ETV Bharat / city

ରସଗୋଲା ଦିବସ: ପ୍ରାଣପ୍ରିୟାଙ୍କୁ ମିଠା ଖୁଆଇ ନିଳାଦ୍ରି ବିଜେ କରିବେ ନଟନାଗର

author img

By

Published : Jul 23, 2021, 4:33 PM IST

ଆଜି ରସଗୋଲା ଦିବସ । ନୀଳାଦ୍ରି ବିଜେ ଅବସରରେ ରସଗୋଲା ଦିବସ ପାଳିତ ହେଉଥିବାବେଳେ ୨୦୧୯ରୁ ରସଗୋଲାକୁ ମିଳିଛି ଜିଆଇ ମାନ୍ୟତା । ଅଧିକ ପଢନ୍ତୁ...

ଆଜି ରସଗୋଲା ଦିବସ
ଆଜି ରସଗୋଲା ଦିବସ

ଭୁବନେଶ୍ବର: ରସଗୋଲା କାହାର ? ଏହାକୁ ନେଇ ଓଡିଶା-ପଶ୍ଚିମବଙ୍ଗ ମଧ୍ୟରେ ବହୁଦିନ ଧରି ବାଦ ପ୍ରତିବାଦ ଲାଗି ରହିଥିଲା । ପଶ୍ଚିମବଙ୍ଗ କହିଲା ରସଗୋଲା ଆମର ଆଉ ଓଡିଶା କହିଲା ରସଗୋଲା ହିଁ ଆମର ।

ରସଗୋଲା ବା କ୍ଷୀରମୋହନ । ଜଗନ୍ନାଥ ମନ୍ଦିରର ରୋଷଘରେ ଶହ ଶହ ବର୍ଷରୁ ତିଆରି ହେଉଥିବା କ୍ଷୀର ମୋହନର ନାଁ ସମୟକ୍ରମେ ବଦଳି ରସଗୋଲାରେ ପରିଣତ ହୁଏ । ଆଖିକୁ ଆକର୍ଷଣୀୟ ଓ ପାଟିକୁ ଭାରି ସୁଆଦିଆ ଲାଗୁଥବା ଏହି ରସଗୋଲା ପାଇଁ ବି ଢେର ବିବାଦ । କିମ୍ବଦନ୍ତୀ କୁହେ ଜଗନ୍ନାଥ ପରମ୍ପରାରୁ ହିଁ ରସଗୋଲା ଓଡିଶା ସହ ଜଡିତ । ହେଲେ ନଥିକରଣ ଅଭାବରୁ ସଠିକ ମସିହା ଲିପିବଦ୍ଧ ହୋଇପାରିନଥିଲା । କିନ୍ତୁ ଏହା ମାନିବାକୁ ନାରାଜ ପଡୋଶୀ ପଶ୍ଚିମବଙ୍ଗ । ରସଗୋଲାକୁ ନିଜର ବୋଲି ଦାବି କରି GI ଟ୍ୟାଗ ଦାବି କଲା ପଡୋଶୀ ରାଜ୍ୟ । ଶେଷରେ ଓଡିଶାର ଦୃଢୋକ୍ତି ଅକ୍ଷୂର୍ଣ୍ଣ ରହିଲା । ୨୦୧୯ ଜୁଲାଇ ୨୯ ରେ ଓଡିଶା ରସଗୋଲାକୁ ମିଳିଲା GI ମାନ୍ୟତା । ବିକଳାନନ୍ଦ କରଙ୍କ ସାଲେପୁର ରସଗୋଲା ଓ ପାହାଳରେ ପ୍ରସ୍ତୁତ ରସଗୋଲା ଦେଶ ତଥା ବିଦେଶରେ ବି ପରିଚିତ ।

ପ୍ରାଣପ୍ରିୟାଙ୍କୁ ମିଠା ଖୁଆଇ ନିଳାଦ୍ରି ବିଜେ କରିବେ ନଟନାଗର

ଏହାପର ଠାରୁ ମହାପ୍ରଭୁଙ୍କ ନୀଳାଦ୍ରି ବିଜେକୁ ରସଗୋଲା ଦିବସ ଭାବେ ପାଳନ କରାଯାଉଛି । ଏ ଦୃଷ୍ଟିରୁ ଦେଖିବାକୁ ଗଲେ ଆଜି ହେଉଛି ଆମ ରସଗୋଲା ଦିବସ । ଏହା କିଛି ବର୍ଷ ହେବ ରସଗୋଲା ଦିବସ ଭାବେ ପାଳନ ହେଉଛି । ମାତ୍ର ଓଡିଶା ସହ ରସଗୋଲାର ସମ୍ପର୍କ କାହିଁ କେଉଁ ପୁରାଣ କାଳରୁ ଜଡିତ । ନଟିଆ ନାଗର, କଳା ଠାକୁର ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ମାଉସୀ ଘର ଗୁଣ୍ଡିଚା ମନ୍ଦିରକୁ ରଥଯାତ୍ରାରେ ବାହାରି ପଡନ୍ତି । ୯ ଦିନ ପାଇଁ ରତ୍ନବେଦୀ ଛାଡି ଜନ୍ମବେଦୀକୁ ଯାଆନ୍ତି ଚତୁର୍ଦ୍ଧାମୂର୍ତ୍ତି । ମାତ୍ର ସାଙ୍ଗରେ ଅଭିମାନିନୀ ପ୍ରିୟା ଲକ୍ଷ୍ମୀ ସାଆନ୍ତାଣିଙ୍କୁ ନ ନେଇ ଶ୍ରୀମନ୍ଦିରରେ ଛାଡି ଯାଆନ୍ତି । ଫଳରେ ହେରା ପଞ୍ଚମୀରେ ରାଗ ଜର୍ଜରିତ ମା' ଲକ୍ଷ୍ମୀ ଠାକୁରାଣୀ ନନ୍ଦୀଘୋଷ ରଥ ଭାଙ୍ଗି ଆସନ୍ତି । ତଥାପି ମନମାନେନି ଅଭିମାନିନୀ ପ୍ରିୟାଙ୍କର, ମାଉସୀ ଘରୁ ବୁଲି ବାହୁଡିବା ସମୟରେ ସିଂହଦ୍ବାରରେ ବାଟ ଓଗାଳନ୍ତି ଲକ୍ଷ୍ମୀ ସାଆନ୍ତାଣି । ଆଉ ରସଗୋଲା ଦେଇ ପ୍ରିଆଙ୍କୁ ମନାନ୍ତି ନଟିଆ ନାଗର କଳା ଠାକୁର । ଏହାପରେ ରସଗୋଲା ଖାଇ ମାନଭଞ୍ଜନ କରି ପରମେଶ୍ବରଙ୍କୁ ଘରକୁ ପାଛୋଟି ନିଅନ୍ତି ମା' ସାଆନ୍ତାଣି ।

ବାସ୍ତବରେ ସ୍ବାମୀ-ସ୍ତ୍ରୀଙ୍କ ମିଠା ରାଗ ମଧ୍ୟରେ ଏ ରସଗୋଲାର ସ୍ଥାନ ନିଆରା । ଆଉ ପୁରାଣ, କଥା, କିମ୍ବଦନ୍ତୀର ବର୍ଣ୍ଣନାକୁ ନେଇ ଓଡିଶାରେ ରହିଲା ରସଗୋଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.