ETV Bharat / city

ଆଜିଠାରୁ MBBS ଓ BDS ନାମଲେଖା ପାଇଁ ପଞ୍ଜୀକରଣ ଆରମ୍ଭ - ମେଡିକାଲ କଲେଜରେ ଏମବିବିଏସ ଓ ବିଡିଏସ ନାମଲେଖା

ଓଡ଼ିଶାରେ ଥିବା ମେଡିକାଲ କଲେଜରେ ଏମବିବିଏସ ଓ ବିଡିଏସ ନାମଲେଖା ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆଜି(ଶୁକ୍ରବାର)ଠାରୁ ଆରମ୍ଭ ହେଉଛି । ଏନେଇ ଓଜେଇଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଆଜିଠାରୁ MBBS ଓ BDS ନାମଲେଖା ପାଇଁ ପଞ୍ଜୀକରଣ ଆରମ୍ଭ

author img

By

Published : Sep 30, 2022, 2:36 PM IST

ଭୁବନେଶ୍ବର: ଏମବିବିଏସ(MBBS) ଓ ବିଡିଏସ(BDS) ନାମଲେଖା ପାଇଁ ଆଜି(ଶୁକ୍ରବାର)ଠାରୁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଏନେଇ ଓଜେଇଇ(Odisha Joint Entrance Examination) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟରେ ଯେଉଁ ପ୍ରାର୍ଥୀମାନେ ନିଟ୍ ମେରିଟ୍ ଲିଷ୍ଟରେ ସ୍ଥାନ ପାଇଛନ୍ତି ସେମାନେ କେବଳ ଏମବିବିଏସ ଓ ବିଡିଏସ୍ ନାମଲେଖା ପାଇଁ ପଞ୍ଜୀକରଣ କରିପାରିବେ । ଅନ୍ୟ ରାଜ୍ୟର ଛାତ୍ରଛାତ୍ରୀ ମାନେ ଏନଆରଆଇ(NRI) କୋଟାରେ ନାମ ଲେଖାଇବାକୁ ଆବେଦନ ମଧ୍ୟ କରିପାରିବେ ।

ଏହା ମଧ୍ୟ ପଢନ୍ତୁ-ଜଷ୍ଟିସ ଯଶୱନ୍ତ ସିଂହ ହେବେ ଓଡିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି

ଏହି ଆବେଦନ ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହୋଇ ଅକ୍ଟୋବର 10 ତାରିଖ ମଧ୍ୟାହ୍ନ 12 ଟା ପର୍ଯ୍ୟନ୍ତ ଜାରି ରହିବ । ଏହି ସମୟ ମଧ୍ୟରେ ଛାତ୍ରଛାତ୍ରୀମାନେ ଅନଲାଇନରେ ପଞ୍ଜୀକରଣ କରିପାରିବେ । ସେମାନେ ନିଜର ଆବଶ୍ୟକୀୟ ଡକ୍ୟୁମେଣ୍ଟ ଅନଲାଇନରେ ଅପଲୋଡ୍‌ କରିବା ସହ ଫି ଦାଖଲ ମଧ୍ୟ କରିବେ । ସମସ୍ତ ଡକ୍ୟୁମେଣ୍ଟ ଯାଞ୍ଚ ପରେ ଅକ୍ଟୋବର 18 ତାରିଖରେ ଫାଇନାଲ ମେରିଟ୍ ଲିଷ୍ଟ ପ୍ରକାଶିତ ପାଇବ । OJEE ୱେବ୍ ସାଇଟରେ ସମ୍ପୂର୍ଣ ତଥ୍ୟ ଜାଣିପାରିବେ ଛାତ୍ରଛାତ୍ରୀ । ଏନେଇ ଓଜେଇଇ ପକ୍ଷରୁ ସୂଚନା ଦିଆଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.