ETV Bharat / city

ରସଗୋଲା ଦିବସରେ ରକ୍ତଦାନ ଶିବିର ଆୟୋଜିତ କଲା ପାହାଳ ଫାଉଣ୍ଡେସନ

author img

By

Published : Jul 23, 2021, 6:22 PM IST

ରସଗୋଲା ଦିବସରେ ପ୍ରତିବର୍ଷ ପରି ରକ୍ତଦାନ ଶିବିରର ଆୟୋଜନ କରିଛି ପାହାଳ ରସଗୋଲା ଫାଉଣ୍ଡେସନ । ଅଧିକ ପଢନ୍ତୁ...

ରସଗୋଲା ଦିବସରେ ରକ୍ତଦାନ ଶିବିର ଆୟୋଜିତ କଲା ପାହାଳ ଫାଉଣ୍ଡେସନ
ରସଗୋଲା ଦିବସରେ ରକ୍ତଦାନ ଶିବିର ଆୟୋଜିତ କଲା ପାହାଳ ଫାଉଣ୍ଡେସନ

ଭୁବନେଶ୍ବର: ଆମେ ରକ୍ତ ଦେବା, ରକ୍ତର ଅଭାବ ଦୂର କରିବା । କୋରୋନା କାଳରେ ରହିବ ନାହିଁ ରକ୍ତର ଅଭାବ । ରକ୍ତ ବିନା ଛଟପଟ ହେବନି କୌଣସି ରୋଗୀ । ଅକାଳରେ ଝରି ପଡିବନି କାହାର ବି ଜୀବନ । ଏଇ ମହତ ଉଦ୍ଦେଶ୍ୟ ନେଇ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ରସଗୋଲା ଦିବସ ଅବସରରେ ପାହାଳ ରସଗୋଲା ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ହୋଇଛି ରକ୍ତଦାନ ଶିବିର ।

ଆଜି ପବିତ୍ର ନୀଳାଦ୍ରିବିଜେ। ନବଦିନାତ୍ମକ ଯାତ ସାରି ନୀଳକନ୍ଦରକୁ ବାହୁଡିବେ ହଟିଆ ଠାକୁର । ହେଲେ ସିଂହଦ୍ବାର ସାମ୍ନାରେ ଜଗିଥିବେ ମାଆ ଲକ୍ଷ୍ମୀ । ତାଙ୍କୁ ସାଙ୍ଗରେ ନ ନେଇ ଗୁଣ୍ଡିଚା ମନ୍ଦିର ଯାଇଥିବାରୁ ଅଭିମାନରେ କବାଟ କିଳି ଦେବେ। ଆଉ ମହାପ୍ରଭୁ ମିଠା ଦେଇ ମାଆଙ୍କ ମାନଭଞ୍ଜନ କରିବେ। ଶ୍ରୀମନ୍ଦିର ପରମ୍ପରା ଅନୁସାରେ ରସଗୋଲା ଦିବସର ମହତ୍ତ୍ବ ରହିଥିବାରୁ ଏହି ଦିବସକୁ ରସଗୋଲା ଦିବସ ଭାବେ ପାଳନ କରାଯାଇଥାଏ ।

ରସଗୋଲା ଦିବସକୁ ମିଠାରେ ନୁହେଁ, ବରଂ ମିଠାଠୁ ଆହୁରି ମିଠା କରିବାକୁ କହି ଶିବିରରେ ରକ୍ତଦାନ କରାଯାଇଛି । ବୁନ୍ଦାଏ ରକ୍ତ ଯେ ଆଉ କାହାର ଜୀବନ ବଞ୍ଚାଇଦେବ, ଅସହାୟ ମୁହଁରେ ହସ ଫୁଟାଇବା ଭଳି ମହତ ଚିନ୍ତାଧାରା ସହିତ ଫାଉଣ୍ଡେସନ ପକ୍ଷରୁ ଏହି ଉଦ୍ୟମ କରାଯାଇଛି ।

କିନ୍ତୁ GI ଟ୍ୟାଗ ମାନ୍ୟାତା ପାଇବାର ୨ ବର୍ଷ ପରେ ବି କୋରୋନା କଟକଣା ପାଇଁ ଦିବସ ଫିକା ପଡିଛି । କୋରୋନା ପାଇଁ ବେପାର ମାନ୍ଦା ପଡିଛି । ତଥାପି ଫିକା ପଡିନଥିଲା ଉତ୍ସବ। ଦୋକାନ ବନ୍ଦ କରି କୋରୋନା କଟକଣା ସହ ନିଆରା ଢଙ୍ଗରେ ରସଗୋଲା ଦିବସ ପାଳିଛନ୍ତି ବ୍ୟବସାୟୀ । ଏହି ଦିବସରେ ମୋ ପରିବାର ଉପଦେଷ୍ଟା ଅରୁପ ପଟ୍ଟନାୟକ ଏହାର ଉଦଘାଟନ କରିଥିବା ଅନ୍ୟ ଅତିଥିମାନେ ଉପସ୍ଥିତ ଥିଲେ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.