ETV Bharat / city

ଓଡ଼ିଶା ସ୍ଥାବର ସମ୍ପତ୍ତି ପୁନଃବିଚାର ନ୍ୟାୟାଧିକରଣ ମୁଖ୍ୟ କାର୍ଯ୍ୟାଳୟ ଉଦଘାଟିତ - Real estate tribunal

ଓଡିଶା ସ୍ଥାବର ସମ୍ପତ୍ତି ପୁନଃବିଚାର ନ୍ୟାୟାଧିକରଣ (ରିଅଲ ଇଷ୍ଟେଟ୍ ଆପିଲେଟ୍ ଟ୍ରିବ୍ୟୁନାଲ)ର ସ୍ଥାୟୀ କାର୍ଯ୍ୟାଳୟ ଉଦଘାଟିତ । ସୁପ୍ରିମକୋର୍ଟର ବିଚାରପତି ବିନୀତ ସରଣଙ୍କ ଦ୍ୱାରା ଉଦଘାଟିତ ହୋଇଛି । ଅଧିକ ପଢନ୍ତୁ...

Real estate tribunal main office Inauguration in bbsr
ଓଡ଼ିଶା ସ୍ଥାବର ସମ୍ପତି ପୁନଃବିଚାର ନ୍ୟାୟାଧିକରଣ ମୁଖ୍ୟ କାର୍ଯ୍ୟାଳୟ ଉଦଘାଟିତ
author img

By

Published : Sep 19, 2021, 9:24 PM IST

ଭୁବନେଶ୍ୱର: ସତ୍ୟନଗରସ୍ଥିତ ତୋଷାଳୀ ଭବନର ଏ-୧ ବ୍ଲକ, ୭ମ ମହଲାରେ ଓଡିଶା ସ୍ଥାବର ସମ୍ପତ୍ତି ପୁନଃବିଚାର ନ୍ୟାୟାଧିକରଣ ( ରିଅଲ ଇଷ୍ଟେଟ୍ ଆପିଲେଟ୍ ଟ୍ରିବ୍ୟୁନାଲ)ର ସ୍ଥାୟୀ କାର୍ଯ୍ୟାଳୟ ଉଦଘାଟିତ । ସୁପ୍ରିମକୋର୍ଟର ବିଚାରପତି ବିନୀତ ସରଣଙ୍କ ଦ୍ୱାରା ଉଦଘାଟିତ ହୋଇଛି । ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଡଃ.ଏସ୍‌. ମୂରଲୀଧର ଏବଂ ରିଅଲ ଇଷ୍ଟେଟ୍ ଆପିଲେଟ୍ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଏସ୍‌.ସି.ପରିଜାଙ୍କ ଉପସ୍ଥିତିରେ ଉଦ୍‌ଘାଟିତ ହୋଇଛି ।

Real estate tribunal main office Inauguration in bbsr
ଓଡ଼ିଶା ସ୍ଥାବର ସମ୍ପତି ପୁନଃବିଚାର ନ୍ୟାୟାଧିକରଣ ମୁଖ୍ୟ କାର୍ଯ୍ୟାଳୟ ଉଦଘାଟିତ
ଓଡ଼ିଶା ସ୍ଥାବର ସମ୍ପତି ପୁନଃବିଚାର ନ୍ୟାୟାଧିକରଣ ମୁଖ୍ୟ କାର୍ଯ୍ୟାଳୟ ଉଦଘାଟିତ

ପୂର୍ବରୁ ଏହି ରିଅଲ୍ ଇଷ୍ଟେଟ ଟ୍ରିବ୍ୟୁନାଲ କାର୍ଯ୍ୟାଳୟ ୨୦୨୦ରୁ ଚନ୍ଦ୍ରଶେଖରପୁରସ୍ଥିତ ଫଚ୍ୟୁନ୍ ଟାୱାରର ୪ର୍ଥ ମହଲା, ଜୋନ୍‌-ଏ-୨ରେ କାର୍ଯ୍ୟ କରୁଥିଲା । ଏହି ଟ୍ରିବ୍ୟୁନାଲର କୋର୍ଟ କାର୍ଯ୍ୟ ନୂତନ କାର୍ଯ୍ୟାଳୟରେ ଆରମ୍ଭ ହେବା ନେଇ ସମସ୍ତ ପ୍ରକାର ପ୍ରସ୍ତୁତି ସରିଥିବା ବେଳେ କାର୍ଯ୍ୟାଳୟ ସ୍ଥାନାନ୍ତରଣ ଆନୁଷଙ୍ଗିକ କାର୍ଯ୍ୟ ପରେ ଚଳିତ ମାସ ୨୭ ତାରିଖରୁ ଏହା ନୂତନ କାର୍ଯ୍ୟାଳୟରେ ଆରମ୍ଭ କରାଯିବ ବୋଲି ଜଣାପଡିଛି ।

ଏଣିକି ଏହି କୋର୍ଟରୁ ଆଇନ୍ ସହାୟତା ପାଇଁ ଅପେକ୍ଷାରତ ବ୍ୟକ୍ତି, ଆଇନଜୀବୀ, ସାଧାରଣ ଜନତା, ସରକାରୀ ଓ ବେସରକାରୀ ସଂସ୍ଥାର କର୍ତୃପକ୍ଷମାନେ ଟ୍ରିବ୍ୟୁନାଲର ନୂତନ ଠିକଣା-ଏ-୧ ବ୍ଲକ, ୭ମ ମହଲା, ତୋଷାଳୀ ଭବନ, ସତ୍ୟନଗର ଭୁବନେଶ୍ୱର, ଜିଲ୍ଲା-ଖୋର୍ଦ୍ଧା, ଓଡିଶା, ପିନ୍ -୭୫୧୦୦୭ ସହିତ e-mail- oreat.bbsr-od@gov.in/oreat.bbsr/gmail.com ଯୋଗାଯୋଗ କରିପାରିବେ ।

ଓଡିଶା ସରକାରଙ୍କ ଗୃହ ଓ ନଗର ଉନ୍ନୟନ ବିଭାଗ, ଏହାର ଅର୍ବାନ ହାଉସିଂ ମିଶନ ଜରିଆରେ ଟ୍ରିବ୍ୟୁନାଲର ଏହି ସ୍ଥାୟୀ ନୂତନ କାର୍ଯ୍ୟାଳୟ ପ୍ରକୋଷ୍ଠ ଗୁଡିକର ନବୀକରଣ ପାଇଁ ସମସ୍ତ ପ୍ରକାର ପ୍ରଶାସନିକ, ଆର୍ଥିକ ଓ ଆନୁଷଙ୍ଗିକ ସହଯୋଗ ପ୍ରଦାନ କରିଥିଲେ । ଇଡ୍‌କୋ ତରଫରୁ କରୋନା ମହାମାରୀ ଲକ୍ ଡାଉନ୍‌, ସଟ୍ ଡାଉନ୍ ସ୍ଥିତିରେ ମଧ୍ୟ ନିର୍ମାଣ କାର୍ଯ୍ୟ ସୁଚାରୁରୂପେ ସଂପନ୍ନ କରାଯାଇଛି ।

ଏହି ଉଦ୍‌ଘାଟନ କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଗୃହ ଓ ନଗର ଉନ୍ନୟନ ପ୍ରମୁଖ ଶାସନ ସଚିବ ଜି. ମାଥିଭାଥନନ୍, ଆଇନ୍ ବିଭାଗ ପ୍ରମୁଖ ଶାସନ ସଚିବ ରାଧାକୃଷ୍ଣ ପଟ୍ଟନାୟକ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ ଦେବ,ପୂର୍ତ ବିଭାଗ କମିଶନର ତଥା ଶାସନ ସଚିବ ତଥା ଇଡ୍‌କୋର ପରିଚାଳନା ନିର୍ଦ୍ଦେଶକ ଡା. କ୍ରିଷନ୍ କୁମାର, ସଂସ୍କୃତି ବିଭାଗ କମିଶନର ତଥା ଶାସନ ସଚିବ ସୁରେଶ ଚନ୍ଦ୍ର ଦଳାଇ, ଭୁବନେଶ୍ୱର ମହାନଗର ନିଗମ କମିଶନର ସଂଜୟ କୁମାର ସିଂହ, ପଂଚାୟତିରାଜ ଓ ପାନୀୟ ଜଳଯୋଗାଣ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କେ.ମିନା, ଇଡ୍‌କୋର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ, ଓଡିଶା ଉଚ୍ଚ ନ୍ୟାୟାଳୟର ରେଜିଷ୍ଟ୍ରାର ଚିତ୍ତରଞ୍ଜନ ଦାଶ, ଆଡ୍‌ଭୋକେଟ୍ ଜେନେରାଲ ଅଶୋକ ପରିଜା ଏବଂ ପୋଲିସ୍ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ପ୍ରମୁଖ ଉପସ୍ଥିତ ଥିଲେ ।

ଟ୍ରିବ୍ୟନାଲର ଅଧିକାରୀବୃନ୍ଦ ଇଶାନ କୁମାର ଦାସ, ଜୁଡିସିଆଲ ସଦସ୍ୟ, ବୈଷୟିକ ତଥା ପ୍ରଶାସନିକ ସଦସ୍ୟ ମଳୟ ଚାଟ୍ଟାର୍ଜୀ, ରେଜିଷ୍ଟ୍ରାର ଅଖିଳ କୁମାର ପଶ୍ଚିମକବାଟ, ଆକାଉଣ୍ଟସ ଅଫିସର ମଧୁସୂଦନ ରାଉତ ଏବଂ ଟିବ୍ୟୁନାଲ କାର୍ଯ୍ୟାଳୟର ସମସ୍ତ କର୍ମଚାରୀମାନଙ୍କ ସହଯୋଗରେ ଏହି ନୂତନ କୋର୍ଟ କାର୍ଯ୍ୟାଳୟ ଉଦ୍‌ଘାଟନ ସଫଳତାର ସହ ଅନୁଷ୍ଠିତ ହୋଇଛି ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.