ଭୁବନେଶ୍ବର: କୋରୋନା ମୁକାବିଲା ପାଇଁ ଅଲଗା ହସ୍ପିଟାଲ ତିଆରି କରାଯାଇ । ଅନ୍ୟ ରାଜ୍ୟ ଭଳି ଭୁବନେଶ୍ବରରେ ଏହି ହସ୍ପିଟାଲ ହେଲେ ଉଭୟ କଟକ ଓ ଭୁବନେଶ୍ବର ଲୋକେ ଉପକୃତ ହେବେ । ଫଳରେ ଏଠାରେ କେବଳ କୋରୋନା ଆକ୍ରାନ୍ତ ଚିକିତ୍ସିତ ହେବେ । ଏଭଳି ଏକ ପ୍ରସ୍ତାବ ଦେଇଛନ୍ତି ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।

ଏ ନେଇ ରଣେନ୍ଦ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି ଲେଖିଛନ୍ତି । ଜୟଦେବ ବିହାର ନିକଟରେ ଏକ 60 ବେଡ଼ ବିଶିଷ୍ଟ ହସ୍ପିଟାଲ ବନ୍ଦ ହୋଇ ପଡି ରହିଛି । ଋଣ ପରିଶୋଧ ହୋଇପାରିନଥିବାରୁ ଏହି ହସ୍ପିଟାଲରେ ତାଲା ଝୁଲୁଛି । ତେବେ ଯଦି ପୁଣି ଏହାର ପୁନରୁଦ୍ଧାର କରି ବ୍ୟବହାର ଉପଯୋଗୀ କରାଯିବ ତେବେ ଅନେକ ଫାଇଦା ପାଇବେ ବୋଲି ରଣେନ୍ଦ୍ର ଚିଠିରେ ଉଲ୍ଲେଖ କରିଛନ୍ତି । ପ୍ରକାଶ ଯେ, ଏକ ସରକାରୀ ବ୍ୟାଙ୍କ ଏହି ହସ୍ପିଟାଲକୁ ଋଣ ଦେଇଥିଲା ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ