ETV Bharat / city

ଇଲେକ୍ସନ ଓ ସିଲେକ୍ସନକୁ ନେଇ କଡା ବିରୋଧ, 2 ଛାତ୍ରୀ ଗୋଷ୍ଠୀ ମୁହାଁମୁହିଁ - ଏଭିବିପି ଛାତ୍ରୀଗୋଷ୍ଠୀ

ଭୁବନେଶ୍ବର ରମାଦେବୀ ବିଶ୍ବବିଦ୍ୟାଳୟ ରେ 2 ଛାତ୍ରୀ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ । । ଛାତ୍ର ସଂସଦ ବାତିଲ ନିର୍ଦ୍ଦେଶକୁ ନେଇ ଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ ।ରମାାଦେେବୀ ଗେଟରେ ଦୁଇ ଘଣ୍ଟା ପାଇଁ ତାଲା ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Aug 26, 2019, 1:15 PM IST

ଭୁବନେଶ୍ବର: ଇଲେକ୍ସନ ଓ ସିଲେକ୍ସନକୁ ନେଇ ଭୁବନେଶ୍ବର ରମାଦେବୀ ବିଶ୍ବବିଦ୍ୟାଳୟରେ 2 ଛାତ୍ରୀ ଗୋଷ୍ଠୀ ମଧ୍ୟରେ ଛକାପଞ୍ଝା । ଛାତ୍ର ସଂସଦ ବାତିଲ ନିର୍ଦ୍ଦେଶକୁ ଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ । ସେପଟେ ବିକ୍ଷୋଭ ବେଳେ 2 ଛାତ୍ରୀ ଗୋଷ୍ଠୀ ମୁହାଁମୁହିଁ । ଏନେଇ ବିଶ୍ବବିଦ୍ୟାଳୟ ଫାଟକରେ ଦୀର୍ଘ 2ଘଣ୍ଟା ଧରି ତାଲା ପକାଇଥିଲେ ଆନ୍ଦୋଳନକାରୀ ଛାତ୍ରୀ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ସୂଚନା ଅନୁସାରେ ଛାତ୍ର ନିର୍ବାଚନ ତଥା ଛାତ୍ର ସଂସଦକୁ ବାତିଲ ଘୋଷଣା କରିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁ । ଏହାକୁ ବିରୋଧ କରିଛନ୍ତି ଏବିଭିପି ଛାତ୍ରୀ ଗୋଷ୍ଠୀ । ବିକ୍ଷୋଭ ବେଳେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଫଟୋ ପୋଡ଼ି ସିଲେରକ୍ସ ପ୍ରସିଜରକୁ ପ୍ରତିବାଦ କରିଛନ୍ତି । ସେପଟେ ଅନ୍ୟ ଦଳର ଛାତ୍ରୀମାନେ ସିଲେକ୍ସନ ଏକ ଭଲ ମାଧ୍ୟମ କହି ଏହି ପ୍ରକ୍ରିୟାକୁ ସ୍ବାଗତ କରିଛନ୍ତି ।

ଏବିଭିପି ଛାତ୍ରୀ ଗୋଷ୍ଠୀ ରାଜ୍ୟସରକାର ଅରୁଣ ସାହୁଙ୍କୁ ନିନ୍ଦା କରିଛନ୍ତି । ସେମାନଙ୍କ କହିବା କଥା ହେଲା ଅରୁଣ ସାହୁ ଛାତ୍ର ଜୀବନରୁ ରାଜନୀତିରେ କାମ କରି ବର୍ତ୍ତମାନ ଭଲ ପଦବୀରେ ଅଛନ୍ତି । କିନ୍ତୁ ବର୍ତ୍ତମାନ ସେ ଏପରି ଛାତ୍ର ସଂସଦକୁ ବାତିଲ କରିଛନ୍ତି । ଯାହାକୁ ନେଇ ବିରୋଧ କରାଯାଉଛି । ସେହିପରି ଅନ୍ୟ ଗୋଷ୍ଠୀର ଛାତ୍ରୀଦଳଙ୍କ କହିବା କଥା ହେଲା ବିଶ୍ବବିଦ୍ୟାଳୟରେ ଇଲେକ୍ସନକୁ ହଟାଇ ଦିଆଯାଇ ସିଲେକ୍ସନ ପ୍ରକ୍ରିୟା କରିବା ରାଜ୍ୟସରକାରଙ୍କ ଠିକ ନିଷ୍ପତ୍ତି ।

ସିଲେକ୍ସନ ପ୍ରକ୍ରିୟା ଦ୍ବାରା ଶାନ୍ତି ଶୃଙ୍ଖଳାର ସହ ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ଫଳରେ ପାଠ ପଢା ଭଲ ହେବା ସହ କଲେଜ ପରିସରରେ କୌଣସି ଗଣ୍ଡଗୋଳ ସୃଷ୍ଟି ହେବ ନାହିଁ । ତେଣୁ ସିଲେକ୍ସନ ପ୍ରକ୍ରିୟା ଏକ ଭଲ ମାଧ୍ୟମ । ସେପଟେ ଏବିଭିପି ପକ୍ଷରୁ ଏହାକୁ ପ୍ରତିବାଦ କରି ଦିନ 10ଟାରୁ 12ଟା ପର୍ଯ୍ୟନ୍ତ ରମାଦେବୀ ଗେଟରେ ଝୁଲାଇଥିଲେ ତାଲା । ଦୀର୍ଘ ସମୟ ପରେ ପୋଲିସର ହସ୍ତକ୍ଷେପ ପରେ ଫିଟିଲା ତାଲା । ବର୍ତ୍ତମାନ ପରିସ୍ଥିତି ସ୍ବାଭାବିକ ଥିବା ସୂଚନା ରହିଛି ।

ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.