ETV Bharat / city

ମାଲକାନଗିରିରେ ମାଓ କ୍ୟାମ୍ପ ଧ୍ବଂସ, ଜବତ ହେଲା ବିପୁଳ ମାଓ ସାମଗ୍ରୀ - odisha police in malkangiri

ମାଲକାନଗିରିରେ ପୋଲିସକୁ ବଡ ସଫଳତା । ଠାବ ହେଲା ସବୁଠାରୁ ବଡ ମାଓ କ୍ୟାମ୍ପ । ଜବତ ହେଲା ବିପୁଳ ପରିମାଣର ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର । ଅପରେସନରେ ସାମିଲ ଥିଲେ 3 ଶହରୁ ଉର୍ଦ୍ଧ୍ବ ଯବାନ । ପୋଲସି ଡିଜି କହିଲେ ଏହା ଦେଶରେ ପ୍ରଥମ । କଣ ଥିଲା ଏହି ଅପରେସନରେ ପ୍ରଥମ ପଢନ୍ତୁ ସଂପୂର୍ଣ୍ଣ ଖବର...

odisha police in malkangiri
ଦୁର୍ବଳ ହେଉଛନ୍ତି ମାଓବାଦୀ, ଜବତ ହେଲା ବିପୁଳ ମାଓ ସାମଗ୍ରୀ
author img

By

Published : Feb 7, 2020, 3:24 PM IST

Updated : Feb 8, 2020, 12:03 AM IST

ଭୁବନେଶ୍ବର/ମାଲକାନଗିରି: ଜାନୁଆରୀ 8ରୁ 13ତାରିଖ ମାଲକାନଗିରିରେ ମାଓ ଅପରେସନ। ଘନ ଘନ ଗୁଳିର ତୁହାକୁ ତୁହା ବର୍ଷଣ । 5ଦିନ ଓ 4ରାତିର ମିଳିତ ଅପରେସନ। ଘାଟି ପରେ ଘାଟି ପାଦଚଲା ବାଟ ଦେଇ ଜଙ୍ଗଲ ଭିତରେ 300 କମାଣ୍ଡ ଜାରି ରଖିଥିଲେ ମାଓ କ୍ଲିନ ଅପରେସନ। ଲୋକଙ୍କ ଆସ୍ଥାଭାଜନ ହୋଇ ପୋଲିସ କଲା ମାଓ ଖୁଲାସା। ଠାବ ହେଲା ମାଓବାଦୀଙ୍କ ଗୁପ୍ତ କ୍ୟାମ୍ପ ବା ଡମ୍ପ ଏରିଆ। ଜବତ ହେଲା ଇନସାସ ମେସିନ ଗନ ଭଳି କାର୍ବାଇନ ଷ୍ଟେନଗନ, ଏସଏଲଆର ରାଇଫଲ, ଅପଟିକାଲ ସାଇଟ ଭଳି ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର।

ମାଲକାନଗିରିରେ ମାଓ କ୍ୟାମ୍ପ ଧ୍ବଂସ, ଜବତ ହେଲା ବିପୁଳ ମାଓ ସାମଗ୍ରୀ

ପ୍ରଥମଥର ପାଇଁ ଓଡିଶାରେ ମାଓବାଦୀଙ୍କ ଜବତ ହେଲା ରେକର୍ଡ ସଂଖ୍ୟକ ମାଓସାମଗ୍ରୀ ଓ ଅସ୍ତ୍ରଶସ୍ତ୍ର। ଯାହା ଓଡିଶା ଇତିହାସର ଏକ ବଡ ଅଭିଯାନ ବୋଲି ପୋଲିସ ଡିଜି କହିଛନ୍ତି।

ତେବେ ଜୋଡାମ୍ବ ଓ ପେପରମେଟଲାକୁ ସଂଯୋଗୀକରଣ ଦେଇଥିଲା ସଫଳତା। ସଂଯୋଗ କରୁଥିବା 7କିମି ଘାଟିରେ 20 ଫୁଟିଆ ରାସ୍ତା ପୋଲିସ ଅପରେସନ ପାଇ ସହଜ ହେଲା। ଏପରିକି 70 ପ୍ରତିଶତ ଲୋକଙ୍କ ଆସ୍ଥାଭାଜନ ପାଇଁ ଗୋଟିଏ ପରେ ଗୋଟି ମାଓ କ୍ୟାମ୍ପର ସୁରାକ ମିଳିଥିଲା।

ମାଲକାନଗିରି ପୋଲିସ,ଏସଓଜି, ଡିଭିଏଫ କମାଣ୍ଡୋ ସହ ସିଆରପିଏଫ, ବିଏସଏଫ ସହ ଆନ୍ଧ୍ର ପୋଲିସର ମିଳିତ ଅପରେସନ ମାଓବାଦୀଙ୍କୁ ମହଙ୍ଗା ପଡିଥିଲା। ଯାହାକୁ ନେଇ ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ । ଗୋଟିଏ ପରେ ଗୋଟିଏ କ୍ୟାମ୍ପ ଛାଡି ପଳାୟନ କରିଥିଲେ। ତେବେ ଟିଫିନ ବୋମା ଭଳି ଅନେକ ମାଓସାମଗ୍ରୀ ଜବତ ହେବା ସେମାନଙ୍କ ଶକ୍ତିକୁ ହ୍ରାସ କରିବା ବୋଲି କୁହାଯାଉଛି ।

ତେବେ ଆନ୍ଧ୍ର-ଓଡିଶା ବର୍ଡର ଜୋନାଲ କମିଟି ମାଓବାଦୀଙ୍କ ଗତିବିଧି ଉପରେ ଅପରେସନ ଜାରି ରହିଥିବା ବେଳେ ସ୍ବାଭିମାନ ଅଞ୍ଚଳର ପ୍ରଥମ ପୋଲିସ ଷ୍ଟେସନ ପେପରମେଟଲା ପରେ ଜୋଡାମ୍ବରେ ହେବାକୁ ଯାଉଛି ଦ୍ବିତୀୟ ଥାନା।

ସେପଟେ ଅପରେସନ ସମୟରେ ଅନେକ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ସେଗୁଡିକ ମଧ୍ୟରେ ରହିଛି ଇନସାସ ଲାଇଟ ମେସିନ ଗନ 1ଟି, ଇନସାସ ରାଇଫଲ 3ଟି, କାର୍ବାଇନ ଷ୍ଟେନଗନ 3ଟି, ଏସଏଲଆର ରାଇଫଲ 1ଟି, 303 ରାଇଫଲ 1ଟି, ପିସ୍ତଲ 1ଟି, 5.56 ଏମଏମ ଆମୁନିସନ 202 ରାଉଣ୍ଡ, 7.62 ଆମୁନିସେନ 59 ରାଉଣ୍ଡ, 9 ଏମଏମ 42 ରାଉଣ୍ଡ, ଏଲଏମଜି ମାଗାଜିନ 4ଟି, ଇନସାସ ମାଗାଜିନ 8ଟି, ଏସଏଲଆର ମାଗାଜିନ 2ଟି, କାର୍ବାଇନ ମାଗାଜିନ 6ଟି, 303 ମାଗାଜିନ 1ଟି, ଭିଏଚଏଫ ସ୍କାନର 2ଟି, ଅପଟିକାଲ ସାଇଟ 1ଟି, ଟିଫିନ ବମ 1ଟି, ଗନ ପାଉଡର 100ଗ୍ରାମ, କର୍ଡେକ୍ସ ୱେୟାର ଓ ଫ୍ଲେକ୍ସି ୱେୟାର, ମାଗାଜିନ ପାଉଚ ଏବଂ ଫ୍ଲାସ ଲାଇଟ ଭଳି ଅନେକ ସାମଗ୍ରୀ ।

ଭୁବନେଶ୍ବରରୁ ତାପସ ପରିଡା ଓ ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ଦୁର୍ବଳ ହେଉଛନ୍ତି ମାଓବାଦି,
ଜବତ ହେଲା ବିପୁଳ ମାଓ ସାମଗ୍ରୀBody:

ଶକ୍ତି ହରାଉଛନ୍ତି ମାଓବାଦି
ସକ୍ରିୟ ହେଉଛି ଓଡିଶା ପୋଲିସ
ସ୍ବାଭିମାନ ଅଂଚଳରେ ଅପରେସନ ମାଓ କ୍ଲିନ

ଜାନୁଆରୁ ୮ ରୁ ୧୩ତାରିଖ ମାଲକାନଗିରିରେ ମାଓ ଅପରେସନ।ଘନ ଘନ ଗୁଳିର ତୁହାକୁ ତୁହା ବର୍ଷଣ ।ଅନ୍ଧାର ରାତିରେ ମାଓବାଦିଙ୍କ ଗର୍ଜନ ନୁଆ ନୁଆ ଚାଲ। ୫ଦିନ ଓ ୪ରାତିର ମିଳିତ ଅପରେସନ।ଘାଟି ପରେ ଘାଟି ପାଦଚଲା ବାଟ ଦେଇ ଜଙ୍ଗଲ ଭିତରେ ୩୦୦ କମାଣ୍ଡ ଜାରି ରଖିଥିଲେ ମାଓ କ୍ଲିନ ଅପରେସନ। ଲୋକଙ୍କ ଆସ୍ତା ଭାଜନ ହୋଇ ପୋଲିସ କଲା ମାଓ ଖୁଲାସା।ଠାବ ହେଲା ମାଓବାଦିଙ୍କ ଗୁପ୍ତ କ୍ଯାମ୍ପ ବା ଡମ୍ପ ଏରିଆ।ଜବତ ହେଲା ଇନସାସ ମେସିନ ଗନ ଭଳି ,କାର୍ବାଇନ ଷ୍ଟେନଗନ,ଏସଏଲଆର ରାଇଫଲ ,ଅପଟିକାଲ ସାଇଟ ଭଳି ଅତ୍ଯୁାଧୁନିକ ଅସ୍ତଶସ୍ତ୍ର।ମାଓ ଅପରେସନ ଇତିହାସରେ ରଚିଲେ ନୁଆ ଅଧ୍ଯାୟ। ପ୍ରଥମଥର ପାଇଁ ଓଡିଶା ରେ ମାଓବାଦିଙ୍କ ଜବତ ହେଲା ରେକର୍ଡ ସଂଖ୍ଯକ ମାଓସାମଗ୍ରୀ ଓ ଅଶ୍ତଶସ୍ତ୍ର। ଯାହା ଓଡିଶା ଇତିହାସର ଏକ ବଡ ଅଭିଯାନ ବୋଲି ପୋଲିସ ଡିଜି କହିଛନ୍ତି।
ବାଇଟ-
ତେବେ ଜୋଡାଆମ୍ବ ଓ ପେପରମେଟଲାକୁ ସଂଯୋଗିକରଣ ଦେଇଥିଲା ସଫଳତା।ସଂଯୋଗ କରୁଥିବା ୭କିମି ଘାଟି ରେ ୨୦ ଫୁଟିଆ ରାସ୍ତା ପୋଲିସ ଅପରେସନ ପାଇ ସହଜ ହେଲା।ଏପରିକି ୭୦ ପ୍ରତିଶତ ଲୋକଙ୍କ ଆସ୍ତଭାଜନ ପାଇଁ ଗୋଟିଏ ପରେ ଗୋଟି ମାଓ କ୍ଯାମ୍ପର ସୁରାକ ମିଳିଥିଲା।
ମାଲକାନଗିରି ପୋଲିସ,ଏସଓଜି,ଡିଭିଏଫ କମାଣ୍ଡୋ ସହ ସିଆରପିଏଫ,ବିଏସଏଫ ସହ ଆନ୍ଧ୍ର ପୋଲିସର ମିଳିତ ଅପରେସନ ମାଓବାଦିଙ୍କୁ ମହଙ୍ଗା ପଡିଥିଲା।ଯାହାକୁ ନେଇ ଛତ୍ରଭଙ୍ଗ ଦେଇ ଥିଲେ ମାଓବାଦି । ଗୋଟିଏ ପରେ ଗୋଟିଏ କାମ୍ପ ଛାଡି ପଳାୟନ କରିଥିଲେ।ତେବେ
ଟିଫିନ ବୋମା ଭଳି ଅନେକ ମାଓସାମଗ୍ରୀ ଜବତ ହେବା ସେମାନଙ୍କ ଶକ୍ତିକୁ ହ୍ରାସ କରିବା ବୋଲି କହିଛନ୍ତି ଏକ୍ସପର୍ଟ।
ବାଇଟ-
ଏବେ ବି ଆନ୍ଧ୍ର ଓଡିଶା ବର୍ଡର ଜୋନାଲ କମିଟି ମାଓବାଦିଙ୍କ ଗତିବିଧି ଉପରେ ଅପରେସନ ଜାରି ରହିଥିବା ବେଳେ ।ସ୍ବାଭିମାନଅଂଚଳର ପ୍ରଥମ ପୋଲିସ ଷ୍ଟେସନ ପେପରମାଟଲା ପରେ ଜୋଡାଆମ୍ବରେ ହେବାକୁ ଯାଉଛି ଦିତିୟ ଥାନା।

ତିନି ସପ୍ତାହ ଧରି ଚାଲିଥିଲା ଅପରେସନ।୮ ଜାନୁଆରିରୁ ଆରମ୍ଭ ହୋଇଥିଲା। ଅପରେସନ ସମୟରେ
କଟଅଫ ଏରିଆ ବା ସ୍ବାଭିମାନ ଅଂଚଳରେ ଜାନୁଆରି ୧୫ ଓ ୨୦ରେ ଜଣ ଷ୍ଟେଂଜ ଫାୟାର ମଧ୍ଯ ହୋଇଥିଲା।
ମାର୍କସିଷ୍ଟ ମାନନେ ଲୁଚାଇ ରଖିଥିଲେ ଅନେକ ଅଶ୍ତ୍ଶସ୍ତ୍ର।
ଏତେ ପରିମାଣର ଆର୍ମସସିଜ ଯାହାକି
ଇନସାସ ଲାଇଟ ମେସିନ ଗନ ୧ଟି
ଇନସାସ ରାଇଫଲ ୩ଟି
କାର୍ବାଇନ ଷ୍ଟେନଗନ ୩ଟି
ଏସଏଲଆର ରାଇଫଲ ୧ଟି
୩୦୩ ରାଇଫଲ ୧ଟି
ପିସ୍ତଲ -୧ଟି
୫.୫୬ ଏମଏମ ଆମୁନିସନ ୨୦୨ ରାଉଣ୍ଡ
୭.୬୨ ଆମୁନିସେନ୫୯ ରାଉଣ୍ଡ
୯ଏମଏମ ୪୨ ରାଉଣ୍ଡ
ଏଲଏମଜି ମାଗାଜିନ ୪ଟି
ଇନସାସ ମାଗାଜନ ୮ଟି
ଏସଏଲଆର ମାଗାଜିନ ୨ଟି
କାର୍ବାଇନ ମାଗାଜିନ ୬ଟି
୩୦୩ ମାଗାଜିନ୧ଟି
ଭିଏଚଏଫ ସ୍କାନର୨ଟି
ଅପଟିକାଲ ସାଇଟ୧ଟି
ଟିଫିନ ବମ ୧ଟି
ଗନ ପାଉଡର ୧୦୦ଗ୍ରାମ
କର୍ଡେକ୍ସ ୱେୟାର ଓ ଫ୍ଲେକ୍ସି ୱେୟାର ,ମାଗାଜିନ ପାଉଚ ଓ ଫ୍ଲାଶ ଲାଇଟ ଜବତ ହୋଇଛି

Conclusion:ବାଇଟ-ଅଭୟ ,ପୋଲିସ ଡିଜି
Last Updated : Feb 8, 2020, 12:03 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.