ETV Bharat / city

Panchayat Election: ପ୍ରାର୍ଥୀ ଚୟନ ନେଇ ୩ ରାଜନୈତିକ ଦଳର ପ୍ରତିକ୍ରିୟା

ପ୍ରାର୍ଥୀ ଚୟନ ଓ ପଞ୍ଚାୟତ ନିର୍ବାଚନରେ ପ୍ରଦର୍ଶନ ନେଇ ପ୍ରତିକ୍ରିୟା ରଖିଲେ ୩ ରାଜନୈତିକ ଦଳର ନେତା । ଅଧିକ ପଢନ୍ତୁ

author img

By

Published : Jan 14, 2022, 6:23 PM IST

ପଞ୍ଚାୟତ ନିର୍ବାଚନ ପ୍ରଦର୍ଶନ ନେଇ ୩ ରାନୈତିକ ଦଳର ପ୍ରତିକ୍ରିୟା

ଭୁବନେଶ୍ବର: ପ୍ରାର୍ଥୀ ଚୟନ ଓ ପଞ୍ଚାୟତ ନିର୍ବାଚନରେ ପ୍ରଦର୍ଶନ ନେଇ ୩ ରାଜନୈତିକ ଦଳର ପ୍ରତିକ୍ରିୟା । ଡିଜିଟାଲ ପ୍ରଚାର କୌଣସି ପ୍ରଭାବ ପକାଇବ ନାହିଁ । ଆମେ ପଞ୍ଚାୟତସ୍ତରରେ ଲୋକଙ୍କ ପାଖରେ ପହଞ୍ଚିଛୁ କହିଲା ବିଜେପି । କଂଗ୍ରେସ ମଧ୍ୟ ଭଲ ପ୍ରାର୍ଥୀ ରଖୁଛି କହିଲେ ଦଳୀନ ନେତା ।

ସେହିପରି ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଲୋକଙ୍କ ଶ୍ରଦ୍ଧା ଓ ସମ୍ମାନ ରହିଥିଲା । ଆଗକୁ ମଧ୍ୟ ରହିବ ଏବଂ ଏହା ଆଗାମୀ ପଞ୍ଚାୟତ ନିର୍ବାଚନରେ ପ୍ରତିଫଳିତ ହେବ କହିଛନ୍ତି ବିଜେଡି ବିଧାୟକ ଉମା ସାମନ୍ତରାୟ । ସେ କହିଛନ୍ତି, 'ଦଳର ସାଙ୍ଗଠନିକ ସମ୍ପାଦକ ପ୍ରତ୍ୟେକ ଜିଲ୍ଲା ଗସ୍ତ କରି ଦଳକୁ ଆହୁରି ମଜଭୂତ କରୁଛନ୍ତି । ଦଳର ନେତୃତ୍ବଙ୍କ ସହିତ ସେ ଆଲୋଚନା କରୁଛନ୍ତି । କେମିତି ଭଲ ପ୍ରାର୍ଥୀ ଚୟନ କରାଯାଇପାରିବ । ତା ସହିତ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀକୁ ଯାଇ ପ୍ରାର୍ଥୀମାନଙ୍କ ସହିତ ମିଶୁଛନ୍ତି ।'

ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, 'ଡିଜିଟାଲ ପ୍ରଚାର ପଞ୍ଚାୟତ ନିର୍ବାଚନରେ ଦଳ ପ୍ରତି କୌଣସି ପ୍ରଭାବ ପକାଇବ ନାହିଁ । ଆମେ ପୂର୍ବରୁ ବହୁ ମୁଦ୍ଦା ନେଇ ଲୋକଙ୍କ ପାଖରେ ପହଞ୍ଚିଛୁ । ପଞ୍ଚାୟତସ୍ତରରେ ଲୋକଙ୍କୁ ଭେଟିଛୁ । ଏଥର ଲୋକେ ଶାସକ ଦଳ ବିଜେଡିକୁ କାଡା ଜବାବ ଦେବେ ।'

ସେପଟେ କଂଗ୍ରେସ ମୁଖପାତ୍ର ଦେବାଶିଷ ପଟ୍ଟନାୟକ କହିଛନ୍ତି, 'ଆମେ ଏଥର ବିଶେଷ କରି ଶିକ୍ଷିତ ଓ ସ୍ବଚ୍ଛ ପ୍ରାର୍ଥୀ ଉପରେ ଗୁରୁତ୍ବ ଦେଉଛୁ । ଶାସକ ବିଜେଡିର ଆଶାୟୀ ପ୍ରାର୍ଥୀ ସର୍ବାଧିକ । ତେଣୁ ଏହା ମୁଖ୍ୟମନ୍ତ୍ରୀ ତଥା ଦଳର ସୁପ୍ରିମୋଙ୍କ ପ୍ରତି ଭାରି ପଡିବ ନିଶ୍ଚୟ ।'

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.