ETV Bharat / city

କେତେ ସଫଳ ବିମୁଦ୍ରିକରଣ? ବର୍ଷୁଛନ୍ତି ବିରୋଧି, ସରକାର ନେଉଛନ୍ତି ବାଃ..ବାଃ... - demonetization reactions

ବିମୁଦ୍ରିକରଣ ତଥା ନୋଟ ବନ୍ଦୀକୁ ବିତିଛି 4 ବର୍ଷ । ଏହି ବିମୁଦ୍ରକରଣ ଦ୍ବାରା ଦୁର୍ନୀତି ଉପରେ ଲଗାମ ଲାଗିଥିବା ସରକାର ଦାବି କରୁଥିବା ବେଳେ ବିରୋଧି ଏହାକୁ ବିଫଳତା ବୋଲି ଦର୍ଶାଉଛନ୍ତି । ଅଧିକ ପଢନ୍ତୁ...

କେତେ ସଫଳ ବିମୁଦ୍ରିକରଣ? ବର୍ଷୁଛନ୍ତି ବିରୋଧି, ସରକାର ନେଉଛନ୍ତି ବାଃ..ବାଃ...

author img

By

Published : Nov 8, 2020, 7:49 PM IST

ଭୁବନେଶ୍ବର: ବିମୁଦ୍ରିକରଣ ତଥା ନୋଟ ବନ୍ଦୀକୁ ବିତିଛି 4 ବର୍ଷ । 2016 ନଭେମ୍ବର 8ରେ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ବିମୁଦ୍ରିକରଣ । 500 ଟଙ୍କିଆ ଏବଂ 1000 ଟଙ୍କିଆ ନୋଟକୁ ବଦଳାଇ ଦିଆଯାଇଥିଲା । ବଜାରକୁ ଆସିଥିଲା ନୂଆ 2000 ଟଙ୍କିଆ ନୋଟ ମଧ୍ୟ ।ଉଦେଶ୍ୟ ଥିଲା ଦେଶରୁ କଳା ଟଙ୍କା ବନ୍ଦ କରିବା ।

2016 ନଭେମ୍ବର 8ରେ ଏଟିଏମ ଆଗରେ ଲାଗିଥିଲା ଲମ୍ବା ଧାଡି । ନଗତ ଟଙ୍କା ପାଇବା ପାଇଁ ଜାରି ରହିଥିଲା ସଂଘର୍ଷ । ଏହା ଭିତରେ ବିମୁଦ୍ରିକରକୁ ବିତିଗଲାଣି 4 ବର୍ଷ । ଏହି ବିମୁଦ୍ରକରଣ ଦ୍ବାରା ଦୁର୍ନୀତି ଉପରେ ଲଗାମ ଲାଗିଥିବା ସରକାର ଦାବି କରୁଥିବା ବିଳେ ବିରୋଧି ଏହାକୁ ବିଫଳତା ବୋଲି ଦର୍ଶାଉଛନ୍ତି ।

କେତେ ସଫଳ ବିମୁଦ୍ରିକରଣ? ବର୍ଷୁଛନ୍ତି ବିରୋଧି, ସରକାର ନେଉଛନ୍ତି ବାଃ..ବାଃ...

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ କହିଛନ୍ତି ଯେ ଦେଶରରେ ଅନେକ ଲୋକ ସରକାରଙ୍କର ଟିକସ ଫାଙ୍କୁଥିଲେ । କଳା କାରବାର ଉପାୟରେ ଅନେକ ଟଙ୍କା ସଂଗ୍ରହ କରି ରଖୁଥିଲେ । ତେବେ ଏହି ବିମୁଦ୍ରିକରଣକୁ ନେଇ କେନ୍ଦ୍ର ସରକାର ଏକ ସାହାସିକତା ପଦକ୍ଷପ ନେଇଥିଲେ । ହେଲେ ବିମୁଦ୍ରିକରଣ ଓ ଜିଏସ୍ଟିକୁ ନେଇ ଯେତେ ଯାହା କଲେ ବି କୌଣସି ଫଳ ମିଳିବ ନାହିଁ ହେବନାହିଁ । ଏହା ମାଧ୍ୟମରେ ବ୍ୟାଙ୍କକୁ ଅନେକ ଟଙ୍କା ଫେରିଆସିଛି । ସରକାର ବହୁ ମାତ୍ରାରେ ଟିକସ ପାଇଛନ୍ତି ଏହା ଦ୍ୱାରା ଦେଶ ଅନେକ ମାତ୍ରାରେ ଲାଭବାନ ହୋଇଛି ବୋଲି କହିଛନ୍ତି ପ୍ରତାପ ।

ଅନ୍ୟପକ୍ଷେ ଏହାକୁ ନେଇ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର ଏକ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ନରସିଂହ ମିଶ୍ର କହିଛନ୍ତି, ନୋଟବନ୍ଦୀ କରିବାର ଲକ୍ଷ ଥିଲା କଳା ଟଙ୍କା ଧଳା କରିବା। ଗରିବ ଲୋକଙ୍କ ଆକାଉଣ୍ଟକୁ 15 ଲକ୍ଷ ଟଙ୍କା ପଠାଯିବା। ତେବେ ଭାରତର ଜିଡିପି ଏବେ ସବୁଠାରୁ ତଳେ ରହିଛି ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ସେହିପରି ଅର୍ଥନୀତିଜ୍ଞ ତ୍ରିନାଥ ଲେଙ୍କା କହିଛନ୍ତି ଯେ ବିମୁଦ୍ରକାରଣକୁ 4 ବର୍ଷ ବିତିଛି । 2016 ରୁ 2020ରେ କଳା ଟଙ୍କାକୁ କଣ୍ଟ୍ରୋଲ କରିପାରିବା । ଏହା ଦ୍ବାରା ଅନେକାଂଶରେ ବେରୋଜଗାର ମଧ୍ୟ ବଢିଯାଇଛି। ତଥାପି ଆମର ଡିଜିଟାଲ ମୋଡର ଅଧିକ ବ୍ୟବହାର ହେଉଥିବା ସେ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.