ETV Bharat / city

ULB RESULT 2022: ରାଜ୍ୟରେ ନୋଟ୍‌ ଗଣତନ୍ତ୍ର ଚାଲିଛି କହିଲେ ସୁର

ଆସନ୍ତାକାଲି(ଶନିବାର) ପୌର ନିର୍ବାଚଳ ଫଳାଫଳ ପ୍ରକାଶ ପାଇବାକୁ ଥିବା ବେଳେ ଜାଣନ୍ତୁ କଣ ରହିଛି ବିଭିନ୍ନ ଦଳର ନେତାଙ୍କ ପ୍ରତିକ୍ରିୟା । ଅଧିକ ପଢନ୍ତୁ

ULB RESULT: ରାଜ୍ୟରେ ନୋଟ୍‌ ଗଣତନ୍ତ୍ର ଚାଲିଛି କହିଲେ ସୁର

author img

By

Published : Mar 25, 2022, 5:23 PM IST

ଭୁବନେଶ୍ବର: ଆସନ୍ତାକାଲି(ଶନିବାର) ପ୍ରକାଶ ପାଇବ ପୌର ନିର୍ବାଚନ ଫଳ । ଏନେଇ ଆଜିଠୁ ଆକଳନ ଆରମ୍ଭ କରିଦେଇଛନ୍ତି ସମସ୍ତ ରାଜନୈତିକ ଦଳ । ତେବେ ୩ ମହାନଗର ନିଗମ କାହା ସପକ୍ଷରେ ଯିବ ତାହାକୁ ନେଇ ଆରମ୍ଭ ହୋଇଯାଇଛି ମାନସ ମନ୍ଥନ। ଏନେଇ ଆସିଛି ବିଭିନ୍ନ ରାଜନୈତିକ ଦଳର ନେତାଙ୍କ ପ୍ରତିକ୍ରିୟା । କଂଗ୍ରେସ ୧୭ଟି ପୌର ପରିଷଦ ଦଖଲ କରିବାକୁ ଥିବା ବେଳେ ଦ୍ବିତୀୟ ସ୍ଥାନରେ ରହିବ ବୋଲି କହିଛନ୍ତି ସୁର । ନବୀନ ସରକାର ଟଙ୍କା ଦେଇ ଭୁବନେଶ୍ବରକୁ କିଣି ନେଇଥିବା ସେ ପ୍ରତିକ୍ରିୟାରେ କହିଛନ୍ତି ।

ରାଜ୍ୟରେ ନୋଟ୍‌ ଗଣତନ୍ତ୍ର ଚାଲିଛି କହିଲେ ସୁର

ସେପଟେ ନିର୍ବାଚନରେ ବିଜେପି ୩୦ରୁ ୩୫ଟି ପୌର ପରିଷଦ ଦଖଲ କରିବ ବୋଲି କହିଛନ୍ତି ବିଜେପି ବିଧାୟକ ବିଷ୍ଣୁ ସେଠୀ । ଦଳ ସିଟ୍‌ ସଂଖ୍ୟାରେ ହୁଏତ କମ ହୋଇପାରେ ହେଲେ ଭୋଟ ପରିମାଣରେ କମରେ ନଥିବା ସେ କହିଛନ୍ତି । ନିର୍ବାଚନ ଭଲ ହେବ ବୋଲି ସେ ଆଶା କରିଥିବା କହିଛନ୍ତି ।

ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଗଣତି ପରେ ରେଜଲ୍ଟ କଣ ହେବ ଜଣାପଡ଼ିବ । ବହୁତ ସ୍ଥାନରେ କଂଗ୍ରେସ ଭଲ ଫାଇଟ କରିଛି । ସେପଟେ ବିଜେଡି କହିଛି ପଂଚାୟତ ନିର୍ବାଚନ ପରି ହେବ ପୌର ନିର୍ବାଚନର ଫଳାଫଳ । 95 ପ୍ରତିଶତ ଆସନ ହାତେଇବ ବିଜେଡି । ଫିଲଡ଼ରେ ବିରୋଧୀ ନଥିଲେ ବୋଲି ବିଜେଡି ବିଧାୟକ ରାଜକିଶୋର ଦାସ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.