ETV Bharat / city

ଅଗଷ୍ଟ ପହିଲାରୁ କମ ମିଳିବ କିରୋସିନ - କିରୋସିନ

ଆସନ୍ତା ଅଗଷ୍ଟ ମାସରୁ ହିତାଧିକାରୀଙ୍କୁ ଅଢ଼େଇ ଲିଟର ପରିବର୍ତ୍ତେ ମିଳିବ ୨ ଲିଟର କିରୋସିନ । ଗୃହରେ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Jul 31, 2019, 5:58 PM IST

ଭୁବନେଶ୍ବର: କେନ୍ଦ୍ର କିରୋସିନ କୋଟା କମାଇଥିବାରୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି । ପ୍ରଭାବିତ ହେବେ ହିତାଧିକାରୀ, ମିଳିବ କମ୍‌ କିରୋସିନ । ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ବିଧାନସଭାରେ ଏନେଇ ସୂଚନା ଦେଇଛନ୍ତି । ଆସନ୍ତା ଅଗଷ୍ଟ ମାସରୁ ହିତାଧିକାରୀଙ୍କୁ ଅଢ଼େଇ ଲିଟର ପରିବର୍ତ୍ତେ ମିଳିବ ୨ ଲିଟର କିରୋସିନ । ହିତାଧିକାରୀଙ୍କୁ ଅଧ ଲିଟର କିରୋସିନ କମ୍‌ ମିଳିବ। ପରିବାର ପିଛା 1.89 ଲିଟର ମିଳିବ। ହେଲେ ରାଜ୍ୟ ସରକାର 2 ଲିଟର ଦେବେ ବୋଲି ଗୃହରେ ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବିଧାନସଭାର ପ୍ରଶ୍ନକାଳରେ କିରୋସିନ ଯୋଗାଣ ମାମଲାରେ ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ । କ୍ରମାଗତ ଭାବରେ କେନ୍ଦ୍ରରୁ ରାଜ୍ୟକୁ କିରୋସିନ କୋଟାରେ ହ୍ରାସ କରାଯାଉଛି । ଫଳରେ ରାଜ୍ୟ ସରକାର 2ଲିଟର କିରୋସିନ ଯୋଗାଇବା ପାଇଁ ନିଷ୍ପତି ନେଇଛନ୍ତି ।ବର୍ତ୍ତମାନ ୩ କୋଟିରୁ ଉର୍ଦ୍ଧ୍ବ ଲୋକଙ୍କୁ ଅଢ଼େଇ ଲିଟର କିରୋସିନ ଦିଆଯାଉଛି । କେନ୍ଦ୍ର କିରୋସିନ କୋଟା କମାଇଥିବାରୁ ହିତାଧିକାରୀଙ୍କୁ କମ୍ କିରୋସିନ ମିଳିବ ବୋଲି ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ

ରାଜ୍ୟରେ 151 ଡିଲର, 11,145 ଫେୟାର ପ୍ରାଇସ ସୋପ ରହିଥିବା ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ । ରାଜ୍ୟକୁ 3 ମାସିଆ କିରୋସିନି ଦିଆଯାଇଛି। କେନ୍ଦ୍ରରୁ ଯେତିକି ଦିଆଯାଉଥିଲା ତାହା କମି ଯାଇଛି। ଫଳରେ 2 ଲିଟର କିରୋସିନ ଦିଆଯିବ। ରାଜ୍ୟରେ ଏବେ 3 କୋଟିରୁ ଅଧିକ ଲୋକ ଏହି ସୁବିଧା ପାଉଛନ୍ତି।

ବିନା କାର୍ଡଧାରୀଙ୍କୁ ଅଣ ରିହାତି ଦରରେ ଏହି କିରୋସିନ୍ ଯୋଗାଇ ପ୍ରଶ୍ନରେ ଉତ୍ତର ରଖିଥିଲେ ମନ୍ତ୍ରୀ। ସମସ୍ତ ଜିଲ୍ଲାପାଳମାନଙ୍କୁ ନିଜ ନିଜ ଜିଲ୍ଲାରେ ଅଣ ରିହାତି କିରୋସିନ ଆବଶ୍ୟକତା ଜଣାଇବା ପାଇଁ ବାରମ୍ବାର ଅନୁରୋଧ କରାଯାଇଥିବା କହିଛନ୍ତି ମନ୍ତ୍ରୀ । ଏହାସହ ଜିଲ୍ଲାପାଳ ତଥ୍ୟ ପ୍ରଦାନ କଲେ ଅଣ ରିହାତି କିରୋସନ୍ ଯୋଗାଇ ଦେବାକୁ କହିଛନ୍ତି ମନ୍ତ୍ରୀ ।

ଯେକୌଣସି ଡିଲର ଙ୍କ ପାଖରୁ ଖାଉଟି କିରୋସିନ ନେଇପାରିବେ। ଯଦି ଜଣେ ଡିଲରଙ୍କ ସହ ଖାଉଟିଙ୍କ ଭଲ ସମ୍ପର୍କ ନାହିଁ ତେବେ ସେ ଅନ୍ୟ ଜଣେ ଡିଲରଙ୍କ ଠାରୁ କିରୋସିନ ନେଇପାରିବେ।
ଭବିଷ୍ୟତରେ ଏହି ବ୍ୟବସ୍ଥା ପ୍ରଚଳନ କରିବାକୁ ଯାଉଥିବା କହିଛନ୍ତି ମନ୍ତ୍ରୀ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:କମିଛି କିରୋସିନ କୋଟା। ହିତାଧିକାରୀଙ୍କୁ ମିଳିବ କମ କିରୋସିନ। ଜୁଲାଇ 2019 ସୁଦ୍ଧା କମିଛି। ହିତାଧିକାରୀଙ୍କୁ ଅଧ ଲିଟର କିରୋସିନ କମ ମିଳିବ। କେନ୍ଦ୍ର କୋଟା କମାଇଥିବାରୁ ମିଲିବ। ପରିବାର ପିଛା 1.89 ଲିଟର ମିଳିବ। ହେଲେ ରାଜ୍ୟ ସରକାର 2 ଲିଟର ଦେବେ ବୋଲି ଗୃହରେ ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ।Body:ଖୋଲା ବଜାରରେ କିରୋସିନ ଶସ୍ତା ରହିହି। 2011 ଓ 12ରେ 944 କିଲୋଲିତର, 12-13ରେ 3 ଲକ୍ଷ 69 ହଜାର, 2015- 16ରେ 3 ଲକ୍ଷ.୮୯ ହଜାର, 2019-20ରେ 2 ଲକ୍ଷ 9 ହଜାର କିଲୋଲିଟର କିରୋସିନ ମିଳିଛି। ରାଜ୍ୟରେ 151 ଡିଲର, 11,145 ଫେୟାର ପ୍ରାଇସ ଶପ, 20,700 କିଲୋ ଲିଟର କିରୋସିନ ଯୋଗାଇ ଦିଆଯାଉଛି।
ବାଇଟ- ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଯୋଗାଣ ମନ୍ତ୍ରୀ
ବାଇଟ- ମୀନାକ୍ଷୀ ମହାନ୍ତ, ବିଜେଡି ବିଧାୟିକା

Conclusion:ରାଜ୍ୟରେ ଅନେକ ଅଞ୍ଚଳରେ କିରାସିନି ମିଳୁନି। ରାଜ୍ୟକୁ 3 ମାସିଆ କିରାସିନି ଦିଆଯାଇଛି। କେନ୍ଦ୍ରରୁ ଯେତିକି ଦିଆଯାଉଥିଲା ତାହା କମି ଯାଇଛି। 2.5 ଲିଟର ଦିଆଯାଉଛି। 3 କୋଟିରୁ ଅଧିକ ଲୋକ ପାଉଛନ୍ତି। ଅଣ ପିଡ଼ିଏସଙ୍କୁ ଦେବା ପ୍ରସ୍ତାବ ନାହିଁ। କେହି ଦାବି କରି ନାହାଁନ୍ତି। ଦାବି କଲେ ବିଚାର କରିବୁ।
One card one nation । କାନକୁ ବହୁତ ଭଲ ଶୁଭେ। ହେଲେ କେମିତି କାମ କରୁଛି ତା ଦେଖିବା କଥା।
ଯେକୌଣସି ଡିଲର ଙ୍କ ପାଖରୁ ଖାଉଟି କିରୋସିନ ନେଇପାରିବେ। ଯଦି ଜଣେ ଡିଲରଙ୍କ ସହ ଖାଉତିଙ୍କ ଭଲ ସଂପର୍କ ନାହିଁ ତେବେ ସେ ଅନ୍ୟ ଜଣେ ଡିଲରଙ୍କ ଠାରୁ କିରୋସିନ ନେଇପାରିବେ।
ଭବିଷ୍ୟତ ରେ ଏହି ବ୍ୟବସ୍ଥା ପ୍ରଚଳନ କରିବାକୁ ଯାଉଛୁ ବୋଲି କହିଛନ୍ତି ମନ୍ତ୍ରୀ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.