ETV Bharat / city

Panchayat Poll: ଚତୁର୍ଥ ପର୍ଯ୍ୟାୟ ଭୋଟ, ଆବଶ୍ୟକ ନାହିଁ RTPCR ଟେଷ୍ଟ

author img

By

Published : Feb 21, 2022, 3:35 PM IST

ଆସନ୍ତାକାଲି(ମଙ୍ଗଳବାର) ରାଜ୍ୟରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ । ଏଥିଲାଗି କୋଭିଡ଼ କଟକଣାକୁ କୋହଳ କରାଯାଇଛି । ଅଧିକ ପଢନ୍ତୁ

Panchayat Poll: ଚତୁର୍ଥ ପର୍ଯ୍ୟାୟ ଭୋଟ, ଆବଶ୍ୟକ ନାହିଁ RTPCR ଟେଷ୍ଟ
Panchayat Poll: ଚତୁର୍ଥ ପର୍ଯ୍ୟାୟ ଭୋଟ, ଆବଶ୍ୟକ ନାହିଁ RTPCR ଟେଷ୍ଟ

ଭୁବନେଶ୍ବର: ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ 27 ଟି ଜିଲ୍ଲାରେ ଭୋଟ ଗ୍ରହଣ ହେବ । ଏ ନେଇ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି କୋଭିଡ଼ କଟକଣା କୋହଳ କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ନିର୍ବାଚନ ଆୟୋଗଙ୍କ ସଚିବ ରବୀନ୍ଦ୍ର ସାହୁ ।

ନିର୍ବାଚନ ଆୟୋଗଙ୍କ ସଚିବଙ୍କ ସୂଚନା ଅନୁସାରେ, ତୃତୀୟ ପର୍ଯ୍ୟାୟରେ ଝାରସୁଗୁଡ଼ା, ବୌଦ୍ଧ ଓ ଦେବଗଡ଼ରେ ସରିଛି ନିର୍ବାଚନ । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ସହ ଢେଙ୍କାନାଳ ଓ ଅନୁଗୋଳରେ ନିର୍ବାଚନ ଶେଷ ହେବ । ଭଦ୍ରକ ଏବଂ ରାୟଗଡ଼ା ଜିଲ୍ଲାରେ ପୋଲିଂ ନେଇ ପ୍ରସ୍ତାବ ଆସିଛି । ଯାଜପୁରର ଅନେକ ସ୍ଥାନରେ ହିଂସା ଦେଖିବାକୁ ମିଳିଥିଲା । ସେଠାରୁ ରି-ପୋଲିଂ ନେଇ ପ୍ରସ୍ତାବ ଆଜି ସୁଦ୍ଧା ଆସିଯିବ ।

ଭୋଟ ଗଣନା ବେଳେ ଲାଗିଥିବା କୋଭିଡ କଟକଣା ଉଠାଯାଇଛି । 48 ଘଣ୍ଟା ପୂର୍ବରୁ RTPCR ଟେଷ୍ଟ ଏବଂ ଆଣ୍ଟିଜେନ ଟେଷ୍ଟ ଆବଶ୍ୟକ ନାହିଁ । କେବଳ ଥର୍ମାଲ ସ୍କାନିଂ କରି ଭିତରକୁ ଛଡ଼ାଯିବ । ଯେଉଁ ମାନଙ୍କର କୋରୋନା ଲକ୍ଷଣ ଦେଖାଯିବ ସେମାନଙ୍କୁ ଛଡ଼ାଯିବ ନାହିଁ । କୋରୋନା କଟକଣା କମିଥିବାରୁ ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.