ETV Bharat / city

ନିଯୁକ୍ତି କେଳେଙ୍କାରୀ, OSSC କାର୍ଯ୍ୟାଳୟ ଘେରିଲା BJP

author img

By

Published : Aug 17, 2021, 5:17 PM IST

ରାଜ୍ୟରେ ନିଯୁକ୍ତି କ୍ଷେତ୍ରରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣି ରାଜ୍ୟ ସରକାର ଓ OSSC ଉପରେ ବର୍ଷିଲା BJP । OSSC କାର୍ଯ୍ୟାଳୟ ଘେରାଉ ବେଳେ ଉତ୍ତେଜନା । ପୋଲିସ-ବିଜେପି କର୍ମୀ ଧସ୍ତାଧସ୍ତି । ଅଧିକ ପଢନ୍ତୁ...

ନିଯୁକ୍ତି ବିଭାଗରେ ବ୍ୟାପକ ଦୂର୍ନୀତି ଅଭିଯୋଗ, OSSC କାର୍ଯ୍ୟାଳୟ ଘେରିଲା BJP

ଭୁବନେଶ୍ବର: ରାଜ୍ୟରେ ନିଯୁକ୍ତି କ୍ଷେତ୍ରରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣି ବର୍ଷିଲା ବିଜେପି । CBI ତଦନ୍ତ ଦାବି କରି OSSC କାର୍ଯ୍ୟାଳୟ ଘେରିଲା ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲା ବିଜେପି । ସଭାପତି ବାବୁ ସିଂଙ୍କ ନେତୃତ୍ବରେ ପାୱାର ହାଉସ ଛକ ଠାରୁ OSSC କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶତାଧିକ ବିଜେପି କର୍ମୀ ବିକ୍ଷୋଭ ଶୋଭାଯାତ୍ରାରେ ଯାଇ କାର୍ଯ୍ୟାଳୟ ଘେରିବାକୁ ଉଦ୍ୟମ କରିଥିଲେ । ପୋଲିସ ଓ ବିଜେପି କର୍ମୀ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ରାଜ୍ୟ ସରକାର ତଦନ୍ତକୁ ବାଟବଣା କରିବାକୁ ଉଦ୍ୟମ କରୁଛନ୍ତି । ସତ୍ୟାସତ୍ୟ ସାମ୍ନାକୁ ଆସିବାକୁ ହେଲେ ସିବିଆଇ ତଦନ୍ତର ଆବଶ୍ୟକତା ରହିଥିବା କହିଛି ଦଳ ।

ନିଯୁକ୍ତି କେଳଙ୍କାରୀ , OSSC କାର୍ଯ୍ୟାଳୟ ଘେରିଲା BJP

ତେବେ ଓଡିଶା ଷ୍ଟାଫ ସିଲେକ୍ସନ କମିଶନ ସଦସ୍ୟଙ୍କ ଵ୍ୟକ୍ତିଗତ ସଚିବ ବିରଞ୍ଚି ସାହୁ ଗିରଫ ହେବା ପରେ ଏଥିରେ କମିଶନର ଆହୁରି ବଡ ପାହ୍ୟାର ଅଧିକାରୀ ସାମିଲ ଥିବା ଅଭିଯୋଗ କରିଛି ଦଳ । ତେଣୁ ଏହି ଦୁର୍ନୀତିର ସମ୍ପୂର୍ଣ୍ଣ ସତ୍ୟାସତ୍ୟ ସାମ୍ନାକୁ ଆସିବାକୁ ହେଲେ CBI ତଦନ୍ତର ଆବଶ୍ୟକତା ରହିଥିବା ମଧ୍ୟ ସେମାନେ ଦାବି କରିଛନ୍ତି ।

OSSC କେଳଙ୍କାରୀ ନେଇ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ରାଜନୀତି ତାତି ଜୋର ଧରିଥିବା ବେଳେ ସିବିଆଇ ତଦନ୍ତ ସହ ଅନ୍ୟ ସମ୍ପୃକ୍ତ ଅଧିକାରୀଙ୍କୁ ଗିରଫ ଲାଗି ଦାବି ହୋଇଆସୁଛି । ତେବେ ଆଜି ପର୍ଯ୍ୟନ୍ତ କେବଳ ବ୍ୟକ୍ତିଗତ ସହାୟକ ବିରଞ୍ଚି ସାହୁ୍ଙ୍କୁ ଛାଡିଦେଲେ ଅନ୍ୟ କାହାକୁ ଗିରଫ କରାଯାଇନାହିଁ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.