ETV Bharat / city

RaisinaHill Menu: ରାଷ୍ଟ୍ରପତି ଭବନ ମେନୁରେ ସାମିଲ ହେବ ଓଡିଆ ଖାଦ୍ୟ

author img

By

Published : Jul 28, 2022, 8:35 PM IST

ଦ୍ରୌପଦୀଙ୍କ ରାଷ୍ଟ୍ରପତି ହେବା ନେଇ ସାରା ଦେଶରେ ବିଶେଷ କରି ଆମ ରାଜ୍ୟରେ ଖୁସି ଆଉ ଖୁସି । ସବୁ ଓଡିଆ ଏବେ ଗର୍ବରେ କହୁଛନ୍ତି ଆମେ ରାଷ୍ଚ୍ରପତିଙ୍କ ରାଜ୍ୟର ଲୋକ । ତେବେ ମାଡାମ ଦ୍ରୌପଦୀ ରାଷ୍ଟ୍ରପତି ହେବା ପରେ ପୁଣି ଥରେ ଓଡିଆ ଖାଦ୍ୟ ବ୍ୟଞ୍ଜନକୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଛି । ଚର୍ଚ୍ଚା ହେଉଛି ରାଇସିନା ହିଲରେ ଜଣେ ଓଡିଆ ଅଧିଷ୍ଠିତ ହେବା ପରେ ଏବେ ସେଠି ମଧ୍ୟ ଓଡିଆ ବ୍ୟଞ୍ଜନ ମିଳିବ ବୋଲି ଆଶା କରାଯାଉଛି ।

ରାଷ୍ଟ୍ରପତି ଭବନ ମେନୁରେ ସାମିଲ ହେବ ଓଡିଆ ଖାଦ୍ୟ

ନୂଆଦିଲ୍ଲୀ: ଦେଶର ପଞ୍ଚଦଶ ରାଷ୍ଟ୍ରପତି ଦାୟିତ୍ବ ନେଇ ସାରିଛନ୍ତି ଓଡିଆ ଝିଅ ଦ୍ରୌପଦୀ ମୁର୍ମୁ । ଦ୍ରୌପଦୀଙ୍କ ରାଷ୍ଟ୍ରପତି ହେବା ନେଇ ସାରା ଦେଶରେ ବିଶେଷ କରି ଆମ ରାଜ୍ୟରେ ଖୁସି ଆଉ ଖୁସି । ସବୁ ଓଡିଆ ଏବେ ଗର୍ବରେ କହୁଛନ୍ତି ଆମେ ରାଷ୍ଚ୍ରପତିଙ୍କ ରାଜ୍ୟର ଲୋକ । ତେବେ ମାଡାମ ଦ୍ରୌପଦୀ ରାଷ୍ଟ୍ରପତି ହେବା ପରେ ପୁଣି ଥରେ ଓଡିଆ ଖାଦ୍ୟ ବ୍ୟଞ୍ଜନକୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଛି । ଚର୍ଚ୍ଚା ହେଉଛି ରାଇସିନା ହିଲରେ ଜଣେ ଓଡିଆ ଅଧିଷ୍ଠିତ ହେବା ପରେ ଏବେ ସେଠି ମଧ୍ୟ ଓଡିଆ ବ୍ୟଞ୍ଜନ ମିଳିବ ବୋଲି ଆଶା କରାଯାଉଛି । ଆଉ ବିଶେଷ କରି ଓଡିଆଙ୍କ ପ୍ରିୟ ଓ ମୁଖ୍ୟ ଖାଦ୍ୟ ପଖାଳ ରାଷ୍ଟ୍ରପତି ଭବନ ମେନୁ ତାଳିକାରେ ସାମିଲ ହୋଇପାରେ ।

ପରମ୍ପରା ରହି ଆସିଛି ରାଷ୍ଟ୍ରପତି ଭବନର ମେନୁ ତାଳିକା ରାଷ୍ଟ୍ରପତିଙ୍କ ରୁଚି ଆନୁସାରେ ପ୍ରସ୍ତୁତ ହୋଇଥାଏ । ବିଶେଷ କରି ରାଷ୍ଟ୍ରପତିଙ୍କ ରୁଚି, ନିଜ ଗୃହ ରାଜ୍ୟର ପ୍ରିୟ ଖାଦ୍ଯ ହିଁ ପରିବେଷଣ ହୋଇଥାଏ । ଯାହା ପୂର୍ବରୁ ମଧ୍ୟ ହୋଇ ଆସିଛି । ସୂଚନା ଅନୁସାରେ 1990 ମସିହାରୁ ରାଇସିନା ହିଲରେ ମେନୁ ପରିବର୍ତ୍ତନ ହୋଇ ଆସୁଛି । ପୂର୍ବତନ ରାଷ୍ଟ୍ରପତି ଆର ଭେଙ୍କଟରମଣଙ୍କ କାର୍ଯ୍ୟକାଳରେ ଦକ୍ଷିଣ ଭାରତୀୟ ଖାଦ୍ୟ ରାଷ୍ଟ୍ରପତି ଭବନର ନିୟମିତ ଖାଦ୍ୟ ତାଲିକାରେ ସ୍ଥାନ ପାଇଥିଲା ।

ସେହିଭଳି ଏପିଜେ ଅବଦୁଲ କଲାମଙ୍କ ସମୟରେ ବି ଦକ୍ଷିଣ ଭାରତୀୟ ଖାଦ୍ୟ ବିଶେଷ କରି ଦହି ଭାତ, ଆଚାର, ଦୋସା, ଏପିଜେ ଅବଦୁଲ କଲାମଙ୍କ ସମୟରେ ରାଇସ, ଦହି ଭାତ, ଆଚାର ଓ ଦୋସା, ଇଡିଲି ଭଳି ବ୍ୟଞ୍ଜନ ମେନୁରେ ସାମିଲ ହୋଇଥିଲା । ସେହିପରି 2007 ରୁ 2012 ଯାଏଁ ରାଷ୍ଟ୍ରପତି ଥିବା ପ୍ରତିଭା ଦେବୀ ସିଂ ପାଟିଲଙ୍କ ସମୟରେ ମରାଠୀ ବ୍ୟଞ୍ଜନ ଓ ବିଶେଷ କରି ଉତ୍ତର ଭାରତ ଖାଦ୍ୟ ପ୍ରସ୍ତୁତ ହେଉଥିଲା । ପରେ 2012 ରୁ ରାଷ୍ଚ୍ରପତି ଥିବା ପ୍ରଣବ ମୁଖାର୍ଜୀଙ୍କ ସମୟରେ ବଙ୍ଗାଳି ଓ ଉତ୍ତର ଭାରତ ଖାଦ୍ୟ ମଧ୍ୟ ପ୍ରସ୍ତୁତ ହେବା ସହ ପରାଶା ଯାଉଥିଲା ।

ଏହାବାଦ 2017 ରୁ ରାଷ୍ଚ୍ରପତି ହୋଇଥିବା ରାମନାଥ କୋବିନ୍ଦଙ୍କ ସମୟରେ ମଧ୍ୟ ଉତ୍ତର ଭାରତ ଓ ଦେଶର ବିଭିନ୍ନ ପାରମ୍ପରିକ ବ୍ୟଞ୍ଜନ ହେଉଥିଲା । ରାମନାଥ କୋବିନ୍ଦଙ୍କ ସମୟରେ ବିଶେଷ କରି ଇଟିଲି, ଚୋଖା, ଛୋଲେ ବୋଟରା, ରାଜମା, ବିଭିନ୍ନ ମିଠା, ସୁସ୍ବାଦୁ ଫଳ ସ୍ଥାନ ପାଇଥିଲା ।

ସେହି ଦୃଷ୍ଚିରୁ ବର୍ତ୍ତମାନର ରାଷ୍ଟ୍ରପତି ଜଣେ ଓଡିଆ ଓ ଆଦିବାସୀ ହୋଇଥିବାରୁ ଆଶା କରାଯାଉଛି, ଏଣିକି ରାଇସିନା ହିଲରେ ସୁସ୍ବାଦ ଓଡିଆ ବ୍ୟଞ୍ଜନ ସହ ପାରମ୍ପରିକ ଆଦିବାସୀ ଜନଜାତି ଖାଦ୍ୟ ପ୍ରସ୍ତୁତ ହେବ । ଏହାଦ୍ବାରା ଆଦିବାସୀଙ୍କ ସମ୍ମାନ ବଢିବା ସହ ଓଡିଆ ବ୍ୟଞ୍ଜନର ଆହୁରି ପ୍ରଚାର ପ୍ରସାର ହୋଇପାରିବ । କାରଣ ରାଷ୍ଚ୍ରପତି ଭବନକୁ ଆସୁଥିବା ଅତିଥି ଓ ଆଗନ୍ତୁକଙ୍କୁ ସ୍ବାଗତ ସହ ବିଭିନ୍ନ ସୁସ୍ବାଦୁ ବ୍ୟଞ୍ଜନ ପରଶା ଯାଇଥାଏ । ଖାଲି ଏତିକି ନୁହେଁ ରାଷ୍ଟ୍ରପତି ଜଣେ ସାକାହାରୀ ହୋଇଥିବାରୁ ତାଙ୍କ ଇଛା ଅନୁସାରେ ଓଡିଆ ଖାଦ୍ୟର ପ୍ରାଧାନ୍ୟ ରାଇସିନା ହିଲରେ ସ୍ଥାନ ପାଇପାରେ ।

ଇଟିଭି ଭାରତ, ହାଇଦ୍ରାବାଦ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.