ETV Bharat / city

ଆସନ୍ତାକାଲିଠାରୁ ତୃତୀୟ ପର୍ଯ୍ୟାୟ ଟୀକାକରଣ ପାଇଁ ପଞ୍ଜୀକରଣ ଆରମ୍ଭ

author img

By

Published : Apr 27, 2021, 1:52 PM IST

କାଲିଠାରୁ ରାଜ୍ୟରେ ତୃତୀୟ ଟିକା ପାଇଁ ନାମ ପଞ୍ଜୀକରଣ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଅଧିକ ପଢନ୍ତୁ...

ପରିବାର କଲ୍ୟାଣ ନିର୍ଦ୍ଦେଶକ
ପରିବାର କଲ୍ୟାଣ ନିର୍ଦ୍ଦେଶକ

ଭୁବନେଶ୍ବର: ମେ 1ରୁ ଦେଶବ୍ୟାପୀ ତୃତୀୟ ପର୍ଯ୍ୟାୟ ଟୀକାକରଣ ଆରମ୍ଭ ହେବ । ଏ ନେଇ କାଲିଠାରୁ ରାଜ୍ୟରେ ଟିକା ପାଇଁ ନାମ ପଞ୍ଜୀକରଣ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ଟୀକା ଆସିଲେ ତୃତୀୟ ପର୍ଯ୍ୟାୟ ଟୀକାକରଣ ହେବ । ଆସନ୍ତାକାଲିଠାରୁ ତୃତୀୟ ପର୍ଯ୍ୟାୟ ଟୀକାକରଣ ପାଇଁ ପଞ୍ଜୀକରଣ ଆରମ୍ଭ ହେବ । କୋ ଇନ ଆପକୁ ଯାଇ ନାମ ପଞ୍ଜୀକରଣ କରିବେ ଆବେଦନକାରୀ । ଏହି ପର୍ଯ୍ୟାୟରେ ସାଧାରଣ ଭାବରେ 18 ବର୍ଷରୁ 44 ବର୍ଷ ବୟସର ବ୍ୟକ୍ତିମାନେ ଟୀକାକରଣ କରିପାରିବେ । ବର୍ତ୍ତମାନ ସ୍ଲଟ କରାଯାଇ ନାହିଁ । ପରବର୍ତ୍ତୀ ସମୟରେ ଟିକା ଆସିଲେ ସ୍ଲଟ ବୁକ କରିବାକୁ ସୂଚନା ଦିଆଯିବ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ।

କାଲିଠାରୁ ତୃତୀୟ ପର୍ଯ୍ୟାୟ ଟୀକାକରଣ ପାଇଁପଞ୍ଜୀକରଣ

ବର୍ତ୍ତମାନ ଉପଲବ୍ଧ ଥିବା ଟିକାକୁ ନେଇ ରାଜ୍ୟରେ ଜାରି ଟୀକାକରଣ ଜାରି ରହିଛି । ଗତକାଲି 595 ଟିକାକରଣ କେନ୍ଦ୍ରରେ 88ହଜାର 770ଜଣଙ୍କ ଟିକା ପ୍ରଦାନ କରାଯାଇଛି । ଏହାକୁ ମିଶାଇ 56 ଲକ୍ଷ 39 ହଜାର 150 ଡୋଜ ଟିକା ଦିଆଯାଇଛି । ଆଜି ବି 600 କେନ୍ଦ୍ରରେ ଟୀକାକରଣ ଚାଲିଛି । ରାଜ୍ୟରେ ବର୍ତ୍ତମାନ 1 ଲକ୍ଷ 23 ହଜାର କୋଭିସିଲ୍ଡ ଟିକା ଓ 3 ଲକ୍ଷ 65 ହଜାର କୋଭାକ୍ସିନ ଟୀକା ରହିଛି ବୋଲି ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.