କା ଡାକ ବିଭାଗ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ସେହି ଅଞ୍ଚଳଗୁଡ଼ିକର ଡାକ ବିଭାଗ ଯୋଡ଼ି ହେବା ସହ ଶହୀଦ ପରିବାର ସଦସ୍ୟଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା ।

ଶହୀଦ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିବା ସହ ଶହୀଦଙ୍କ ସ୍ମୃତି ଚାରଣ କରିଥିଲେ । ଶହୀଦ ପରିବାର ସଦସ୍ୟମାନେ ଶିକ୍ଷା ମନ୍ତ୍ରୀଙ୍କୁ ଶହୀଦଙ୍କ ଜୀବନୀ ପାଠ୍ୟକ୍ରମରେ ସ୍ଥାନ ଦେବାକୁ ଅନୁରୋଧ କରିବା ସହ ଶହୀଦଙ୍କ ନାମରେ ଟ୍ରେନ୍ ଚଳାଚଳ ପାଇଁ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଅନୁରୋଧ କରିଥିଲେ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.