ETV Bharat / city

ସମସ୍ତ ଯୋଗ୍ୟ ଚାଷୀଙ୍କୁ ପଞ୍ଜିକୃତ କର: ମୁଖ୍ୟ ଶାସନ ସଚିବ - ଚାଷୀ ପଞ୍ଜୀକରଣ ଖବର

୨୦୨୧ - ୨୨ ଖରିଫ ଋତୁରେ ଧାନ କିଣା ପାଇଁ ପଞ୍ଜୀକରଣ ଆରମ୍ଭ ହୋଇଛି । ସମସ୍ତ ପ୍ରକୃତ ଚାଷୀ ମାନଙ୍କର ସଠିକ୍ ପଞ୍ଜୀକରଣ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଚଳିତ ଖରିଫ୍ ଋତୁରେ କୌଣସି ପ୍ରକୃତ ଚାଷୀ ଯେପରି ଅନ୍‌ଲାଇନ୍ ଧାନକିଣା ପ୍ରକ୍ରିୟାରେ ଧାନ ବିକ୍ରି କରିବାକୁ ବଞ୍ଚିତ ନହୁଅନ୍ତି ସେଥିପ୍ରତି ପୂର୍ଣ୍ଣ ସଜାଗ ରହିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ...

Register all eligible farmers directs by chief secretary on kharif session ୨୦୨୧ - ୨୨
ସମସ୍ତ ଯୋଗ୍ୟ ଚାଷୀଙ୍କୁ ପଞ୍ଜିକୃତ କର; ମୁଖ୍ୟ ଶାସନ ସଚିବ
author img

By

Published : Aug 3, 2021, 7:25 AM IST

ଭୁବନେଶ୍ବର : ୨୦୨୧ - ୨୨ ଖରିଫ ଋତୁରେ ଧାନ କିଣା ପାଇଁ ପଞ୍ଜୀକରଣ ଆରମ୍ଭ ହୋଇଛି । ସମସ୍ତ ପ୍ରକୃତ ଚାଷୀ ମାନଙ୍କର ସଠିକ୍ ପଞ୍ଜୀକରଣ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଚଳିତ ଖରିଫ୍ ଋତୁରେ କୌଣସି ପ୍ରକୃତ ଚାଷୀ ଯେପରି ଅନ୍‌ଲାଇନ୍ ଧାନକିଣା ପ୍ରକ୍ରିୟାରେ ଧାନ ବିକ୍ରୀ କରିବାକୁ ବଞ୍ଚିତ ନହୁଅନ୍ତି ସେଥିପ୍ରତି ପୂର୍ଣ୍ଣ ସଜାଗ ରହିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ଧାନକ୍ରୟ ପାଇଁ ଚାଷୀ ପଞ୍ଜୀକରଣ ଅଗ୍ରଗତି ବିଷୟ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ । ଲୋକସେବା ଭବନରୁ ଭିଡ଼ିଓ କନଫରେସିଂ ମାଧ୍ୟମରେ ସମୀକ୍ଷା କରିଛନ୍ତି ସୁରେଶ । ଏହି ସମୀକ୍ଷା ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ ଚାଷୀ ପଞ୍ଜୀକରଣ ଏବଂ ଧାନକ୍ରୟ ସମ୍ବନ୍ଧିତ ପ୍ରଶାସନିକ ଓ ବୈଷୟିକ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଛନ୍ତି । ଜିଲ୍ଲାୱାରୀ ପଞ୍ଜୀକରଣ ବ୍ୟବସ୍ଥା ସମୀକ୍ଷାକରି କ୍ଷେତ୍ର - ସତ୍ଯାପନ ନିମନ୍ତେ ଆବଶ୍ୟକ ସଂଖ୍ୟାରେ ମିଳିତ ଟିମ୍ ଗଠନ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

କୃଷି, ରାଜସ୍ୱ, ସମବାୟ ଏବଂ ଜଳ ସଂପଦ ବିଭାଗର କ୍ଷେତ୍ରସ୍ତରୀୟ ଅଧିକାରୀଙ୍କୁ ସାମିଲ୍ କରି ଟିମ୍ ଗଠନ କରିବା ନିମନ୍ତେ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଟିମ କ୍ଷେତ୍ର ପରିଦର୍ଶନ କରି ଚାଷୀଙ୍କର ସବିଶେଷ ତଥ୍ୟ, ଚାଷ ହୋଇଥିବା ଜମିର କାଗଜପତ୍ର, କିସମ, ଧାନ ଚାଷର ଆକାର, ଜଳସେଚନ ଉତ୍ସ, ଚାଷୀଙ୍କର ବ୍ୟାଙ୍କ୍ ଆକାଉଣ୍ଟ ଯାଞ୍ଚ କରିବେ । ମୋବାଇଲ୍ ନମ୍ବର ଆଦି ତନଖି କରି ଅନ୍ - ଲାଇନ୍ ବ୍ୟବସ୍ଥାରେ ସଠିକ୍ ଭାବେ ପଞ୍ଜୀକରଣ ତଥ୍ୟପନ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଉଭୟ କ୍ଷେତ୍ର ପରିଦର୍ଶନ ଏବଂ ସାଟେଲାଇଟ୍ ତଥ୍ୟ ମାଧ୍ୟମରେ ଧାନ ଚାଷର ସତ୍ଯାପନ ପାଇଁ ବୈଠକରେ ସ୍ଥିର ହୋଇଛି । ଏହା ଫଳରେ ସମସ୍ତ ପ୍ରକୃତଚାଷୀ ନିଜ ନିଜ ଉତ୍ପାଦିତ ଧାନ ବିକ୍ରି ପାଇଁ ସୁଯୋଗ ପାଇବା ସହ ସମ୍ଭାବ୍ୟ ମଧ୍ୟସ୍ଥ ବେପାରୀଙ୍କୁ ବାଦ ଦିଆଯାଇ ପାରିବ ।

ଚାଷ ବିଷୟ ସତ୍ଯାପନ ପରେ ସଂପୃକ୍ତ ଚାଷୀଙ୍କୁ ପଞ୍ଜୀକରଣ ତଥ୍ୟ ଜଣାଇ ଦିଆଯିବ । ଚାଷୀଙ୍କର ଅଭିଯୋଗର ଶୁଣାଣି ସହ ସେସବୁର ଆଶୁ ସମାଧାନ ନିମନ୍ତେ ଉପଯୁକ୍ତ ବ୍ୟବସ୍ଥା କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୋଗର ତୁରନ୍ତ ସମାଧାନ ପାଇଁ ଫୋନ୍ ଯୋଗାଯୋଗ ରେକଡିଂ ବ୍ୟବସ୍ଥା କରାଯାଉଛି । ଏଥିପାଇଁ ୧୯୬୭ ଟୋଲଫ୍ରି ନମ୍ବର ସ୍ଥାପନ କରାଯାଇଛି । କଲ୍‌ ସେଣ୍ଟରର କ୍ଷମତା ବୃଦ୍ଧି କରି ଏହି ନମ୍ବରରେ ଅଧିକ ଫୋନ୍ ସଂଯୋଗ କରାଯିବ । ଯେପରିକି ଏକ ସମୟରେ ଅଧିକ ଚାଷୀ ଧାନବିକ୍ରି ସମ୍ବନ୍ଧୀତ ଅଭିଯୋଗ ଓ ଅସୁବିଧା ବିଷୟ ଫୋନରେ ଜଣାଇ ପାରିବେ ବୋଲି ବିଭାଗୀୟ ପ୍ରମୁଖ ଶାସନ ସଚିବ ଜଣାଇଛନ୍ତି ।

ଆଗାମୀ ଖରିଫ ଧାନ ସଂଗ୍ରହ ନିମନ୍ତେ ୧୫ ଜୁଲାଇରୁ ଚାଷୀ ମାନଙ୍କୁ ଫର୍ମ ବଣ୍ଟନ ଆରମ୍ଭ ହୋଇଛି । ଚଳିତ ବର୍ଷ ପୁରୁଣା ପଞ୍ଜୀକରଣ ନବୀକରଣ ନହୋଇ ସଂପୂର୍ଣ୍ଣ ନୂଆ ପଞ୍ଜୀକରଣ ହେବ । ଅଗଷ୍ଟ ୧୬ ତାରିଖ ସୁଦ୍ଧା ପ୍ରାଥମିକ କୃଷି ସମବାୟ ସମିତି ମାନଙ୍କରେ ଫର୍ମ ଦାଖଲ ଏବଂ ପଞ୍ଜୀକରଣ ହେବ । ସେପ୍ଟେମ୍ବର ୭ ତାରିଖ ସୁଦ୍ଧା ମିଳିତ - ଟିମ୍ କ୍ଷେତ୍ର ପରିଦର୍ଶନ କରି ଆବଶ୍ୟକୀୟ ତଥ୍ୟ ସଂଗ୍ରହ କରିବେ । ୧୮ ସେପ୍ଟେମ୍ବର ସୁଦ୍ଧା ପ୍ରାଥମିକ କୃଷି ସମବାୟ ସମିତି ମାନେ ସତ୍ଯାପିତ ତଥ୍ୟ ଅନ୍‌ଲାଇନ୍ ବ୍ୟବସ୍ଥାରେ ଅପଡେଟ୍ କରିବେ । ସେପ୍ଟେମ୍ବର ମାସ ୩୦ ତାରିଖ ସୁଦ୍ଧା ଧାନ ବିକ୍ରୟ କରିବାକୁ ଇଚ୍ଛୁକ ଚାଷୀ ମାନଙ୍କର ମାଷ୍ଟର୍ ତାଲିକା ପ୍ରସ୍ତୁତ ହେବ ।

୨୦୨୦ - ୨୧ ଖରିଫ୍ ଋତୁରେ ପ୍ରାୟ ୧୭. ୩୧ ଲକ୍ଷ ଚାଷୀ ପଞ୍ଜୀକୃତ ହୋଇଥିଲେ । ସେମାନଙ୍କ ଠାରୁ ପ୍ରାୟ ୭୭.୩୩ ଲକ୍ଷ ମାଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଥିଲା । ୨୦୨୧ - ୨୨ ଖରିଫ୍ ଋତୁ ପାଇଁ ୨୮୫୭ ଟି ସୋସାଇଟି ମାଧ୍ୟମରେ ଚାଷୀ ପଞ୍ଜୀକରଣ ଆରମ୍ଭ ହୋଇଛି । ଜୁଲାଇ ଶେଷ ସୁଦ୍ଧା ପ୍ରାୟ ୧.୭୪ ଲକ୍ଷ ଚାଷୀ ନିଜର ନାମ ପଞ୍ଜୀକରଣ କରିଛନ୍ତି ବୋଲି ପ୍ରମୁଖ ଶାସନ ସଚିବ ଜଣାଇଛନ୍ତି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଶାସନ ସଚିବ ସୁରେଶ କୁମାର ବଶିଷ୍ଠ, କୃଷି ନିର୍ଦ୍ଦେଶ ଏମ୍. ମୁଥୁକୁମାର, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଅତିରିକ୍ତ ଶାସନ ସଚିବ ବିଜୟ କୁମାର ପୃଷ୍ଟିଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ । ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନେ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ନିଜ ନିଜ ଜିଲ୍ଲା ସମ୍ବନ୍ଧୀୟ ତଥ୍ୟ ଜଣାଇଛନ୍ତି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.