ETV Bharat / city

ପଶୁଙ୍କୁ ଲମ୍ପିଂ ଚର୍ମ ରୋଗ ଭୟ, ସତର୍କ କରାଇଲେ ବିଭାଗୀୟ ମନ୍ତ୍ରୀ

ଓଡିଶାରେ ପଶୁଙ୍କୁ ଲମ୍ପିଂ ଚର୍ମ ରୋଗ ଭୟ । ଆକ୍ରାନ୍ତ ପଶୁଙ୍କୁ ଅନ୍ୟ ଗୃହପାଳିତ ପଶୁଙ୍କ ଠାରୁ ଅଲଗା ରଖିବାକୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ

author img

By

Published : Sep 2, 2022, 11:10 AM IST

ପଶୁଙ୍କୁ ଲମ୍ପିଂ ଚର୍ମ ରୋଗ ଭୟ, ସତର୍କ କରାଇଲେ ବିଭାଗୀୟ ମନ୍ତ୍ରୀ
ପଶୁଙ୍କୁ ଲମ୍ପିଂ ଚର୍ମ ରୋଗ ଭୟ, ସତର୍କ କରାଇଲେ ବିଭାଗୀୟ ମନ୍ତ୍ରୀ

ଭୁବନେଶ୍ବର: ପଶୁଙ୍କୁ ଲମ୍ପିଂ ଚର୍ମ ରୋଗ (Lumpy Skin Disease) ଭୟ । ଆକ୍ରାନ୍ତ ପଶୁଙ୍କୁ ଅନ୍ୟ ଗୃହପାଳିତ ପଶୁଙ୍କ ଠାରୁ ଅଲଗା ରଖିବାକୁ ପ୍ରାଣୀପାଳକଙ୍କୁ ଟ୍ବିଟ କରି ଅନୁରୋଧ କଲେ ବିଭାଗୀୟ ମନ୍ତ୍ରୀ । ଟ୍ବିଟ ଯୋଗେ ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଛନ୍ତି ଯେ, ''ଲମ୍ପିଂ ନାମକ ଏକ ଚର୍ମ ରୋଗ ରାଜ୍ୟରେ ଗତ ୨୦୧୯ ମସିହାରେ ଦେଖାଦେଇଥିଲା । ଏହା ପରଠାରୁ ଏବେ ଯାଏଁ ଆଉ ଚିହ୍ନଟ ହୋଇନାହିଁ । ଯେତେବେଳେ ଏହା ଚିହ୍ନଟ ହୋଇଥିଲା ବିଭାଗ ପକ୍ଷରୁ ଉଚିତ୍‌ ପଦକ୍ଷେପ ନିଆଯାଇ ୩୦୦୦ରୁ ଊର୍ଦ୍ଧ୍ବ ପ୍ରାଣୀଙ୍କୁ ଟୀକାକରଣ କରିଥିଲା । ଏବେ ସମସ୍ତ ଜିଲ୍ଲାର CDVOଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ, ଏହି ରୋଗର କୌଣସି ଲକ୍ଷଣ ପଶୁମାନଙ୍କ ଶରୀରରେ ଦେଖାଗଲେ ତୁରନ୍ତ ସୂଚିତ କରିବେ, ଏହାପରେ ବିଭାଗ ପକ୍ଷରୁ ଉଚିତ ପଦକ୍ଷପ ନିଆଯିବ'' । ଏଥି ସହ କେହି ଭୟଭୀତ ନହୋଇ ସଜାଗ ଓ ସତର୍କ ରହିବାକୁ କହିଛନ୍ତି ରଣେନ୍ଦ୍ର ପ୍ରତାପ ସ୍ବାଇଁ ।

ଏହା ମଧ୍ୟ ପଢନ୍ତୁ-ଜଗତସିଂହପୁରରେ ବ୍ୟାପୁଛି ଲମ୍ପିସ୍କିନ ରୋଗ, ମିଳୁନି ନିରାକରଣ ଉପାୟ

  • ସମସ୍ତ ପ୍ରାଣୀପାଳକ ଚାଷୀମାନଙ୍କୁ ମୋର ବିନମ୍ର ଅନୁରୋଧ LSD (Lumpy Skin Disease) ନାମକ ଏକ ଚର୍ମ ରୋଗ ରାଜ୍ୟକୁ ଗତ ୨୦୧୯ ମସିହା ପରେ ଏବେ ଯାଏ ଆଉ ଚିହ୍ନଟ ହୋଇ ନାହିଁ। ଯେତେବେଳେ ଏହା ଚିହ୍ନଟ ହୋଇଥିଲା @farddept ପକ୍ଷରୁ ଉଚିତ ପଦକ୍ଷେପ ନେଇ ୩୦୦୦ରୁ ଉର୍ଦ୍ଧ୍ବ ପ୍ରାଣୀଙ୍କୁ ଟୀକାକରଣ କରାଯାଇଥିଲା।@CMO_Odisha @dahvsodisha

    — Ranendra Pratap Swain (@rajaaswain) September 2, 2022 " class="align-text-top noRightClick twitterSection" data=" ">

୨୦୧୯ ମସିହାରେ ଜଗତସିଂହପୁର 8ଟି ବ୍ଲକରେ ଲମ୍ପି ସ୍କିନ ରୋଗର ଆତଙ୍କ ଦେଖା ଦେଇଥିଲା । ଯାହାକୁ ନେଇ ଗୋପାଳନ କରୁଥିବା ଚାଷୀଙ୍କ ମୁଣ୍ଡରେ ଚଡକ ପଡିଥିଲା । ଏହି ରୋଗ, ଏକ ବିଦେଶାଗତ ରୋଗ ହୋଇଥିବାରୁ ଏହାର ନିରାକରଣ ପାଇଁ ସେ ସମୟରେ କୌଣସି ପ୍ରତିଷେଧକ ବ୍ୟବସ୍ଥା ନଥିଲା । ଫଳରେ ପ୍ରତ୍ୟେକ ଦିନ ଶହ ଶହ ଗୋରୁ ଗାଈ ଏଥିରେ ଆକ୍ରାନ୍ତ ହୋଇ ମୃତ୍ୟୁ ମୁଖରେ ପଡ଼ୁଥିଲେ ।

ଲମ୍ପିଂ ସ୍କିନ ରୋଗ କଣ (what is lumpy skin disease) ?

ବିଶେଷଜ୍ଞଙ୍କ ମତରେ ମଣିଷ ଯେପରି ବସନ୍ତ ରୋଗରେ ପୀଡିତ ହୋଇଥାଏ । ସେହିପରି ଗାଈ ଗୋରୁଙ୍କୁ ଲମ୍ପ ସ୍କିନ ବା ଚର୍ମ ଫୋଟକା ଦେଖା ଦେଇଥାଏ । ଏହି ରୋଗ ଆରମ୍ଭ ହେଲେ ପ୍ରଥମେ ଗାଈ ଗୋରୁଙ୍କ ଦେହରେ ବିରିବିରି ହୋଇ ଫଳିଯାଏ । ଜ୍ବର ଆସେ ଓ ଗୋଡ ଫୁଲିଯାଇଥାଏ। କ୍ରମଶଃ ଦେହରେ ଫୋଟକା ହୋଇ ମାଂସ ଗଳି ପଡେ । ଏହାପରେ ଗାଈର ମୃତ୍ୟୁ ହୋଇଥାଏ । ଏହାର ନିରାକରଣ ଔଷଧ କିଛି ନଥିବା ବେଳେ ପ୍ରତିଷେଧକ ଭାବରେ ହାୟର ଆଣ୍ଟିବାୟୋଟିକ ପ୍ରୟୋଗ କରାଯାଇ କ୍ଷତକୁ ସୁଖାଇବା ପାଇଁ ପ୍ରୟାସ କରାଯାଇଥାଏ ।

ସୂଚନା ଅନୁଯାୟୀ, ଏବେ ଦେଶର ଅନେକ ରାଜ୍ୟରେ ପଶୁମାନେ ଲମ୍ପିଂ ସ୍କିନରେ ଆକ୍ରାନ୍ତ ହେଉଥିବା ଖବର ସାମ୍ନାକୁ ଆସିଛି । ଏଥି ସହ ରୋଗ ଦ୍ଵାରା ଅନେକ ମଧ୍ୟ ପଶୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.