ETV Bharat / city

ମହିଳାଙ୍କୁ ସୁରକ୍ଷା ଦେବାରେ ସରକାର ଫେଲ ! 2019ରେ ବଢିଛି ଦୁଷ୍କର୍ମ - ବିଧାନସଭା]

ରାଜ୍ୟରେ ବଢିଛି ଦୁଷ୍କର୍ମ ମାମଲା । ସାରା ରାଜ୍ୟରେ ଏହି ଘୃଣ୍ୟକାମ ବଢିଥିବା ବେଳେ ଆଗରେ ମୟୂରଭଞ୍ଜ ଜିଲ୍ଲା । ମଙ୍ଗଳବାର ଗୃହ ରାଷ୍ଟ୍ରମନ୍ତ୍ରୀ ଏହି ତଥ୍ୟ ଦେଇଛନ୍ତି ବିଧାନସଭାରେ ।

Rape case registered
Rape case registered
author img

By

Published : Feb 18, 2020, 8:04 PM IST

ଭୁବନେଶ୍ବର: ମହିଳାଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । ତା ସତ୍ବେ ୨୦୧୯ ମସିହାରେ ରାଜ୍ୟରେ ଦୁଷ୍କର୍ମ ମାମଲା ବଢିଛି।

ଆଜି ବିଧାନସଭାରେ ଏ ପ୍ରସଙ୍ଗରେ ଉତ୍ତର ଦେଇ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କହିଛନ୍ତି, ୨୦୧୮ରେ ସାରା ରାଜ୍ୟରେ ୨୫୦୨ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଥିବା ବେଳେ ୨୦୧୯ ରେ ଏହା ୧୭ ପ୍ରତିଶତ ବୃଦ୍ଧି ପାଇ ୨୯୫୦ରେ ପହଞ୍ଚିଛି। ଭୁବନେଶ୍ୱର ଅର୍ବାନରେ ୨୨ ପ୍ରତିଶତ ଦୁଷ୍କର୍ମ ମାମଲା ହୋଇଛି । ୨୦୧୮ ରେ ୧୨୨ ମାମଲା ପଞ୍ଜିକୃତ ହୋଇଥିବା ବେଳେ ୨୦୧୯ରେ ୧୪୯ ମାମଲା ପଞ୍ଜିକୃତ ହୋଇଛି।

ଏହାସହ ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୨୦୩ ଟି ମାମଲା ପଞ୍ଜିକୃତ ହୋଇଛି। ଗଞ୍ଜାମରେ ୧୨୮ ମାମଲା ରୁଜୁ ହୋଇଥିବା ବେଳେ ଯାଜପୁରରେ ୧୬୬ ମାମଲା ହୋଅଇଛି । ମହିଳା ଚାଲାଣ ନେଇ ୨୦୧୮ ରେ ୫୧ ମାମଲା ରୁଜୁ ହୋଇଥିବା ବେଳେ ୨୦୧୯ରେ ୧୨୯ ପ୍ରତିଶତ ବୃଦ୍ଧି ପାଇଛି । ମହିଳାଙ୍କୁ ଦୁର୍ବ୍ୟବହାର ମାମଲା ମଧ୍ୟ ୨୪.୯ ପ୍ରତିଶତ ବଢିଛି। ମନ୍ତ୍ରୀଙ୍କ ଉତ୍ତର କୁ ନେଇ ଏବେ ବିରୋଧୀ ସରକାରଙ୍କୁ ଘେରିବା ଆରମ୍ଭ କରିଛନ୍ତି । ଏହାସହ ବିଧାୟକ ମାନେ ଅଭିଯୋଗ କରିଛନ୍ତି ସରକାର ସତ୍ୟ ଲୁଚାଇଛନ୍ତି । ଦିଆଯାଇଥିବା ତଥ୍ୟରୁ ଢେର ଅଧିକ ମାମଲା ରୁଜୁ ହୋଇଥିବା ସେମାନେ ଅଭିଯୋଗ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.