ETV Bharat / city

ରସଗୋଲା ଦିବସ ପାଳିଲା ପାହାଳ ବ୍ୟବସାୟୀ ସଂଘ, ସାମିଲ ହେଲେ ମେୟର

author img

By

Published : Jul 13, 2022, 12:31 PM IST

ରାଜ୍ୟବ୍ୟାପୀ ପାଳନ ହେଉଛି ରସଗୋଲା ଦିବସ । ଏହି ଅବସରରେ ରସଗୋଲା ପାଇଁ ପ୍ରସିଦ୍ଧ ପାହାଳରେ ମଧ୍ୟ ବ୍ୟବସାୟୀ ସଂଘ ତରଫରୁ ରସଗୋଲା ଦିବସ ପାଳିତ ହୋଇଛି । ଅଧିକ ପଢନ୍ତୁ

ପାହାଳରେ ବ୍ୟବସାୟୀ ସଂଘ ତରଫରୁ ସେଲିବ୍ରେସନ
ପାହାଳରେ ବ୍ୟବସାୟୀ ସଂଘ ତରଫରୁ ସେଲିବ୍ରେସନ

ଭୁବନେଶ୍ବର: ରାଜ୍ୟବ୍ୟାପୀ ପାଳନ ହେଉଛି ରସଗୋଲା ଦିବସ । ଏହି ଅବସରରେ ରସଗୋଲା ପାଇଁ ପ୍ରସିଦ୍ଧ ପାହାଳରେ ମଧ୍ୟ ବ୍ୟବସାୟୀ ସଂଘ ତରଫରୁ ରସଗୋଲା ଦିବସ ପାଳିତ ହୋଇଛି ।ଏହି ଅବସରରେ ମେୟର ସୁଲୋଚନା ଦାସ, ଭୁବନେଶ୍ବରର ଦୁଇ ବିଧାୟକ ଅନନ୍ତ ଜେନା ଓ ସୁଶାନ୍ତ ରାଉତଙ୍କ ସହିତ ବିଧାୟକ ଶଶି ଭୂଷଣ ବେହେରା ଅତିଥି ଭାବରେ ଯୋଗ ଦେଇଥିଲେ ।

ପାହାଳରେ ବ୍ୟବସାୟୀ ସଂଘ ତରଫରୁ ସେଲିବ୍ରେସନ

ରସଗୋଲା ଜଗନ୍ନାଥ ସଂସ୍କୃତି ସହିତ ଜଡ଼ିତ । ପ୍ରତିବର୍ଷ ନୀଳାଦ୍ରି ବିଜେ ତିଥିରେ ପାଳନ କରାଯାଇଥାଏ ରସଗୋଲା ଦିବସ । କାରଣ ମା' ଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ପ୍ରଭୁ ଶ୍ରୀଜଗନ୍ନାଥ ରସଗୋଲା ପ୍ରଦାନ କରି ନୀଳକନ୍ଦର ବିଜେ କରିଥାନ୍ତି । ସେଥିପାଇଁ ୨୦୧୫ ମସିହାରୁ ପ୍ରତିବର୍ଷ ନିଳାଦ୍ରୀବିଜେକୁ ରସଗୋଲା ଦିବସ ଅବସରରେ ପାଳନ କରି ଆସୁଛନ୍ତି ପାହାଳ ମିଠା ବ୍ୟବସାୟୀ ସଂଘ ।

ରସଗୋଲା ଯୁଦ୍ଧରେ ଓଡ଼ିଶା ଆଉ ଜଗନ୍ନାଥଙ୍କର ବିଜୟ ହୋଇଛି । ଏବେ ଓଡ଼ିଶାର ରସଗୋଲା ସାରା ବିଶ୍ବରେ ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି। ପାହାଳ ରସଗୋଲାର ବହୁଳ ପ୍ରସିଦ୍ଧି ଆଉ ପ୍ରଚାର ପାଇଁ ରସଗୋଲା କ୍ଳଷ୍ଟର ନିର୍ମାଣ ପାଇଁ ରାଜ୍ୟ ସରକାର ଫୁଲନଖରା ନିକଟରେ ଦେଢ ଏକର ଜମି ଯୋଗାଇ ଦେଇଛନ୍ତି । ଖୁବ୍ ଶୀଘ୍ର ସେ କାମ ଆରମ୍ଭ ହେବ ବୋଲି କହିଛନ୍ତି ମେୟର ସୁଲୋଚନା ଦାସ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.