ETV Bharat / city

ଅପରେସେନ Wild Escape, ଧରାପଡିଲା 7ବର୍ଷ ତଳର ଦୁଷ୍କର୍ମକାରୀ - wild escape

ଅପରେସେନ Wild Escape
ଅପରେସେନ Wild Escape
author img

By

Published : Jun 5, 2021, 12:54 PM IST

Updated : Jun 5, 2021, 1:43 PM IST

12:47 June 05

ଅପରେସେନ Wild Escape , ଧରାପଡିଲା 7ବର୍ଷ ତଳର ଦୁଷ୍କର୍ମକାରୀ

ଅପରେସେନ Wild Escape

ଭୁବନେଶ୍ବର: କମିସନରେଟ ପୋଲିସର ସ୍ବତନ୍ତ୍ର ଅପରେସନ । ପୋଲିସ କଷ୍ଟଡିରୁ ଫେରାର ଅଭିଯୁକ୍ତ ଧରିବା ପାଇ ଆରମ୍ଭ ହୋଇଥିଲା ଅପରେସନ ୱାଇଲ୍ଡ ଏସ୍କେପ । ଏହିକ୍ରମରେ ଧରାପଡିଛି ୭ ବର୍ଷ ତଳର ଫେରାର ଅଭିଯୁକ୍ତ ଭାସ୍କର ସାହୁ । ଅଭିଯୁକ୍ତର ଘର ନୟାଗଡର ଓଡଗାଁ ।  

ଅଭିଯୁକ୍ତ ୨୦୧୪ ମସିହା ଫେବୃୟାରୀ ୧୩ରେ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମରେ ସାମିଲ ଥିଲା । ଏହି ଘଟଣାରେ ମୋଟ୍ 4 ଜଣ ଅଭିଯୁକ୍ତ ସାମିଲ ଥିଲେ । ସେତେବେଳେ ପୋଲିସ ଭାସ୍କରକୁ ଗିରଫ କରିଥିଲା ମାତ୍ର କୋର୍ଟ ଚାଲାଣ ବେଳେ ଫେରାର ହୋଇଯାଇଥିଲା ଅଭିଯୁକ୍ତ । ଅଭିଯୁକ୍ତକୁ ତୁରନ୍ତ ଫେବୃଆରୀ 14ରେ ହିଁ ଗିରଫ କରାଯାଇଥିଲା ମାତ୍ର ଜେଲ କଷ୍ଟଡିରେ ଥାଇ କୋର୍ଟ ଚାଲାଣ ବେଳେ 9 ଡିସେମ୍ବର ୨୦୧୪ ରେ ସେ ଫେରାର ହୋଇଯାଇଥିଲା। ତେବେ ଏହି ଘଟଣାରେ 12 ଜୁନ 2014ରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା ।  

ତେବେ ଅପରେସନ ‘ୱାଇଲ୍ଡ ଏସ୍କେପ’ ଅଧିନରେ ଅନେକ ଫେରାର୍ ଅଭିଯୁକ୍ତଙ୍କୁ ଗିରଫ କରାଯିବ । ସେପଟେ ଆଉ ଏକ ମାମଲାରେ ଏୟାରଫିଲଡ ପୋଲିସ କଷ୍ଟଡିରୁ ଫେରାର ଥିବା ଅପରାଧି ଜିତେନ୍ଦ୍ର ପରିଡାକୁ ୨ ଦିନ ତଳେ ଗିରଫ କରାଯାଇଥିଲା, ଯିଏ କି ହତ୍ୟା ମାମଲାରେ ଗିରଫ ହୋଇ ଫେରାର ହୋଇଯାଇଥିଲା।  

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ 

Last Updated : Jun 5, 2021, 1:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.